Needy sale: ନିୟମଗିରି ସପୁରିର ଅଭାବୀ ବିକ୍ରି
"ଦେବେନ୍ଦ୍ର କୁମାର ବିଶି ଭବାନୀପାଟଣା: ନିୟମଗିରି ପାହାଡ଼ରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଛୋଟ ଛୋଟ ଆଦିବାସୀ ଗାଁ ରହିଛି।
ଏହି ସରଳ ଆଦିବାସୀମାନେ ପ୍ରକୃତି ଉପରେ ନିର୍ଭର କରି ଶସ୍ୟ ଓ ଫଳ ଉତ୍ପାଦନ କରି ଜୀବିକା ନିର୍ବାହ କରିଥାନ୍ତି।
ସେମାନେ କାନ୍ଦୁଲ, ମାଣ୍ଡିଆ, କୁଶୁଳା, ଆମ୍ବ, କଦଳୀ, କମଳା, ଲେମ୍ବୁ, ଡାଳଚିନି, ଗୋଲମରିଚ, ଅଦା ଆଦି ଚାଷ କରୁଛନ୍ତି।
ଏହି ଅଞ୍ଚଳରେ ବନବାସୀମାନେ ପ୍ରଚୁର ସପୁରି ମଧ୍ୟ ଉତ୍ପାଦନ କରିଥାନ୍ତି।
ନିୟମଗିରି ପାହାଡ଼ ଉପରେ ଚାଷ ହେଉଥିବା ସପୁରିର ଓଜନ ୧ରୁ ୩ କେଜି ପର୍ଯ୍ୟନ୍ତ ହୋଇଥାଏ।
ନିୟମଗିରି ସପୁରି ଓ ପଣସର ସ୍ୱାଦ କିଛି କମ୍ ନୁହେଁ।
ଏହି ପାହାଡ଼ର କୁର୍ଲ୍ଲୀ, ଖମ୍ବେସି, ଖଲଗି, ଗଡ଼ତଲି, କନ୍ତାଗୁମା, ଉପରଗୁମା, ଗଡ଼ଝଲି, ଆମଦୁଣି, ଗଇପଟା, କୁଚେଲି, ହଟେସି, ମୁଣ୍ଡବାଲି, ତୁଣ୍ଡିଜାଲି, ଲଡ଼ାଙ୍ଗ ଆଦି ଗାଁମାନଙ୍କରେ ପ୍ରଚୁର ପରିମାଣରେ ସପୁରି ଚାଷ ହୋଇଥାଏ।
ଆଦିବାସୀମାନେ ପାହାଡ଼ ଉପରେ ବଡ଼ କଷ୍ଟରେ ସପୁରି ଚାଷ କରିଥାନ୍ତି।Advertisment US Bomber Crash: ଆମେରିକାର ପରମାଣୁ ବୋମା ବିସ୍ଫୋରଣକାରୀ ବିମାନ "B-52" ଦୁର୍ଘଟଣାଗ୍ରସ୍ତ ଏହାକୁ ବିକ୍ରି କରିବା ପାଇଁ ସେମାନେ ରାୟଗଡ଼ା ଜିଲ୍ଲାର ଚାଟିକଣା, ବିଷମକଟକ, ମୁନିଗୁଡ଼ା, ଅମ୍ବାଦଳା, କଲ୍ୟାଣିସିଂପୁର ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ଲାଞ୍ଜିଗଡ଼ରୋଡ୍, ବିଶ୍ୱନାଥପୁର ଓ ଭବାନୀପାଟଣା ଆଣିଥାନ୍ତି।
ପାହାଡ଼ରେ ଭଲ ରାସ୍ତା ନ ଥିବାରୁ ସେମାନଙ୍କୁ ମୁଣ୍ଡରେ ସପୁରି ବୋହିବାକୁ ପଡ଼ିଥାଏ।
ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀମାନେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଗୋଟା ପିଛା ୫ରୁ ୭ ଟଙ୍କାରେ ସପୁରି କିଣି ନିଜ ରାଜ୍ୟରେ ୪୦ରୁ ୫୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛନ୍ତି।
ସପୁରିରେ ମଦ, ଜେଲି, କେକ୍, ଆଚାର ତିଆରି କରି ବ୍ୟବସାୟୀମାନେ ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି।
US Bomber Crash: ଆମେରିକାର ପରମାଣୁ ବୋମା ବିସ୍ଫୋରଣକାରୀ ବିମାନ "B-52" ଦୁର୍ଘଟଣାଗ୍ରସ୍ତ ନିୟମଗିରି ସପୁରିକୁ ଉପକୂଳ ଜିଲ୍ଲାଗୁଡ଼ିକୁ ପଠାଇବା ଲାଗି କୌଣସି ବ୍ୟବସ୍ଥା କରାଯାଉନାହିଁ।
ବରଂ ଏହି ସବୁ ଅଞ୍ଚଳକୁ ଅନ୍ୟ ରାଜ୍ୟର ଖଟା ଓ ସ୍ୱାଦହୀନ ସପୁରି ଆସୁଛି।
ସେପଟେ ନିୟମଗିରି ସପୁରିକୁ ଅନ୍ୟ ରାଜ୍ୟର ବ୍ୟବସାୟୀ କିଣି ମାଲାମାଲ ହେଉଛନ୍ତି।
ସପୁରି ଅଭାବୀ ବିକ୍ରି ରୋକିବାକୁ ସରକାରୀସ୍ତରରେ ପଦକ୍ଷେପ ନିଆଗଲେ ଆଦିବାସୀମାନେ ଲାଭବାନ ହେବା ସହ ରାଜ୍ୟର ଲୋକେ ନିୟମଗିରିର ସୁସ୍ବାଦୁ ସପୁରି ପାଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।