NEET & CBSE issue କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଭଦ୍ରକ ଆପ୍‌ର ଦାବିପତ୍ର

Jun 11, 2026 - 20:33
NEET & CBSE issue କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଭଦ୍ରକ ଆପ୍‌ର ଦାବିପତ୍ର

"ଭଦ୍ରକ:  ଭଦ୍ରକ ଆମ୍ ଆଦମୀ ପାର୍ଟି ତରଫରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେଇ  ଜିଲାପାଳଙ୍କୁ  ଦାବିପତ୍ର ପ୍ରଦାନ କରାଯାଇଛି।

Advertisment ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା।

ପରେ ପାର୍ଟିର ଏକ ପ୍ରତିନିଧି ଦକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଦାବି ସମ୍ପର୍କରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ କୁହାଯାଇଛି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ  ଠେଲି ହୋଇଯାଇଥିବା ବେଲେ ଏହି ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପୃକ୍ତି ରହୁଥିବା ନେଇ ଅଭିଯୋଗ ଉଠାଇ ସାରା ଭାରତ ବର୍ଷରେ ପ୍ରତିବାଦରେ ସ୍ବର ଉଠୁଛି।

ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ମଲ୍ଲିକ ପ୍ରକାଶ କରିଛନ୍ତି ।

ଶ୍ରୀମଲ୍ଲିକଙ୍କ ନେତୃତ୍ବରେ ଆଜି ଏହି ପ୍ରତିବାଦ ଓ ଦାବିପତ୍ର ପ୍ରଦାନ କରାଯାଇଥିବା ବେକେ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ଜିଲ୍ଲା ସମ୍ପାଦକ ସୁରେଶ ମହାପାତ୍ର ,ଉପଦେଷ୍ଟା ସିଦ୍ଧାର୍ଥ ମହାନ୍ତି ଜିଲ୍ଲା ପ୍ରବକ୍ତା  ବିଜୟ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ନବ କିଶୋର ସିଂହ , ବିକାଶ ଯେନା, ସାଇ ଗୋପିନାଥ ପଣ୍ଡା, ଆଶିଷି ବେହେରା, ଅନିଲି ପୁହାଣ ,ପ୍ରଶାନ୍ତ ଦାସ ,ବିଚିତ୍ର ଦେ, ଜଗନ୍ନାଥ ସାହୁ ମୋନଜ୍ ପଣ୍ଡା ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।