Narendra Modi schoolmate: ମୋଦୀଙ୍କୁ ଭେଟିଲେ ୮୧ ବର୍ଷୀୟ ପୂର୍ବତନ ସ୍କୁଲ୍ ସାଙ୍ଗ

Sep 13, 2026 - 21:14
Narendra Modi schoolmate: ମୋଦୀଙ୍କୁ ଭେଟିଲେ ୮୧ ବର୍ଷୀୟ ପୂର୍ବତନ ସ୍କୁଲ୍ ସାଙ୍ଗ

"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୮୧ ବର୍ଷୀୟ ପୂର୍ବତନ ସ୍କୁଲ୍‌ ସାଙ୍ଗ ଅସଗରଅଲି ବୋହରା ମହାରାଷ୍ଟ୍ରର ମିରା-ଭାୟନ୍ଦରରେ ଥିବା ନିଜ ଜମି ଦଖଲ ନେଇ ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ସେ ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଏ ସମ୍ପର୍କିତ ଏକ ଚିଠି ଦେଇଥିଲେ।Advertisment ବୋହରା ଗୁଜରାଟର ବଡ଼ନଗରସ୍ଥିତ ବିଏନ୍‌ ସ୍କୁଲରେ ମୋଦୀଙ୍କ ସହ ପାଠ ପଢ଼ିଥିଲେ।

ତାଙ୍କ ଅଭିଯୋଗ ଅନୁସାରେ, ମିରା-ଭାୟନ୍ଦରରେ ଥିବା ତାଙ୍କ ସମ୍ପତ୍ତି ଉପରେ କିଛି ବିଲ୍ଡର ଜାଲି ଦଲିଲ ବ୍ୟବହାର କରି ନିୟନ୍ତ୍ରଣ ନେବାକୁ ଉଦ୍ୟମ କରିଛନ୍ତି।

ଏହି ବିଲ୍ଡରମାନଙ୍କ ସମ୍ପର୍କ ତତ୍କାଳୀନ ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟାଙ୍କ ସହ ଥିବା ସେ ଅଭିଯୋଗ କରିଛନ୍ତି।

ବୋହରାଙ୍କ ଅଭିଯୋଗ ଦଶନ୍ଧି ପୁରୁଣା ଏହି ଜମି ବିବାଦକୁ ନେଇ।

ସେ ଦାବି କରିଛନ୍ତି ଯେ ସେ ୧୯୮୯ ମସିହାରେ ଏକ ପଞ୍ଜୀକୃତ ଚୁକ୍ତିନାମା ମାଧ୍ୟମରେ ଭୟାନ୍ଦର ପୂର୍ବର ନବଘର ରୋଡ୍‌ରେ ପ୍ରାୟ ୨,୮୧୦ ବର୍ଗ ମିଟର ଜମି ଆଇନଗତ ଭାବରେ କିଣିଥିଲେ।

ଏହି ଜମିକୁ ସେ କାହାକୁ ବିକ୍ରି ବା ହସ୍ତାନ୍ତର କରି ନ ଥିଲେ।

କିନ୍ତୁ ଜାଲି ଦଲିଲ ମାଧ୍ୟମରେ ତାଙ୍କ ସମ୍ପତ୍ତିର ମାଲିକାନା ବଦଳାଇବାକୁ ଚେଷ୍ଟା ହୋଇଛି।

Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ "ହର୍ ଘର୍ ତ୍ରିରଙ୍ଗା " ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ ଏହି ମାମଲାରେ ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ବୋହରା ମାମଲାର ତଦନ୍ତ ସିବିଆଇକୁ ଦେବାକୁ ଅନୁରୋଧ କରିଛନ୍ତି।

ବୋହରାଙ୍କ ମୋଦୀଙ୍କ ସହ ସାକ୍ଷାତ୍ ଏହି ଦଶନ୍ଧି ପୁରୁଣା ଜମି ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।

ନିଜ ସମ୍ପତ୍ତି ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ତାଙ୍କ ମୁଖ୍ୟ ଦାବି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)