Navadurga: ଜୀବନ-ମନ୍ତ୍ର: ନବଦୁର୍ଗା; କୁଷ୍ମାଣ୍ଡା

Oct 14, 2026 - 08:08
Navadurga: ଜୀବନ-ମନ୍ତ୍ର: ନବଦୁର୍ଗା; କୁଷ୍ମାଣ୍ଡା

"ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ପୂଜିତା ଦୁର୍ଗାଙ୍କର ବିଭିନ୍ନ ସ୍ବରୂପ ମଧ୍ୟରୁ, ଚତୁର୍ଥ ଦିନର ଉପାସ୍ୟା ହେଉଛନ୍ତି କୁଷ୍ମାଣ୍ଡା।

ପୌରାଣିକ ପ୍ରସଙ୍ଗ ଅନୁସାରେ, ସୃଷ୍ଟିର ଆରମ୍ଭ ସମୟରେ ଚାରିଆଡ଼ ଘନ ଅନ୍ଧକାରରେ ବୁଡ଼ି ରହିଥିଲା।

ସେତେବେଳେ ମା" କୁଷ୍ମାଣ୍ଡା ନିଜର ମନ୍ଦହାସ୍ୟ ଦ୍ବାରା ବ୍ରହ୍ମାଣ୍ଡର ସର୍ଜନା କରିଥିଲେ।

ଏହି କାରଣରୁ ତାଙ୍କୁ ବ୍ରହ୍ମାଣ୍ଡର ଆଦି ସୃଷ୍ଟିକର୍ତ୍ତ୍ରୀ ତଥା ଆଦିଶକ୍ତି କୁହାଯାଏ।

Advertisment Mayurbhanj: ଡାହାଣୀ ଓ ଅନ୍ଧବିଶ୍ୱାସ ସଂଖ୍ୟା ବୃଦ୍ଧି; ୫ ବର୍ଷରେ ୭୦ ମାମଲା ସଂସ୍କୃତ ଶବ୍ଦ "କୁଷ୍ମାଣ୍ଡା"ର ଅର୍ଥ କହେ- "କୁ"ର ଅର୍ଥ କ୍ଷୁଦ୍ର ଓ "ଉଷ୍ମା"ର ଅର୍ଥ ଉଷ୍ମତା ବା ଶକ୍ତି। "ଅଣ୍ଡ"ର ଅର୍ଥ ମହାଜାଗତିକ ଅଣ୍ଡ।

ମାତ୍ର କୁଷ୍ମାଣ୍ଡାର ଅନ୍ୟ ଏକ ଅର୍ଥ ପାଣିକଖାରୁ।

ଏହାର ଆକାର ଅଣ୍ଡତୁଲ୍ୟ।

ସେହିଥିରୁ ହୋଇଛି "କୁଷ୍ମାଣ୍ଡା"।

ଏଣୁ କୁଷ୍ମାଣ୍ଡା ଶବ୍ଦକୁ ବ୍ରହ୍ମାଣ୍ଡ ସହିତ ସଂଯୁକ୍ତ କରି ବ୍ୟାଖ୍ୟା କରାଯାଏ।

କାରଣ, ଏକ ମହାଜାଗତିକ ଅଣ୍ଡରୁ ଏହି ସୃଷ୍ଟିର ସର୍ଜନା ହୋଇଥିଲା।

ଅନ୍ୟ ତାତ୍ତ୍ବିକ ଓ ଆଧ୍ୟାତ୍ମିକ ମତ ଅନୁସାରେ, ମା" କୁଷ୍ମାଣ୍ଡା ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ।

ସେ ସୂର୍ଯ୍ୟମଣ୍ଡଳ ମଧ୍ୟରେ ଅବସ୍ଥାନ କରନ୍ତି ଏବଂ ସମଗ୍ର ସୃଷ୍ଟିକୁ ଶକ୍ତି ଓ ଜ୍ୟୋତି ପ୍ରଦାନ କରିଥାନ୍ତି।

ମା" କୁଷ୍ମାଣ୍ଡା ଅଷ୍ଟଭୁଜା ବା ଦଶଭୁଜା।

ସେ ତାଙ୍କର ହସ୍ତରେ ତ୍ରିଶୂଳ, ଚକ୍ର, ତରବାରି, ଅଙ୍କୁଶ, ଗଦା, ଧନୁ, ବାଣ, ଅମୃତକୁମ୍ଭ, ରକ୍ତପାତ୍ର ଓ କମଣ୍ଡଳୁ ଆଦି ଧାରଣ କରିଥାନ୍ତି।

ସେ ବ୍ୟାଘ୍ର ବା ସିଂହବାହିନୀ।

ତାଙ୍କର ଦିବ୍ୟସ୍ବରୂପ ଶକ୍ତି, ସାହସ, ଜ୍ଞାନ ଓ ଜୀବନଦାୟିନୀ ଊର୍ଜାର ପ୍ରତୀକ ବୋଲି ଗ୍ରହଣ କରାଯାଏ।

ଏଣୁ ନବରାତ୍ରି ଅବସରରେ ମା" କୁଷ୍ମାଣ୍ଡାଙ୍କର ଆରାଧନା ଆମକୁ ବିଶ୍ବାସ ଦିଏ, ଯେ ଅନ୍ଧକାର ମଧ୍ୟରୁ ଆଲୋକ, ନିରାଶା ମଧ୍ୟରୁ ଆଶା ଏବଂ ସମ୍ଭାବନାହୀନତା ମଧ୍ୟରୁ ଅନନ୍ତ ସମ୍ଭାବନା ଜନ୍ମ ନେଇପାରେ।

ଏଣୁ ମା" କୁଷ୍ମାଣ୍ଡା ଶକ୍ତିର ଦେବୀ ଏବଂ ସେ ମଧ୍ୟ ସୃଷ୍ଟି, ଜ୍ୟୋତି ଓ ଜୀବନର ଅନନ୍ତ ସମ୍ଭାବନାର ଦେବୀ।

Horoscope 2026 October 14: ଜାଣନ୍ତୁ ଆଜିର ରାଶିଫଳ...

ମା" କୁଷ୍ମାଣ୍ଡାଙ୍କ ସହିତ ସଂପୃକ୍ତ ଉଦ୍ଭିଦ (ଲତା) ହେଉଛି କୁଷ୍ମାଣ୍ଡ ବା ପାଣିକଖାରୁ।

ଏହା ଆମର ଏକ ପ୍ରିୟ ଓ ପାରମ୍ପରିକ ଆହାର।

ଏହା ମଧ୍ୟ ଏକ ଔଷଧୀୟ ଗୁଣ ଥିବା ଫଳ।

ଏଥିରେ ଥିବା ଜଳୀୟ ଉପାଦାନ ଓ ଆହାରକ ତନ୍ତୁ ଶରୀରରେ ପାଚନକ୍ରିୟା ଓ ଅନ୍ତ୍ରସ୍ବାସ୍ଥ୍ୟର ଅଭିବୃଦ୍ଧି କରେ।

ବୈଜ୍ଞାନିକ ଗବେଷଣା ଏଥିରେ ଫ୍ଲାଭୋନଏଡ୍, ଫେନୋଲିନ୍ ଯୌଗିକ ଓ ଅନ୍ୟାନ୍ୟ ଜୈବପ୍ରଚୋଦକ ଉପାଦାନର ଚିହ୍ନଟ କରିଛନ୍ତି।

ଏହାର ମଧ୍ୟ ଅନେକ "ଆଣ୍ଟି-ଅକ୍ସିଡାଣ୍ଟ" ଗୁଣ ରହିଛି।ମାତ୍ର ପାରମ୍ପରିକ ବିଶ୍ବାସ ଅନୁସାରେ, ମା"ଙ୍କୁ ଭକ୍ତିର ସହିତ ପୂଜା କଲେ ସ୍ବାସ୍ଥ୍ୟ, ସମୃଦ୍ଧି, ସୁଖ ଓ ଆଧ୍ୟାତ୍ମିକ ଶକ୍ତି ଲାଭ ହୁଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)