Darubrahma: କେବଳ ଦାରୁ ନୁହନ୍ତି ଦାରୁବ୍ରହ୍ମ

Jul 10, 2026 - 06:36
Darubrahma: କେବଳ ଦାରୁ ନୁହନ୍ତି ଦାରୁବ୍ରହ୍ମ

"ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ।

କାରଣ, ଆଦି ଆବିର୍ଭାବ ସମୟରେ ମହୋଦଧିରେ ଭାସମାନ ଦାରୁରେ ସେମାନଙ୍କର ବିଗ୍ରହ ଗଠିତ ‌ହୋଇଥିଲା।

ପରବର୍ତ୍ତୀ କାଳରେ, ପ୍ରତି ନବକଳେବର ସମୟରେ ଦିବ୍ୟଲକ୍ଷଣଯୁକ୍ତ ଦାରୁ ଚୟନ କରାଯାଇ ତାଙ୍କର ବିଗ୍ରହ ଗଠନ କରା ହୋଇଆସୁଛି।

ସେହି ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗର ଉପଚାର ପ୍ରତିବର୍ଷ ସ୍ନାନପୂର୍ଣ୍ଣିମା ପରେ, ଗୋପନରେ ସଂପନ୍ନ ହୋଇଥାଏ।

ପନ୍ଦର ଦିନ ବ୍ୟାପୀ ଏହି ଉପଚାର ହିଁ ତାଙ୍କର ଅଣସର ସମୟର ଗୁପ୍ତ ଲୀଳା।

ଏହି ଗୁପ୍ତଲୀଳାର ବର୍ଣ୍ଣନା "ନୀଳାଦ୍ରି ମହୋଦୟ"ରେ ଅଛି।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶ୍ନରେ ବ୍ରହ୍ମା ତାଙ୍କୁ ସେ କଥା କହିଛନ୍ତି।

ସେଥିରୁ ଜଣାଯାଏ, ଦାରୁବ୍ରହ୍ମ  କେବଳ ଦାରୁରେ ନିର୍ମିତ ନୁହନ୍ତି।Advertisment Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼ ବ୍ରହ୍ମା କହିଛନ୍ତି–ହେ ରାଜା!

ଯେହେତୁ ତୁମ୍ଭେ ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ)ଙ୍କର ପରମ ଭକ୍ତ, ସେଥିପାଇଁ ତାଙ୍କର ଏହି ଗୋପନୀୟ ତଥ୍ୟ ତୁମ୍ଭଙ୍କୁ କହୁଛି।

ଏହାପରେ ବ୍ରହ୍ମା ତାଙ୍କୁ ଯାହା କହିଛନ୍ତି, ତାହା ସଂକ୍ଷେପରେ ଏହିପରି– ବିଶ୍ବାବସୁ ଓ ବିଦ୍ୟାପତି ବଂଶର ସେବକମାନେ ଛଅଦିନ ପର୍ଯ୍ୟନ୍ତ ଦାରୁବ୍ରହ୍ମଙ୍କର ଶ୍ରୀଅଙ୍ଗରୁ ଧୀରେ ଧୀରେ ଲେପ ଛଡ଼ାଇବେ।

ସପ୍ତମ ଦିନ ସେମାନଙ୍କର ଶ୍ରୀଅଙ୍ଗରେ ସୁବାସିତ ତୈଳ (ଫୁଲୁରି ତେଲ) ସହ ରାଶିତେଲ ମର୍ଦ୍ଦନ କରିବେ।

ଅଷ୍ଟମ ଦିନ ଶ୍ରୀଅଙ୍ଗରେ ସୂକ୍ଷ୍ମ ପଟବସ୍ତ୍ର ବାନ୍ଧିବେ ଏବଂ ତାହା ପରେ ଝୁଣାଚୂର୍ଣ୍ଣ ସହିତ ରାଶିତେଲ ମିଶାଇ ଠାକୁରମାନଙ୍କର ମୂଳ ଶରୀରର ମଜ୍ଜା କଳ୍ପନା କରି ମର୍ଦ୍ଦନ କରିବେ।

ନବମ ଦିନ ସେମାନଙ୍କର ଶ୍ରୀଅଙ୍ଗର ଉକ୍ତ ଲେପକୁ ସୂକ୍ଷ୍ମ, ପତଳା, ଓଦାକନାରେ ଆଚ୍ଛାଦିତ କରି ରଖିବେ।

ଏହାପରେ ବ୍ରହ୍ମା ଦଶମ ଦିନଠାରୁ ଅଣସର ଶେଷ ହେବା ପର୍ଯ୍ୟନ୍ତ ଗୋପନ ଲୀଳା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି।

ତାହା ହେଉଛି–ଦଶମଦିନ ଠାକୁରମାନଙ୍କର ସର୍ବାଙ୍ଗକୁ ଲୋହିତ ବସ୍ତ୍ର(ଚେହେଲି)ଦ୍ବାରା ଆଚ୍ଛାଦିତ କରି ସେମାନଙ୍କର ଶରୀରରେ ରକ୍ତର କଳ୍ପନା କରିବେ।

ଚନ୍ଦନ, କସ୍ତୁରୀ, କୁଙ୍କୁମ, କର୍ପୂର ଓ ଚନ୍ଦନସାରକୁ ଏକତ୍ର ମିଶାଇ, ପେଷି, ତାହାକୁ ନେତ୍ରପଟରେ ଲେପ ଦେବେ।

ଏକାଦଶୀ ଦିନ ସନ୍ଧ୍ୟାପୂଜା ଶେଷ ହେବା ପରେ, କାହାଳୀ ଓ ଘଣ୍ଟା ପ୍ରଭୃତି ବାଦ୍ୟଧ୍ବନି ମଧ୍ୟରେ ଠାକୁରଙ୍କ ସର୍ବାଙ୍ଗରେ ଚନ୍ଦନ ପ୍ରଭୃତି ଲେପଦେଇ ଶରୀରରେ ମାଂସର କଳ୍ପନା କରିବେ।

ଦ୍ବାଦଶୀ ଦିନ ଶ୍ରୀଅଙ୍ଗରେ ଶୁକ୍ଳବସ୍ତ୍ର ଗୁଡ଼ାଇ ପୁନଶ୍ଚ ଭଲ ଭାବରେ ଚନ୍ଦନ ଲେପ ଦେଇ ଶ୍ରୀଅଙ୍ଗକୁ ଦୃଢ଼ କରିବେ।

ଏହି ଚନ୍ଦନ ଲେପ ସମୟରେ ଶ୍ରୀଅଙ୍ଗରେ ଚର୍ମର କଳ୍ପନା କରିବେ।

Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ ଏ ସଂପର୍କରେ ଅନ୍ୟ ସୂତ୍ରରୁ ଜଣାଯାଏ, ଯେ ସପ୍ତମ ଦିନ ସୁବାସିତ ତୈଳ ମର୍ଦ୍ଦନ ପରେ ଠାକୁରମାନଙ୍କର ଅଙ୍ଗରେ ପାଟ ଡୋର ଭିଡ଼ାଯାଏ।

ଏହାକୁ ଶିରା ପ୍ରଶିରା ଓ ସ୍ନାୟୁ ରୂପେ କଳ୍ପନା କରାଯାଏ।

ଝୁଣା ଓ ରାଶି ତେଲର ପ୍ରଲେପ ପରେ, ଚନ୍ଦନ ଓ କସ୍ତୁରୀ ଆଦି ସହିତ ଯେଉଁ ଖଳିର ପ୍ରଲେପ ଦିଆଯାଏ, ତାହା ମେଦ ରୂପେ ପରିକଳ୍ପିତ ହୁଏ। ‌ଶ୍ରୀଅଙ୍ଗରେ ଗୁଡ଼ାଯାଇଥିବା ଶୁକ୍ଳବସ୍ତ୍ରକୁ ଚର୍ମରୂପେ, ଏବଂ ସେହି ବସ୍ତ୍ର ଉପରେ ଯେଉଁ ପ୍ରଲେପ ଦିଆଯାଏ, ତାହାକୁ ଶୁକ୍ର ରୂପେ କଳ୍ପନା କରାଯାଏ।

ଏହା ସୂଚାଏ, ଯେ ଶ୍ରୀଜଗନ୍ନାଥାଦି ଦେବତା ଦାରୁବ୍ରହ୍ମ ‌େ‌ହଲେ ମଧ୍ୟ ସେମାନେ କେବଳ ଦାରୁରେ ନିର୍ମିତ ବିଗ୍ରହ ନୁହନ୍ତି।

ଦାରୁ ସେମାନଙ୍କର ମୂଳ ଛାଞ୍ଚ ବା ଅସ୍ଥି ରୂପେ କଳ୍ପିତ ହୁଏ।

ତାହା ପରେ ମଜ୍ଜା, ମେଦ, ଶିରା ପ୍ରଶିରା, ରକ୍ତ, ତ୍ବକ୍‌ ଓ ଶୁକ୍ର ସହିତ, ସେମାନେ ଆମ ଶରୀର ପରି ସପ୍ତାବରଣ ବିଧିରେ ଗଠିତ ହୋଇ ଥାଆନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।