Narendra Modi: ମୋଦୀ-ଜିନପିଙ୍ଗ ଆଲୋଚନାରେ ବିରଳ ମୃତ୍ତିକା, ଭିସା ଓ ନିବେଶ ପ୍ରସଙ୍ଗ ଉପରେ ଗୁରୁତ୍ବ ରହିବ

Sep 11, 2026 - 19:46
Narendra Modi: ମୋଦୀ-ଜିନପିଙ୍ଗ ଆଲୋଚନାରେ ବିରଳ ମୃତ୍ତିକା, ଭିସା ଓ ନିବେଶ ପ୍ରସଙ୍ଗ ଉପରେ ଗୁରୁତ୍ବ ରହିବ

"ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କରେ ନୂଆ ସ୍ଥିରତା ଆଣିବା ଉଦ୍ୟମ ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତ ଆସିବେ।

ତାଙ୍କ ୨୪ ଘଣ୍ଟିଆ ଗସ୍ତରେ ବିରଳ ମୃତ୍ତିକା, ବ୍ୟବସାୟିକଭିସା ଓ ନିବେଶ ଭଳି ଅର୍ଥନୈତିକ ପ୍ରସଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନାରେ ଗୁରୁତ୍ୱ ପାଇବ।

ଜିନପିଙ୍ଗ ଶନିବାର ଦିନ ୧୨ଟା ୨୫ରେ ଭାରତରେ ପହଞ୍ଚିବେ।

ଗତ ୭ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।Advertisment ଆହୁରି ପଢନ୍ତୁ :Delhi: ଦିଲ୍ଲୀରେ ବର୍ଷାର ତାଣ୍ଡବ, ବ୍ରିକ୍ସ ସମ୍ମିଳନୀ ମଧ୍ୟରେ ରେଡ୍ ଆଲର୍ଟ ଜାରି ଜିନପିଙ୍ଗ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ସହ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।

ଉଭୟ ନେତା ସମ୍ପର୍କରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଓ ସୀମା ଆଲୋଚନାର ଅଗ୍ରଗତିର ସମୀକ୍ଷା କରିବେ।

ଦୁଇ ଦେଶର ଅଧିକାରୀଙ୍କ ଅନୁସାରେ, ସୀମା ପ୍ରସଙ୍ଗରେ ଆଲୋଚନା ଆଶାନୁରୂପ ଦିଗରେ ଆଗକୁ ବଢୁଛି।

ତେବେ ଏହି କୂଟନୈତିକ ପ୍ରକ୍ରିୟା ସହ ଅର୍ଥନୈତିକ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ।

ବିରଳ ମୃତ୍ତିକା ଯୋଗାଣ ଏହାର ମୁଖ୍ୟ ପ୍ରସଙ୍ଗ ହେବ।

ଏହି ସାମଗ୍ରୀର ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଚୀନ୍‌ର ପ୍ରଭାବ ରହିଛି।

ଅନ୍ୟପକ୍ଷରେ, ଭାରତ ରଣନୈତିକ କ୍ଷେତ୍ରରେ ନିଜର ଉତ୍ପାଦନ କ୍ଷମତା ବଢ଼ାଇବାକୁ ଚାହୁଛି।

ବିରଳ ମୃତ୍ତିକାରୁ ତିଆରି ଚୁମ୍ବକ ମୋଟର, ରୋବଟ୍‌, ହାର୍ଡଡିସ୍କ ଆଦିରେ ବ୍ୟବହୃତ ହୁଏ।

ଆହୁରି ପଢନ୍ତୁ :MBBS Seats: ଏନଏମସି ବଢ଼ାଇଲା ଏମବିବିଏସ ସିଟ୍, ଦେଶରେ ୧.୪୦ ଲକ୍ଷରୁ ଅଧିକ ସିଟ୍...

ଚୀନ୍‌ର ବିରଳ ମୃତ୍ତିକା ରପ୍ତାନି ନିୟନ୍ତ୍ରଣ ନଭେମ୍ବର ୧୦, ୨୦୨୬ରୁ ପୁଣି ଲାଗୁ ହେବାର ଆଶଙ୍କା ରହିଛି।

ଏହାର ପ୍ରଭାବ ବିଶ୍ୱ ଯୋଗାଣ ଶୃଙ୍ଖଳା ଉପରେ ପଡ଼ିପାରେ।

ବ୍ୟବସାୟିକ ଭିସା ମଧ୍ୟ ଆଲୋଚନାର ଅନ୍ୟତମ ପ୍ରସଙ୍ଗ ହେବ।

ଚୀନ୍‌ର ବ୍ୟବସାୟିକ ସହଯୋଗୀଙ୍କ ପାଇଁ ଭିସା ପ୍ରକ୍ରିୟା ସହଜ କରିବାକୁ ଭାରତୀୟ ବ୍ୟବସାୟୀମାନେ ଦାବି କରିଆସୁଛନ୍ତି।

ଚୀନ୍‌ ମଧ୍ୟ ଭାରତୀୟ ପକ୍ଷ ସହ ଭିସା ସୁବିଧା ବଢ଼ାଇବା, ଏପରିକି ଚୀନ୍‌ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ଦେବା ପ୍ରସଙ୍ଗ ଉଠାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)