Neglect: ଘର ପିଛା ୨୦ ହଜାର ସହାୟତା, ଭୁଶୁଡିଛି ୧୭୯ ଘର

Sep 28, 2026 - 08:05
Neglect: ଘର ପିଛା ୨୦ ହଜାର ସହାୟତା, ଭୁଶୁଡିଛି ୧୭୯ ଘର

"ରାଉରକେଲା (ଦେବବ୍ରତ ଗଡ଼ତିଆ): ଚଳିତ ବର୍ଷର ମାତ୍ରାଧିକ ବର୍ଷା ଓ ତଦ୍‌ଜନିତ ବନ୍ୟା ପରିସ୍ଥିତି, ଜିଲ୍ଲାରେ ବହୁ କ୍ଷୟକ୍ଷତି କରିଛି।

ଲୋକଙ୍କ ଘର ଭାଙ୍ଗିବା ସହ ରାସ୍ତାଘାଟ ଭୁଶିଡ଼ିଛି, ଗୃହପାଳିତ ପଶୁ ମରିଛନ୍ତି ଓ ଚାଷ ଜମି ନଷ୍ଟ ହୋଇଛି।

ଏହାସତ୍ତ୍ବେ, ପ୍ରଭାବିତ ପରିବାରକୁ ଆବଶ୍ୟକ ମୁତାବକ ସରକାରୀ ସହାୟତା ପ୍ରଦାନ କରାଯାଇନି।

Advertisment ସ୍ବଳ୍ପ ପରିମାଣର ସରକାରୀ ସହାୟତାକୁ ନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଜିଲ୍ଲାର ମୋଟ ୧୫,୧୭୮ ଜଣ ଲୋକ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲେ।

ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ ଏଥିରେ ୬ଟି ଗୃହପାଳିତ ପ୍ରାଣୀଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ବିପନ୍ନମାନଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଶାସନ ପକ୍ଷରୁ ୨ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିଲା, ଯେଉଁଠାରେ ୫୭ ଜଣ ହିତାଧିକାରୀଙ୍କୁ ରଖାଯାଇ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଇଥିଲା।

ଏହାସହ ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ କେବଳ ୩,୧୫୬ଟି ପଲିଥିନ ସିଟ୍‌ ବଣ୍ଟନ କରାଯାଇଥିଲା।

Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଗୃହ ନିର୍ମାଣ ସହାୟତା ରାଶି ଅତି ନଗଣ୍ୟ।

ବନ୍ୟା ଯୋଗୁ ଜିଲ୍ଲାରେ ୧୭୯ଟି ବାସଗୃହ ଆଂଶିକ ଓ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା।

କିନ୍ତୁ ଏ ବାବଦକୁ ମାତ୍ର ୩୭ ଲକ୍ଷ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଛି।

ଅର୍ଥାତ୍‌, ଘର ପିଛା ମାତ୍ର ୨୦,୬୭୦ ଟଙ୍କା ଲେଖାଏ ଦିଆଯାଇଛି।

ଯାହାକି ଆଜିର ଆଜିର ମହଙ୍ଗା ବଜାରରେ ଏହି ସ୍ୱଳ୍ପ ଅର୍ଥରେ କାନ୍ଥ ଠିଆ କରିବା କିମ୍ବା ଛାତ ସଜାଡ଼ିବା ଆଦୌ ସମ୍ଭବପର ନୁହେଁ।

ସରକାରଙ୍କ ଏଭଳି ଉଦାସୀନ ମନୋଭାବ କ୍ଷତିଗ୍ରସ୍ତ ପରିବାର ପ୍ରତି ଏକ କ୍ରୁର ଉପହାସ ସଦୃଶ ବୋଲି ଅଭିଯୋଗ ହୁଏ।

ଅପରପକ୍ଷରେ, ବନ୍ୟା ଜଳ ଚାଷଜମିରେ ପଶିଯିବା ଫଳରେ ବ୍ୟାପକ ଫସଲ ହାନି ହୋଇଛି।

ଏହି ଫସଲ ନଷ୍ଟ ବାବଦକୁ ୬୪ ଲକ୍ଷ ଟଙ୍କାର ସହାୟତା ରାଶି ବିପନ୍ନ ଚାଷୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି।

ଉଭୟ ଘର ଓ ଫସଲ କ୍ଷତିକୁ ମିଶାଇ ସରକାରୀସ୍ତରରେ ୧ କୋଟି ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି, ଯାହାକି କ୍ଷତିଗ୍ରସ୍ତଙ୍କ ଦୁଃଖ ଦୂର କରିବାରେ ବିଫଳ ହୋଇଛି।

ବନ୍ୟା ସବୁ କିଛି ଉଜାଡ଼ି ଦେଇଥିବା ବେଳେ ଏହି ସ୍ୱଳ୍ପ ସହାୟତା ରାଶିକୁ ନେଇ ପ୍ରଭାବିତଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳୁଛି ଓ ସହାୟତା ରାଶି ବୃଦ୍ଧି କରିବାକୁ ଦାବି ଜୋର୍‌ ଧରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)