NEET: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଅଭିଯୁକ୍ତ ଡାକ୍ତରଙ୍କୁ ଜାମିନ ଦେଲେନି ଦିଲ୍ଲୀ କୋର୍ଟ
"ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମନୋଜ ଭଗବାନରାଓ ଶିରୁରେଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ ସ୍ୱତନ୍ତ୍ର କୋର୍ଟ ଶୁକ୍ରବାର ଖାରଜ କରିଛନ୍ତି।
ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ଶୁକ୍ରବାର ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜାମିନ ଦେବାକୁ ମନା କରିଥିଲେ।
ଏହା ସହ ମାମଲାରେ ଗିରଫ ହୋଇଥିବା ସମସ୍ତ ୧୩ ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହାଜତ ଅଗଷ୍ଟ ୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।Advertisment ଆହୁରି ପଢନ୍ତୁ:4 Poachers Arrested ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ, ବନ୍ଧୁକ, ବିସ୍ଫୋରକ ଜବତ ସିବିଆଇର ଅଭିଯୋଗ ଅନୁସାରେ, ଲାଟୁରରେ କାର୍ଯ୍ୟରତ ଡାକ୍ତର ଶିରୁରେ ଜଣେ ପରୀକ୍ଷାର୍ଥୀଙ୍କ ପରିବାରଠାରୁ ୫ ଲକ୍ଷ ଟଙ୍କା ନେଇ ନିଟ୍ ପରୀକ୍ଷା ପୂର୍ବରୁ ନିଜ ହସ୍ପିଟାଲରେ ଲିକ୍ ହୋଇଥିବା ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଦେଇଥିଲେ।
ଡାକ୍ତର ଶିରୁରେ ଆଉ ଦୁଇ ଜଣ ଡାକ୍ତରଙ୍କୁ ପ୍ରଶ୍ନପତ୍ର ଲିକ୍ର ମୁଖ୍ୟ ଅଭିଯୁକ୍ତ ପିଭି କୁଲକର୍ଣ୍ଣୀଙ୍କ ସହ ଯୋଗାଯୋଗ କରାଇଥିଲେ ଏବଂ ସେହି ଡାକ୍ତରମାନଙ୍କ ସନ୍ତାନମାନେ ମଧ୍ୟ ଏହି ଲିକ୍ ପ୍ରଶ୍ନପତ୍ରରୁ ଲାଭ ପାଇଥିବାର ଅଭିଯୋଗ ରହିଛି।
ଆହୁରି ପଢନ୍ତୁ:Bahuda Yatra 2026: ଗଜପତି ମହାରାଜାଙ୍କ ମଧ୍ୟସ୍ଥତା ପରେ ମହାପ୍ରଭୁଙ୍କୁ ଦେଖା ଦେଲେ ମା" ଲକ୍ଷ୍ମୀ ଜାମିନ ଆବେଦନକୁ ବିରୋଧ କରି ସିବିଆଇ କୋର୍ଟରେ କହିଥିଲା ଯେ, ନିଟ୍ପ୍ରଶ୍ନପତ୍ରଲିକ୍ କେବଳ ଏକ ସାଧାରଣ ଅପରାଧ ନୁହେଁ, ବରଂ ଏହା ଦେଶର ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇଛି।
ଏହି ଘଟଣା ଯୋଗୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଥିବାବେଳେ କେତେକ ଛାତ୍ରଛାତ୍ରୀ ଆତ୍ମହତ୍ୟା ମଧ୍ୟ କରିଛନ୍ତି।
ତେଣୁ ଅଭିଯୁକ୍ତଙ୍କୁ ଜାମିନ ଦିଆଗଲେ ତଦନ୍ତ ପ୍ରଭାବିତ ହୋଇପାରେ ବୋଲି ସିବିଆଇ ଯୁକ୍ତି ରଖିଥିଲା।
ଆହୁରି ପଢନ୍ତୁ:Bahuda Yatra: ବିଶାଖାପାଟଣା ଜଗନ୍ନାଥ ମନ୍ଦିରରେ ବାହୁଡା଼ଯାତ୍ରା ସମ୍ପନ୍ନ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରିଛି।
ସେମାନଙ୍କ ମଧ୍ୟରେ ୟଶ ଯାଦବ, ମଙ୍ଗିଲାଲ ବିୱାଲ, ଦିନେଶ ବିୱାଲ, ବିକାଶ ବିୱାଲ, ଶୁଭମ ଖୈରନାର, ଧନଞ୍ଜୟ ଲୋଖଣ୍ଡେ, ପ୍ରହ୍ଲାଦ କୁଲକର୍ଣ୍ଣୀ, ତେଜସ ହର୍ଷଦକୁମାର ଶାହ, ଡାକ୍ତର ମନୋଜ ଶିରୁରେ, ଶିବରାଜ ରଘୁନାଥ ମୋଟେଗାଓଁକର ଏବଂ ତିନି ଜଣ ମହିଳା ଅଭିଯୁକ୍ତ ସାମିଲ ଅଛନ୍ତି।
ସମସ୍ତଙ୍କୁ ଭିଡିଓ କନ୍ଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।