Narendra Modi: କ୍ଷମା ଦେଇ ଝିଅକୁ ନୂଆ ଜୀବନ ଦେଲେ ମୋଦୀ: କୃତଜ୍ଞତା ଜଣାଇଲେ ମା’

Aug 02, 2026 - 20:34
Narendra Modi: କ୍ଷମା ଦେଇ ଝିଅକୁ ନୂଆ ଜୀବନ ଦେଲେ ମୋଦୀ: କୃତଜ୍ଞତା ଜଣାଇଲେ ମା’

"ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରଠାରେ ନିଟ୍‌-ୟୁଜି ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କୁ ମୋଦୀ କ୍ଷମା କରିଦେଇଛନ୍ତି।

ଏଥିପାଇଁ ଝିଅର ମା" ହାତଯୋଡ଼ି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସେ ତାଙ୍କ ଝିଅକୁ ନୂଆ ଜୀବନ ଦେଇଛନ୍ତି ବୋଲି କହିଛନ୍ତି।

ରବିବାର ଝିଅର ଜନ୍ମଦିନ ଥିବାରୁ ମା" କହିଛନ୍ତି, ଏପରି ଅଶ୍ଳୀଳ ଶବ୍ଦ କହିଥିବା ପିଲାକୁ କ୍ଷମା କରି ମୋଦୀ ନିଜର ମହାନତା ଦେଖାଇଛନ୍ତି।

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ସବୁଠାରୁ ବଡ଼ ଉପହାର ଭାବେ "ଜୀବନଦାନ" ଦେଇଛନ୍ତି।

ଆଜି ତାଙ୍କ ଝିଅର ପୁନର୍ଜନ୍ମ ହୋଇଛି।Advertisment ଆହୁରି ପଢନ୍ତୁ : Pappu Yadav: ଦିଲ୍ଲୀରେ ସାଂସଦ ପପୁ ଯାଦବଙ୍କ ସାମ୍ବାଦିକ ସମ୍ମିଳନୀରେ ହଙ୍ଗାମା ଜୁଲାଇ ୨୩ରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଜନ୍ତରମନ୍ତରଠାରେ ହୋଇଥିବା ଆନ୍ଦୋଳନ ସମୟରେ ଝିଅଟି ମୋଦୀଙ୍କ ବିରୋଧରେ ଅଶାଳୀନ ସ୍ଲୋଗାନ୍‌ ଦେଇଥିବା ଭିଡିଓ ପ୍ରସାରିତ ହୋଇଥିଲା।

ଏହାପରେ ଶୁକ୍ରବାର ମୋଦୀ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଛାଡ଼ି ତାଙ୍କୁ ଗାଳି ଦେଇଥିବା ଛାତ୍ରଛାତ୍ରୀଙ୍କୁ "ଦିଗହରା ପିଲା" ବୋଲି କହିଥିଲେ।

କ୍ରୋଧ କିମ୍ବା ପ୍ରତିଶୋଧ ଏହାର ଉତ୍ତର ନୁହେଁ ଏବଂ ସେମାନଙ୍କୁ ଦଣ୍ଡ ନ ଦେଇ ଠିକ୍‌ ମାର୍ଗ ଦେଖାଇବା ଉଚିତ ବୋଲି ସେ ମତ ଦେଇଥିଲେ।

ପରେ ୧୫ ବର୍ଷୀୟା ଝିଅଟି ଏକ ଭିଡିଓରେ କ୍ଷମା ମାଗିଥିଲେ।

ସାଙ୍ଗମାନଙ୍କ ସହ କନଟ୍‌ ପ୍ଲେସ୍‌ ଯାଇଥିବାବେଳେ ସେ ଆନ୍ଦୋଳନସ୍ଥଳକୁ ଯାଇଥିଲେ।

ସେଠାରେ ଅନ୍ୟମାନଙ୍କ ପ୍ରଭାବରେ ପଡ଼ି ଏପରି ସ୍ଲୋଗାନ୍‌ ଦେଇଥିବା କହିବା ସହ ଏହା ତାଙ୍କ ଜୀବନର ପ୍ରଥମ ଓ ଶେଷ ଭୁଲ୍‌ ବୋଲି ସେ କହିଥିଲେ।

ଆହୁରି ପଢନ୍ତୁ : West Bengal BJP President: କ୍ଷମତାକୁ ଆସିଲେ ବି ବଟି ଆଦାୟ ବନ୍ଦ କରିପାରିନୁ: ପଶ୍ଚିମବଙ୍ଗ ବିଜେପି ସଭାପତି ତେବେ ଏହି ଘଟଣାକୁ ନେଇ ନୋଏଡା ଥାନାରେ ପୂର୍ବରୁ ଏକ ଜିରୋ ଏଫ୍‌ଆଇଆର୍‌ ରୁଜୁ ହୋଇସାରିଛି।

ପରେ ମାମଲାଟି ନୂଆଦିଲ୍ଲୀର ପାର୍ଲାମେଣ୍ଟଷ୍ଟ୍ରିଟ୍‌ ଥାନାକୁ ପଠାଯାଇଛି।

ଅଭିଯୋଗକାରୀଙ୍କ ମତରେ ଏପରି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦା କ୍ଷୁଣ୍ଣ କରିବା ସହ ସାମାଜିକ ସଦ୍‌ଭାବ ଓ ଶାନ୍ତି ବିଗାଡ଼ିପାରେ।

ମାତ୍ର ଏଫ୍‌ଆଇଆର୍‌ରେ ଝିଅର ବୟସ ଭୁଲ୍‌ ଭାବେ ୨୫ ବର୍ଷ ଲେଖାଯାଇଥିବା ତାଙ୍କ ମା" ଦାବି କରିଛନ୍ତି।

ସେ ମାମଲା ପ୍ରତ୍ୟାହାର ସହ ୨୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ସାମାଜିକ ଗଣମାଧ୍ୟମ ଓ ଆନ୍ଦୋଳନରୁ ଦୂରେଇ ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, କେବଳ ଭିଡିଓରେ କ୍ଷମା କରିବେ ନା ମାମଲା ମଧ୍ୟ ପ୍ରତ୍ୟାହାର କରିବେ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।