NDRF, ODRAF and Fire Team: ବାତ୍ୟା ମୁକାବିଲା ପାଇଁ ବଡ଼ ଅଭିଯାନ; ସୁରକ୍ଷା ପାଇଁ ଚାଲିଛି ମେଗା ଅପରେସନ

Nov 19, 2026 - 20:26
NDRF, ODRAF and Fire Team: ବାତ୍ୟା ମୁକାବିଲା ପାଇଁ ବଡ଼ ଅଭିଯାନ; ସୁରକ୍ଷା ପାଇଁ ଚାଲିଛି ମେଗା ଅପରେସନ

ବାତ୍ୟା ପାଇଁ ସରକାରଙ୍କ ବଡ଼ ଅପରେସନ୍।

ପ୍ରଭାବିତ ହେବାକୁ ଥିବା ଅଂଚଳରେ ଚାଳିଛି ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର।

ଜିରୋ କାଜୁଆଲିଟି ମିଶନ ନେଇ କାମରେ ଲାଗିଛନ୍ତି ରେସକ୍ୟୁ ଟିମ୍।

NDRF ଓ ଓଡ୍ରାଫ ସହ ମୁତୟନ ହୋଇଛନ୍ତି ଅଗ୍ନିଶମ ଟିମ୍।

ଲୋକଙ୍କୁ ସ୍ଥାନାନ୍ତର ସହ ବିପଦସଙ୍କୁଳ ଘରୁ ଅସହାୟଙ୍କୁ ଉଦ୍ଧାର କରାଯାଉଛି।

Advertisment ବାତ୍ୟା ପୂର୍ବରୁ ବଡ଼ ଅଭିଯାନ।

ଆକ୍ସନ ମୋଡରେ ରେସକ୍ୟୁ ଟିମ୍।

ମିଶନ ଜିରୋ କାଜୁଆଲିଟି।

ହାତରେ ଷ୍ଟ୍ରେଚର, ତାଉପରେ ଗର୍ଭବତୀ।

ପାହାଡିଆ ଘାଟି ରାସ୍ତାରେ ଆଗେଇ ଚାଲିଛନ୍ତି ଓଡ୍ରାଫ ଟିମ୍।

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଦୁର୍ଗମ ଅଂଚଳର ମାଧପଙ୍କା ଗାଁ।

ଗର୍ଭବତୀଙ୍କୁ ୭ କିଲୋମିଟର ଷ୍ଟ୍ରେଚରରେ ବୋହି ଆଶ୍ରୟସ୍ଥଳୀକୁ ନେଇଛନ୍ତି ଓଡ୍ରାଫ୍ ଟିମ୍।

ବର୍ଷା ପବନ ଆସିବା ପୂର୍ବରୁ ଗାଁର ୧୯ ଜଣଙ୍କୁ ବି ଉଦ୍ଧାର କରାଯାଇଛି।

ପୁରୀର ବିପଦଶଙ୍କୁଳ ଘରୁ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରାଯାଉଛି।

ବାଉଁଶରେ ଦୋଳି କରି ନିଆଯାଇଛି ଆଶ୍ରୟସ୍ଥଳୀକୁ।

ଖୋଦ୍ ପେଣ୍ଠକଟା ମେରାଇନ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ବୃଦ୍ଧଙ୍କୁ ୩ କିଲୋମିଟର ଦୂର ଆଶ୍ରୟସ୍ଥଳୀକୁ ନେଇଥିଲେ।

Advertisment ସେହିପରି ଜଗତସିଂହପୁରରେ ଝିପ୍ ଝିପ୍ ବର୍ଷାରେ ବିପଦଶଙ୍କୁଳ ମାଟି ଘରୁ ଚାଲିଛି ଉଦ୍ଧାରକାର୍ଯ୍ୟ।

ଖଟରେ ବୃଦ୍ଧା, ଆଉ ଦୁଇ କଡକୁ ଧରିଛନ୍ତି ଜିଲ୍ଲାପାଳ ଓ ଏସପି।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଜଗନ୍ନାଥପୁର ଗାଁ।

ସମୁଦ୍ର କୁଳିଆ କଚ୍ଚା ଘରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

ଖାଲି କରାଯାଇଛି ପୁରା ଗାଁ।

ଆଶ୍ରୟସ୍ଥଳୀରେ ସବୁ ବ୍ୟବସ୍ଥାର ଘନ ଘନ ତଦାରଖ ବି କରାଯାଉଛି।

ଗୋପାଳପୁର ସମୁଦ୍ରକୁ ଲାଗି ରହିଛି ଚିକିଟିର ରାମେୟାପାଟଣା ଏବଂ ପାତି ସୋନପୁର।

ଗାଁରେ ବ୍ରହ୍ମପୁର ଉପଜିଲ୍ଲାପାଳ ମାଇକିଂ କରିବା ସହ ଲୋକଙ୍କୁ ବୁଝାଇ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣୁଛନ୍ତି।

ସମୁଦ୍ର କୁଳିଆ ଲୋକଙ୍କୁ ତୁରନ୍ତ ଗାଁ ଖାଲି କରିବାକୁ କୁହାଯାଉଛି।

ସକାଳୁ ବର୍ଷା ଆରମ୍ଭ ହେବା ସହ ଜୋରଦାର ହୋଇଥିଲା ଉଦ୍ଧାର କାର୍ଯ୍ୟ।

ଚିଲିକାର ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ।

ବାଲୁଗାଁ ସନ୍ୟାସୀ ନଗର, ଗୋପବନ୍ଧୁ କଲୋନୀ, ଶାନ୍ତି ନଗର ଏବଂ ତାଲପଟିରୁ ଲୋକଙ୍କୁ ଅଣାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି।

ବାତ୍ୟା ପାଇଁ ସଜାଗ ଭଦ୍ରକ ଜିଲ୍ଲା ପ୍ରଶାସନ।

ସହରରୁ ହଟାଯାଉଛି ବଡ ବଡ ହୋର୍ଡିଂ।

ବାତ୍ୟା ବେଳେ ଯେମିତି ହୋର୍ଡିଂ ଭାଙ୍ଗି ଦୁର୍ଘଟଣା ନଘଟିବା ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି।

ସେପଟେ ଅଗ୍ନିଶମ ଟିମ୍ ବି ପ୍ରସ୍ତୁତ।

ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଯନ୍ତ୍ରପାତି ସହ ମୁତୟନ ହୋଇସାରିଲେଣି।

ପବନରେ ଗଛ ଉପୁଡିଲେ ତୁରନ୍ତ ରାସ୍ତା ସଫା କରିବାକୁ ତୟାର।

ରାଜ୍ୟରେ ୩୮୮ଟି ଅଗ୍ନିଶମ ଟିମ୍ ମୁତୟନ ହୋଇଥିବା ବେଳେ ୨୧୬ଟି ଟିମକୁ ସକ୍ରିୟ ରଖାଯାଇଛି।

ଗୋପାଳପୁର ଉପରେ ୨୪ ଘଣ୍ଟିଆ କମାଣ୍ଡ ସେଣ୍ଟର ସକ୍ରିୟ କରାଯାଇଛି।

ରାଜଧାନୀରେ ୧୦ଟି ସ୍ଥାନରେ ଡି' ୱାଟରିଂ ଆରମ୍ଭ ହୋଇଥିବା ବେଳେ ରାସ୍ତା ସଫା ପାଇଁ ୧୮୧ଟି ଟିମ୍ ନିୟୋଜିତ ହୋଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)