Neglect: ଖଟିଆରେ ବୁହା ହୋଇ ୪ କିଲୋମିଟର ଗଲେ ପ୍ରସୂତି, ନବଜାତ ଶିଶୁ

Oct 17, 2026 - 19:49
Neglect: ଖଟିଆରେ ବୁହା ହୋଇ ୪ କିଲୋମିଟର ଗଲେ ପ୍ରସୂତି, ନବଜାତ ଶିଶୁ

"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଳକ ଅନ୍ତର୍ଗତ କାମର୍ଦ୍ଦା ଗାଁରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା।

ଶୋଚନୀୟ ରାସ୍ତା ଯୋଗୁଁ ପହଞ୍ଚିପାରିଲା ନାହିଁ  ୧୦୮ ଆମ୍ବୁଲାନ୍ସ, ଯାହା  ଫଳରେ ଖଟିଆରେ ବୁହା ହୋଇ ପ୍ରାୟ ୪ କିଲୋମିଟର ଚାଲିଲେ ପ୍ରସୂତି ମହିଳା ଓ ନବଜାତ ଶିଶୁ।

Advertisment ଏହି ବ୍ଲକ ପଥରଖମ୍ବ ପଞ୍ଚାୟତର କାମର୍ଦ୍ଦା ଗାଁ ସତିଗାଡ଼ିଆ ମୁଣ୍ଡାସାହିର ଗୁଡ଼ୁ ପୂର୍ତ୍ତୀଙ୍କ ସ୍ତ୍ରୀ ଶକୁନ୍ତଳା ଗାଗରାଇଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଡକାଯାଇଥିଲା।

କିନ୍ତୁ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ଗାଁରେ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ।

ଏହି ସମୟ  ଭିତରେ ଶକୁନ୍ତଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ପ୍ରସବ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଓ ସ୍ଥାନୀୟ ଲୋକେ ଖଟିଆରେ ଉଭୟ ମାଆ ଓ ନବଜାତ ଶିଶୁଙ୍କୁ ଧରି ପ୍ରାୟ ୪ କିଲୋମିଟର ରାସ୍ତା ଚାଲି ଚାଲି ଯାଇଥିଲେ।

ପରେ ଅଟୋ ଯୋଗେ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଚିକିତ୍ସା ପରେ ମା" ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Flood: ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ୁଛି: ଘର ଭିତରେ ପାଣି; ଖଟିଆ, ପଟା ପକାଇ ବସୁଛନ୍ତି ତେବେ ଏହା କୌଣସି ଦୁର୍ଗମ ଅଞ୍ଚଳର ଘଟଣା ନୁହେଁ।

ମୁକ୍ତାପଶି ଗାଁଠାରୁ ମାତ୍ର ୯ କିଲୋମିଟର ଦୂରରେ ଥିବା ସତିଗାଡ଼ିଆ ମୁଣ୍ଡାସାହିକୁ ରାସ୍ତା ନଥିବାରୁ ଲୋକେ ଦୀର୍ଘଦିନ ଧରି ଯାତାୟାତରେ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି।

ଏବେ ପ୍ରଶ୍ନ ଉଠୁଛି—ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି  ଗାଁ କୁ ଯଦି ଆମ୍ବୁଲାନ୍ସ ଯାଇପାରୁନାହିଁ, ତେବେ ଗ୍ରାମାଞ୍ଚଳର ମୌଳିକ ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥା କେତେ ସୁଦୃଢ଼ ସହଜ ରେ ଅନୁମାନ କରିହେଉଛିl ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ, କେବେ ପଦକ୍ଷେପ ନେଉଛି, ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)