Natural Room Freshener: ପ୍ରାକୃତିକ ରୁମ୍‌ ଫ୍ରେସନର ତେଜପତ୍ର

Aug 09, 2026 - 11:46
Natural Room Freshener: ପ୍ରାକୃତିକ ରୁମ୍‌ ଫ୍ରେସନର ତେଜପତ୍ର

"ଭୁବନେଶ୍ୱର: ରୋଷେଇ ଘରେ ପ୍ରାୟତଃ ବ୍ୟବହୃତ ତେଜପତ୍ରକୁ ଆମେ ସାଧାରଣତଃ ମସଲା ଭାବରେ ଜାଣୁ।

କିନ୍ତୁ ଏହି ସୁଗନ୍ଧିତ ପତ୍ର କେବଳ ଖାଦ୍ୟର ସ୍ୱାଦ ବୃଦ୍ଧିରେ ସୀମିତ ନୁହେଁ।

ଦୈନିକ ଜୀବନର ଅନେକ ଘରୋଇ କାମରେ ମଧ୍ୟ ଏହା ବହୁତ ଉପକାରୀ ବୋଲି ଜଣାପଡ଼ିଛି।Advertisment ଦୁର୍ଗନ୍ଧ ହ୍ରାସ କରେ ତେଜପତ୍ରର ସୁଗନ୍ଧ ଘରର ପରିବେଶକୁ ସତେଜ କରିପାରେ।

ଯଦି ଘର କିମ୍ବା ଷ୍ଟୋରରୁମରୁ ଅପ୍ରୀତିକର ଗନ୍ଧ ଆସୁଛି, ତେବେ କିଛି ତେଜପତ୍ର ପାଣିରେ ଫୁଟାଇବା ଦ୍ୱାରା ଏହି ସମସ୍ୟା ହ୍ରାସ ପାଇପାରେ।

ଏହାକୁ ପ୍ରାକୃତିକ ରୁମ୍‌ ଫ୍ରେସନର ଭାବରେ ମଧ୍ୟ ବ୍ୟବହାର କରିହେବ।

ସେପରି, ତେଜପତ୍ରର ତୀବ୍ର ସୁଗନ୍ଧ କୀଟପତଙ୍ଗ ଓ ଛୋଟ ପୋକମାକଡ଼କୁ ଦୂରେଇ ରଖିବାରେ ସହାୟକ ବୋଲି ଲୋକମାନଙ୍କ ଧାରଣା।

ଏହି କାରଣରୁ ଅନେକେ ଆଲମାରୀ, ଚାଉଳ ଡବାରେ ଶୁଖିଲା ତେଜପତ୍ର ରଖନ୍ତି।

Blood Pressure: ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ଏହିସବୁ ପରିବା ବର୍ଷା ଦିନରେ ଜୋତା କିମ୍ବା ପୋଷାକରେ ହେଉଥିବା ଦୁର୍ଗନ୍ଧ ହ୍ରାସ କରିବାରେ ମଧ୍ୟ ଏହା ଉପକାରୀ।

ଆଲମାରୀ କିମ୍ବା ଜୋତା ଭିତରେ କିଛି ତେଜପତ୍ର ରଖିଲେ ହାଲୁକା ପ୍ରାକୃତିକ ସୁଗନ୍ଧ ରହିଥାଏ।

ଏହା ସହିତ, ତେଜପତ୍ର ଓ ଲେମ୍ବୁ ଚୋପାକୁ ପାଣିରେ ଫୁଟାଇ ରୋଷେଇ ଘରର ଦୁର୍ଗନ୍ଧ ଦୂର କରିବାର ଏକ ସହଜ ଉପାୟ ମଧ୍ୟ ଲୋକପ୍ରିୟ ହେଉଛି।

ସୋସିଆଲ ମିଡିଆରେ ଏହି ହ୍ୟାକ୍ ବହୁତ ଚର୍ଚ୍ଚିତ।

ଯଦିଓ ଏହି ସବୁ ବ୍ୟବହାର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ବୈଜ୍ଞାନିକ ପ୍ରମାଣ ସ୍ପଷ୍ଟ ନୁହେଁ, ତଥାପି ଦୀର୍ଘଦିନ ଧରି ପାରମ୍ପରିକ ଭାବେ ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି।

ସହଜ ଓ ଶସ୍ତା ହେବା ସହିତ ତେଜପତ୍ର ଘରୋଇ କାମକୁ ସରଳ କରିପାରେ ବୋଲି ବିଶ୍ୱାସ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media