National Fishermen's Day: ଜାତୀୟ ମତ୍ସ୍ୟଚାଷୀ ଦିବସ

Jul 10, 2026 - 07:54
National Fishermen's Day: ଜାତୀୟ ମତ୍ସ୍ୟଚାଷୀ ଦିବସ

"ଆଜି ଆମ ଦେଶରେ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି।

ମାଛର ବର୍ଦ୍ଧିତ ଚାହିଦା ପୂରଣ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦେଶର ଖାଦ୍ୟ ସୁରକ୍ଷାରେ ମତ୍ସ୍ୟଚାଷୀମାନଙ୍କର ଭୂମିକାକୁ ସ୍ବୀକୃତି ଦେବା ପାଇଁ ଏହି ଦିବସ ପାଳନ କରାଯାଏ।

ସମଗ୍ର ଦେଶ ପାଇଁ ମତ୍ସ୍ୟଚାଷୀମାନଙ୍କର ଅବଦାନ ଓ ସ୍ଥାୟୀ ଜଳଚର ଚାଷ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଉତ୍‌ଥାପନ କରିବା ଲାଗି ଏହା ସୁଯୋଗ ପ୍ରଦାନ କରିଥାଏ।Advertisment Fish farming: କିମାଶ୍ଚର୍ଯ୍ୟମ୍‌: ମଲ୍‌ରେ ମାଛମରା ସୁବିଧା ଏ ପରିପ୍ରେକ୍ଷୀରେ ମତ୍ସ୍ୟଚାଷ କ୍ଷେତ୍ରର ସାମର୍ଥ୍ୟକୁ ଉପଯୋଗ କରି ଏକ ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା, ଖାଦ୍ୟ ସୁରକ୍ଷାକୁ ଆହୁରି ଶାଣିତ କରିବା ଏବଂ ରାଷ୍ଟ୍ରର ସାମୂହିକ ବିକାଶରେ ଯୋଗଦାନ କରିବାର ଆଶା ରଖାଯାଇଛି।

ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଓ ତାଙ୍କ ସହଯୋଗୀ ଡକ୍ଟର କେ.

ଏଚ୍‌ ଆଲିକୁହ୍ନିଙ୍କ ଅବଦାନକୁ ସମ୍ମାନ ଜଣାଇ ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି।

ସେମାନଙ୍କ ଦିଗ୍‌ଦର୍ଶନରେ ହିଁ ଓଡ଼ିଶାର ଅନୁଗୁଳଠାରେ "ହାଇପୋଫାଇଜେସନ୍‌" କୌଶଳ ଉପଯୋଗରେ କାର୍ପ ମାଛର କୃତ୍ରିମ ପ୍ରଜନନ ସମ୍ଭବ ହୋଇଥିଲା ଏବଂ ୧୯୫୭ ମସିହା ଆଜିର ଦିନରେ ତାହା ଜଳଚର ପ୍ରାଣୀ ଚାଷରେ ଏକ ବିପ୍ଳବ ସୃଷ୍ଟି କରିଥିଲା।

Fisherman Missing: ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।