Neglect: କାଦୁଅ ରାସ୍ତାରେ ଯାଇ ପାରିଲାନି ମନ୍ତ୍ରୀଙ୍କ କାର; ଟ୍ରାକ୍ଟରରେ ଯାତ୍ରୀ ହେଲେ ନିତ୍ୟାନନ୍ଦ ଗଣ୍ଡ
ଉମରକୋଟ: ରାଜ୍ୟର ବିଭିନ୍ନ ସ୍ଥାନରେ ବିଗତ ୪ଦିନ ହେଲା ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ନବରଂଗପୁର ଜିଲ୍ଲା ଉମରକୋଟ ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ବର୍ଷା ଯୋଗୁଁ ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଣିପଦର ଗ୍ରାମ ଠାରୁ ସିଉନାଗୁଡ଼ା ଭାୟା ଧୁଣ୍ଡୁବେଡ଼ା ରାସ୍ତା ନିର୍ମାଣ ପାଇଁ ପ୍ରାୟ ୭ ଖଣ୍ଡ ଗ୍ରାମବାସୀ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ଅଧିକାରୀ ଏବଂ ନେତାଙ୍କୁ ସ୍ଥାନୀୟ ଲୋକେ ବହୁ ଥର ଗୁହାରି କରିଛନ୍ତି। କିନ୍ତୁ ସୁଫଳ ମିଳିପାରୁ ନାହିଁ। ଏହି ଅସୁବିଧା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗ୍ରାମ୍ୟ ଉନୟନ ମନ୍ତ୍ରୀ ରବି ନାଏକଙ୍କ ସହ ଆଲୋଚନା କରିବା ପରେ ଏହି ରାସ୍ତା ନିର୍ମାଣ ପାଇଁ ୬ କୋଟି ୪୨ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହେଇଛି। ଏହି ପ୍ରକଳ୍ପକୁ ଆଜି ମନ୍ତ୍ରୀ ଶ୍ରୀ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ତେବେ ଦୀର୍ଘ ୪ ଦିନ ହେଲା ଉମରକୋଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ମନ୍ତ୍ରୀଙ୍କ କାର ଲିମଗୁଡ଼ା ଯିବା ସମ୍ଭବ ହେଇପାରି ନଥିଲା। ଅପରପକ୍ଷରେ ଶତାଧିକ ଗ୍ରାମବାସୀ ଖୁସିରେ ମନ୍ତ୍ରୀ ଆସିବେ ବୋଲି ଲିମଗୁଡ଼ା ଠାରେ ଅପେକ୍ଷା କରିଥିଲେ। ମନ୍ତ୍ରୀ ଏହା ଜାଣିବା ପରେ ଟ୍ରାକ୍ଟରରେ ବସି ଲିମାଗୁଡ଼ଶ ଠାରେ ପହଞ୍ଚି ଥିଲେ। ଉପସ୍ଥିତି ଲୋକେ ମନ୍ତ୍ରୀ ଟ୍ରାକ୍ଟର ଆସିବା ଦେଖି ଖୁସିରେ ବିଭୋର ହେଇ ଯାଇଥିଲେ।
Monsoon: ସକ୍ରିୟ ହେଲା ମୌସୁମୀ: ଦେଶରେ ବର୍ଷା ଅଭାବ ୪୫ରୁ ୨୮ ପ୍ରତିଶତକୁ ହ୍ରାସ ପାଇଲା
ଗ୍ରାମ୍ୟ ଉନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଲମ୍ବା ହେଉଛି ୧୦ କିଲୋମିଟର। ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ନାଙ୍ଗାଗୁଡ଼ଶ, ଲିମାଗୁଡ଼ା, ଶିଉନାଗୁଡ଼ା, ଧଡ଼ମାଲ, ଧୁଣ୍ଡୁବେଡ଼ା, କୁମିବେଡ଼ା ଓ ଭାଲୁଗୁଡ଼ା ଗ୍ରାମବାସୀ ଉପକୃତ ହେବା ସହ ସ୍ଥାନୀୟ ଅଂଚଳର ଅର୍ଥନୀତିର ବିକାଶ ହେଇ ପାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ। ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ସାଂସଦଙ୍କ ପ୍ରତିନିଧି ଭୋଜନାଥ ଗଣ୍ଡ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ହର ପ୍ରସାଦ ପାଣିଗ୍ରାହୀ, ବାବୁ ଭାଇ, ମିଲୁ ପଣ୍ଡା, ଗ୍ରାମ୍ୟ ଉନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ କୃଷ୍ଣପ୍ରିୟ। ଗୋମାଙ୍ଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏଚ୍ ତୁରୁପ ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ।