Success Story ଭଲଖବର: ଗୋଟିଏ ପୋଖରୀରୁ ଆରମ୍ଭ କରିଥିଲେ ମାଛ ଯାଆଁଳ ଚାଷ, ଏବେ ୧୭ଟି ପୋଖରୀର ମାଲିକ
"ବାଲିଶଙ୍କରା: କୁହାଯାଏ "ବାଣିଜ୍ୟେ ବସତି ଲକ୍ଷ୍ମୀ"।
ଏହି ଆପ୍ତବଚନକୁ ବାଲିଶଙ୍କର ବ୍ଲକର ବୀରକାଲଡିହି ପଞ୍ଚାୟତ ପୁଟୁଡିହି ଗାଁର ଦୁଇଭାଇ ସଦାନନ୍ଦ କଛରିଆ ଓ ଶିବାନନ୍ଦ କଛରିଆ ପୁଣିଥରେ ପ୍ରମାଣିତ କରିଛନ୍ତି।
ବାପାଙ୍କ ମୃତ୍ୟୁ ପରେ ସେ ଛାଡ଼ିଯାଇଥିବା ଗୋଟିଏ ପୋଖରୀରେ ମାଛ ଯାଆଁଳ ଚାଷ ଆରମ୍ଭ କରି ନିଜର ପରିବାର ପ୍ରତିପୋଷଣ କରିବା ଆରମ୍ଭ କରିଥିଲେ, ବର୍ତ୍ତମାନ ସେମାନେ ନିଜର ଅଧ୍ୟବସାୟ ବଳରେ ୧୭ଟି ପୋଖରୀର ମାଲିକ ହୋଇଛନ୍ତି।
କେବଳ ଏହାନୁହେଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାକୁ ମାଛ ଯାଆଁଳ ଯୋଗାଉଛନ୍ତି।
Advertisment Shrimp vs. fish: ଚିଙ୍ଗୁଡ଼ି ବନାମ ମାଛ ଧନୁର୍ଜୟ କଛରିଆଙ୍କ ପରିବାର କହିଲେ ପତ୍ନୀ, ୨ ପୁଅ ସଦାନନ୍ଦ ଓ ଶିବାନନ୍ଦ ଓ ଦୁଇ ବୋହୂ, ୩ ଝିଅ।
ସଦାନନ୍ଦ ଓ ଶିବାନନ୍ଦ ଯେତେବେଳେ ଛୋଟ ଥିଲେ ସେତେବେଳେ ଧନୁର୍ଜୟଙ୍କ ଦେହାନ୍ତ ଘଟିଥିଲା।
କୌଣସି ମତେ ତାଙ୍କ ପତ୍ନୀ ପିଲାମାନଙ୍କୁ ବଡ଼ କରିଥିଲେ।
ସଦାନନ୍ଦ ଓ ଶିବାନନ୍ଦ ବଡ଼ ହୋଇ ନିଜର ପରିବାର ପ୍ରତିପୋଷଣ କରିବାକୁ ଅନ୍ୟ କାହା ନିକଟରେ ମୁଣ୍ଡନୁଆଁଇ ଚାକିରି କରିବା ଅପେକ୍ଷା ନିଜେ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଲେ।
ବାପା ଛାଡ଼ି ଯାଇଥିବା ପୋଖରୀରେ ମାଛ ଯାଆଁଳ ଚାଷ କରିଥିଲେ।
ଏଥିରେ ସେମାନେ ବେସ୍ ଅଗ୍ରଗତି କରିଥିଲେ।
୨୦୧୮ ମସିହାରେ ବାଲିଶଙ୍କରା ବ୍ଲକ ତରଫରୁ ମାଛ ଯାଆଁଳ ତିଆରିରେ ପ୍ରଶିକ୍ଷଣ ପାଇଁ ଦୁଇ ଭାଇଙ୍କୁ ନିଯୁକ୍ତି ପ୍ରଦାନ ପାଇଁ କାର୍ଯ୍ୟାଦେଶ ମିଳିଲା।
ଦୁଇ ଭାଇ ୬ ମାସ ଧରି ଆଧୁନିକ ପ୍ରଣାଳୀରେ ଯାଆଁଳ ପ୍ରସ୍ତୁତିର ପ୍ରଶିକ୍ଷଣ ନେଲେ।
ନିଜର ଯାଆଁଳ ବ୍ୟବସାୟକୁ ବଢ଼ାଇବା ଯୋଜନା କରିଥିଲେ, ତେବେ ଏନେଇ ଅର୍ଥର ଅଭାବ ଥିଲା।
ଦୁଇ ଭାଇ ଯାଇ କିଞ୍ଜିରକେଲା ଲ୍ୟାମ୍ପସରେ ଯୋଗାଯୋଗ କରି ଋଣ ପାଇଁ ଆବେଦନ କଲେ।
ଲ୍ୟାମ୍ପସ ତରଫରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।
୨୫ ଲକ୍ଷ ଟଙ୍କା ପାଇଲା ପରେ ପୁରୁଣା ପୋଖରୀ ସହ ଆଉ ୪ଟି ନୂତନ ପୋଖରୀ ଖନନ କଲେ।
୫ ପ୍ରକାର ଯାଆଁଳ ଉତ୍ପାଦନ ମାଛ ଆଣି ୫ଟି ପୋଖରୀରେ ରଖି ଯତ୍ନର ସହ କୁଣ୍ଡ ତିଆରି କରି ଯନ୍ତ୍ରପାତି ସହ ଛୋଟଗୃହ ଟିଏ ଆରମ୍ଭ କଲେ ।
୫ଟି ପୋଖରୀରେ ୫ ପ୍ରକାର ମାଛ ଯଥା - ଭାକୁର, ବିଲାତି ରୋହି, ଗ୍ରାସକାର, ମିରିକାଳୀ, ରୋହି ପୃଥକ ପୃଥକ ପୋଖରୀରେ ଚାଷ କଲେ।
World Fisheries Day celebrated: ବିଶ୍ୱ ମତ୍ସ୍ୟ ଦିବସ ପାଳିତ: "ମାଛ ଚାଷ ପାଇଁ ଓଡ଼ିଶାରେ ଭରପୂର ସୁଯୋଗ" ଏବେ ମାଛମାନଙ୍କୁ ଇଞ୍ଜେକ୍ସନ ନିଜେ ଦିଅନ୍ତି।
ମାଛର ଅଣ୍ଡାକୁ ରଖି ଜାଆଁଳା କରି ପଲିଥିନର ପାଣି ଜାଆଁଳା ସହ ଅକ୍ସିଜେନ ଦେଇ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି।
ଋଣ ସଠିକ ସମୟରେ ସୁଝୁଥିବାରୁ ୨୫ ଲକ୍ଷ ଟଙ୍କା ରୁଣରୁ ୧୨ ଲକ୍ଷ ୨୫ ହଜାର ରିହାତି ପ୍ରଦାନ କରାଗଲା।
ସେହି ସବସିଡି ଟଙ୍କାରେ ସେମାନେ ଦୁଇଭାଇ ଆହୁରି ୧୨ଟି ପୋଖରୀ ଖନନ କରିଥିଲେ।
ମାଛ ଚାଷ ପାଇଁ ୨ବର୍ଷରେ ୮୩କୋଟି ଖର୍ଚ୍ଚ: ତଥାଫି ଆନ୍ଧ୍ର ଉପରେ ନିର୍ଭର ସମ୍ପ୍ରତି ବିକ୍ରି ଜାଗାରେ ଗାଡି ରଖିବା, ଗ୍ରାହକ ରହିବା, ଯାଆଁଳକୁ ଦାନା ଦେବାର ବ୍ୟବସ୍ଥା କରିଛନ୍ତି।
ଏହି ଦୁଇ ଭାଇ ନିଜେ କାର୍ଯ୍ୟରେ ନିୟୋଜିତ ରହୁଥିବେବେଳେ ଆଖପାଖ ଗ୍ରାମର ୧୫ ଜଣ ଶ୍ରମିକଙ୍କୁ ନିୟୋଜିତ କରନ୍ତି।
ସ୍ବର୍ଗତ ଧନୁର୍ଜୟ କଛରିଆଙ୍କ ୧୮ ଏକର ଚାଷ ଜମି ଥିଲା | ତନ୍ମଧ୍ୟରୁ ୧୨ ଏକର ଚାଷ ଜମିରେ ପୋଖରୀ ତିଆରି କରି ମାଛ ଯାଆଁଳ କରୁଛନ୍ତି ।
୧୭ଟି ଛୋଟବଡ ପୋଖରୀ ଖନନ କରିଛନ୍ତି।
୬ ଏକର ଜମିରେ ଚାଷ କାର୍ଯ୍ୟ କରନ୍ତି ଦୁଇ ଭାଇ ।ବର୍ଷକୁ ଦୁଇ ଭାଇ ମାଛ ଯାଆଁଳ କରି ଖର୍ଚ୍ଚ କାଟି ୭/୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
Aquaculture: କୃତ୍ରିମ ବୁଦ୍ଧିମତା ଦ୍ଵାରା ମାଛ ଚାଷ, ଚାଷୀମୁହଁରେ ଫୁଟିବ ହସ ସେମାନେ ରୋଜଗାର ଟଙ୍କାକୁ ନରଖି ପୋଖରୀ ଖନନ ଓ ବିଭିନ୍ନ ନୂତନ ଯନ୍ତ୍ରପାତି ଆଣି ଥାନ୍ତି ଓ ବ୍ୟବହାର କରୁଛନ୍ତି।
ଦୁଇ ଭାଇ ୬ ଏକର ଚାଷଜମିକୁ ପୋଖରୀ ତିଆରି କରିବା ସହ ସରକାର ଗ୍ରୁପମାନଙ୍କୁ ମାଛ ଚାଷରେ ପ୍ରୋତ୍ସାହନ ଦେଉଥିବାବେଳେ ସାରା ଜିଲ୍ଲାରେ ଜାଆଁଳା ଆମଠାରୁ ନେଇ ଯୋଗାଇବା, ଅଂଚଳର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଆତ୍ମନିର୍ଭରଶୀଳ ଗଢିବା ଲକ୍ଷ ବୋଲି ଦୁଇଭାଇ ମତ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।