Environmental Panchayat: ଗୁଣପୁରରେ ପରିବେଶ ପଞ୍ଚାୟତ: ‘ଜାଗ୍ରତ ନହେଲେ ଅମ୍ଳଜାନ ବଦଳରେ ବିଷାକ୍ତ ବାୟୁ ମିଳିବ’

Jul 10, 2026 - 05:38
Environmental Panchayat: ଗୁଣପୁରରେ ପରିବେଶ ପଞ୍ଚାୟତ: ‘ଜାଗ୍ରତ ନହେଲେ ଅମ୍ଳଜାନ ବଦଳରେ ବିଷାକ୍ତ ବାୟୁ ମିଳିବ’

"ଗୁଣପୁର/ରାୟଗଡ଼ା: ସବୁଜ ପୃଥିବୀକୁ ଆମେ ନଷ୍ଟ କରିଚାଲିଛୁ।

ପରିଣାମ ସ୍ବରୂପ ଗୁଣପୁର ଭଳି ଅଞ୍ଚଳରେ ଆଷାଢ଼ ମାସରେ ପ୍ରବଳ ଗରମ ହେଉଛି।

ନିଅଣ୍ଟିଆ ବର୍ଷା ହୋଇଛି।

ତଥାପି ଆମେ ଚେତୁନାହାନ୍ତି।

ଏବେ ବି ସମୟ ଅଛି, ସଚେତନ ହୋଇ ଅନ୍ୟକୁ ସଚେତନ କଲେ ସବୁଜ ପୃଥିବୀ ଆମକୁ ସ୍ବଚ୍ଛ ବାୟୁ ଦେବ।

ଗୁଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଥିବା ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଏମିତି ସତର୍କ କରିଛନ୍ତି।ସେ କହିଥିଲେ, ଲାଗିଥିବା ଗଛକୁ ସୁରକ୍ଷା ଦେବାକୁ ସମସ୍ତେ ସଂକଳ୍ପ ନେବା।

ନଚେତ ପ୍ରକୃତ ଦେଉଥିବା ଅମ୍ଳଜାନ ବଦଳରେ ଆମକୁ ବିଷାକ୍ତ ବାୟୁ ନେଇ ବଞ୍ଚିବାକୁ ପଡ଼ିବ।Advertisment Neglect: ବାରଣ୍ଡାର ଆଶ୍ରୟ ନେଉଛନ୍ତି ନାରାଣପୁର ପଞ୍ଚାୟତବାସୀ ମୁଖ୍ୟବକ୍ତା ଭାବେ ଗୁଣପୁର ରେଞ୍ଜର ପ୍ରଦୀପ କୁମାର ଆଚାର୍ଯ୍ୟ ଯୋଗଦେଇ କହିଥିଲେ, ସରକାରୀ ଭାବେ ଲକ୍ଷ ଲକ୍ଷ ବୃକ୍ଷରୋପଣ ସତ୍ତ୍ବେ ଦାୟିତ୍ବହୀନ ଭାବେ ତାହାକୁ ନଷ୍ଟ କରାଯାଉଛି।

ଗଛର ସୁରକ୍ଷା ସମସ୍ତଙ୍କ ଦାୟିତ୍ବ।

ରାୟଗଡ଼ା ଜିଲ୍ଲା ଲୋକପାଳ ଅକ୍ଷୟ କୁମାର ଦାଶ ସଭାପତିତ୍ବ କରି ଆଉ ଗୋଟିଏ ସବୁଜ ପୃଥିବୀର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ କହିଥିଲେ, ପରିବେଶ ଅସନ୍ତୁଳିତ ହେଲେ ଆମ ଜୀବନ ସହ ଜୀବିକା ପ୍ରଭାବିତ ହେବ। "ସମ୍ବାଦ" ୩ମାସରେ ଥରେ ଏଭଳି କାର୍ଯ୍ୟକ୍ରମ କରିବାକୁ ସେପରାମର୍ଶ ଦେଇଥିଲେ।ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସଭାପତି ବି.

ଗଜପତି ରାଓ ଆଗାମୀ ପିଢ଼ିକୁ ସୁରକ୍ଷିତ ଭାବେ ରଖିବା ହିଁ ଆଜିର କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ବୋଲି କହିଥିଲେ।

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।

ରାୟଗଡ଼ା ସମ୍ବାଦ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା, ଗୁଣପୁର ସମ୍ବାଦ ପ୍ରତିନିଧି ଦେବୀ ପ୍ରସାଦ ମିଶ୍ର ଓ କନକ ନ୍ୟୁଜ୍ ପ୍ରତିନିଧି ବିଜୟ କୁମାର ସୁନାମୁଦୀ ପରିଚାଳନା କରିଥିଲେ।

ଅବସରପ୍ରାପ୍ତ ବ୍ୟାଙ୍କ ଶାଖା ପରିଚାଳକ ସାରଙ୍ଗ ଶ୍ରୀରାମ, ପି.

ଗୋବିନ୍ଦ ରାଓ, ଅବସରପ୍ରାପ୍ତ ସେନାଧିକାରୀ ପୁଷ୍ପରାଜ୍ ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ କଂସ ବେହେରା, ଅନୁଷ୍ଠାନର ପରିଚାଳନା ସମିତି ଉପସଭାପତି ମୋହନ ଚନ୍ଦ୍ର ସାହୁ, ସମ୍ପାଦକ ସୋମନାଥ ଗୌଡ଼, ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ଥିଲେ।

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୋମନାଥ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।