National Junior Hockey: ଜାତୀୟ କନିଷ୍ଠ ହକି: ଫାଇନାଲ୍ରେ ଓଡ଼ିଶା
"କୋଏମ୍ବାଟୁର: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାର ଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି।
ଗୁରୁବାର କଡ଼ା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ରେ ଓଡ଼ିଶା ୬-୪ ଗୋଲ୍ରେ ପଞ୍ଜାବକୁ ପରାସ୍ତ କରିଛି।
ମ୍ୟାଚ୍ର ସପ୍ତମ ଓ ଅଷ୍ଟମ ମିନିଟ୍ରେ ପଞ୍ଜାବ ଲଗାତାର ୨ଟି ଗୋଲ୍ ଲଦି ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ଅମନଦୀପ ଓ ମନଦୀପ ସିଂହ ଏହି ଦୁଇ ଗୋଲ୍ କରିଥିଲେ।
୧୧ତମ ମିନିଟ୍ରେ ଆଲୋକ କୁଜୁରଙ୍କ ଗୋଲ୍ରେ ଓଡ଼ିଶା ପ୍ରଥମ କ୍ବାର୍ଟରକୁ ୧-୨ରେ ଶେଷ କରିଥିଲା।
ଦ୍ବିତୀୟ କ୍ବାର୍ଟରରେ ବିକ୍ରମ ଓରାମ (୨୮ ମିନିଟ୍)ଙ୍କ ଗୋଲ୍ରେ ସ୍ଥିତି ସମାନ କରିଥିଲା ଓଡ଼ିଶା।Advertisment ତୃତୀୟ କ୍ବାର୍ଟରରେ ଅଜୟ ପାଲ୍ (୩୪ ମିନିଟ୍)ଙ୍କ ଗୋଲ୍ରେ ପଞ୍ଜାବ ପୁଣି ଆଗୁଆ ହୋଇଯାଇଥିଲ।
୩୭ତମ ମିନିଟ୍ରେ ଅଧିନାୟକ ଦୀପକ ପ୍ରଧାନଙ୍କ ଫିଲ୍ଡ ଗୋଲ୍ରେ ସ୍ଥିତି ସମାନ ହୋଇଥିଲା।
୪୧ତମ ମିନିଟ୍ରେ ଓଡ଼ିଶାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ବିକ୍ରମ ଓଡ଼ିଶାକୁ ଆଗୁଆ କରିଥିଲେ।
ଏହାପର ମିନିଟ୍ରେ ଅମନଦୀପ (୪୨ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ସ୍ଥିତି ସମାନ କରିଥିଲେ।
୫୨ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ବିକ୍ରମ ହ୍ୟାଟ୍ରିକ୍ ଅର୍ଜନ କରିବା ସହ ଦଳକୁ ପୁଣି ଥରେ ଅଗ୍ରଣୀ ଦେଇଥିଲେ।
୫୯ତମ ମିନିଟ୍ରେ ସୁଜିତ ତିର୍କିଙ୍କ ଫିଲ୍ଡ ଗୋଲ୍ରେ ଓଡ଼ିଶା ୬-୪ରେ ବିଜୟ ବାନା ଉଡ଼ାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।