Blood Donation Camp ସମ୍ବଲପୁରୀ ଦିନ୍‌ରେ ସମ୍ବଲପୁରୀ ଏକତା ମଞ୍ଚର ରକ୍ତଦାନ ଶିବିର, ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ

Aug 02, 2026 - 20:15
Blood Donation Camp ସମ୍ବଲପୁରୀ ଦିନ୍‌ରେ ସମ୍ବଲପୁରୀ ଏକତା ମଞ୍ଚର ରକ୍ତଦାନ ଶିବିର, ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ

"ସମ୍ବଲପୁର(ଗାର୍ଗୀ ଶତପଥୀ): "ସମ୍ବଲପୁରୀ ଦିନ୍‌"କୁ ଭିନ୍ନ ଢଙ୍ଗରେ ପାଳନର ନିଷ୍ପତ୍ତି ନେଇଥିଲା ସମ୍ବଲପୁରୀ ଏକତା ମଞ୍ଚ।

ଅଗଷ୍ଟ ୧ ତାରିଖ ନାଚ, ଗୀତ ପରେ ଅଗଷ୍ଟ ୨ ତାରିଖ ସକାଳେ "ସମ୍ବାଦ-ଆମ ଓଡ଼ିଶା" ସହଯୋଗରେ ଗଙ୍ଗାଧର ମଣ୍ଡପରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ଏହି ଶିବିରରୁ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଏଥିରେ ୨ ଭଉଣୀ ପ୍ରବୀଣା ମିଶ୍ର, ପ୍ରଣତୀ ମିଶ୍ର, ୨ ବାନ୍ଧବୀଙ୍କ ସମେତ ୪ ମହିଳା ରକ୍ତଦାନ କରିଛନ୍ତି।

Advertisment Let blood donation: "ରକ୍ତଦାନ ଆମର ନୈତିକ ଦାୟିତ୍ବ ହେଉ" ପ୍ରାରମ୍ଭରେ ଗଙ୍ଗାଧର ମଣ୍ଡପରେ ଥିବା ମା" ସମଲେଶ୍ବରୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ଏବଂ ଗୁରୁ ସ୍ବର୍ଗତ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

ଡାକ୍ତର ସଞ୍ଜୀବ ମିଶ୍ରଙ୍କ ଆହ୍ବାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଏକତା ମଞ୍ଚର ସୁଶାନ୍ତ ପୁରୋହିତ, ସମୀର ବାବୁ, ଭୋଳା ଶଙ୍କର ମହତ୍ତମ, ପ୍ରଫୁଲ୍ଲ ହୋତା, କମଳ ଲୋଚନ ପଣ୍ଡା, ମନୋଜ ଚୌଧୁରୀ, ବିନାୟକ ରାମ, ଅରୁଣ ଦାଶ, ରାଜୀବ ସାହୁ, ଅମିତ ପତି, ସୀମା ଷଣ୍ଢ, ସ୍ବୟଂସିଦ୍ଧା ପଟ୍ଟନାୟକ, ସୁପ୍ରଭା ସାହାଣୀ, ତର୍ପଣ ପ୍ରଧାନ, ସୁବ୍ରତ ପାଣିଗ୍ରାହୀ, ଅଜିତ ବେହେରା, ବିଶ୍ବରଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Blood Donation: କେବେ କରିବେ ରକ୍ତଦାନ?

ଜାଣନ୍ତୁ ସଠିକ୍ ନିୟମ ମଞ୍ଚର ପ୍ରମୁଖ କର୍ମକର୍ତ୍ତାଙ୍କ ରକ୍ତଦାନ ସହିତ ଶିବିରର ଆରମ୍ଭ ହୋଇଥିଲା।

ରକ୍ତଭଣ୍ଡାରରେ ରକ୍ତ ସଙ୍କଟର ସୂଚନା ପାଇ ଅନେକ ବ୍ୟକ୍ତି ସ୍ବତଃପ୍ରବୃତ୍ତ ଶିବିରରେ ସାମିଲ ହୋଇଥିଲେ।

ଗଙ୍ଗାଧର ମଣ୍ଡପ ଉପରେ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତଳେ ପିଠା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହେଉଥିଲା।

ସମ୍ବଲପୁର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର କଳ୍ପେଶ କକ୍କଡ଼, ଏଲ୍‌ଟି ମାଧବ ସାହୁ, ଷ୍ଟାଫନର୍ସ ବର୍ଷାରାଣୀ ମହାପାତ୍ର, କାଉନସେଲର କର୍ମଦେବ ପଟେଲ, ଆଟେଟାଣ୍ଟ ଗଣେଶ ସେଠ, ଆଶିଷ ବିଶ୍ବାଳ ଏବଂ "ସମ୍ବାଦ" ଏଜିଏମ୍‌ ଗଜେନ୍ଦ୍ର ମଲ୍ଲିକ, ସମ୍ପାଦନା ବିଭାଗ ମୁଖ୍ୟ ଜ୍ଞାନରଞ୍ଜନ ମିଶ୍ର, ବରିଷ୍ଠ ଜିଲ୍ଲା ପ୍ରତିନିଧି ଗାର୍ଗୀ ଶତପଥୀ, ନଗର ପ୍ରତିନିଧି ଜିତେନ୍ଦ୍ର ଦାସ, ନରେଶ ଚନ୍ଦ୍ର ସେଠ, ସିଷ୍ଟମ ଆସିଷ୍ଟାଣ୍ଟ ଗିରିଜା ଶଙ୍କର ମୁଦୁଲି, ବିଜ୍ଞାପନ ବିଭାଗ ଅଧିକାରୀ ପ୍ରିୟତୋଷ ମହାନ୍ତି, ଚନ୍ଦ୍ରଭାନୁ ପଣ୍ଡା ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା ରକ୍ତଦାତା ଜୀବନ ଦାତା: ଏସ୍.

ସନ୍ତୋଷ ସେଠୀ, ଡାକ୍ତର ସଞ୍ଜୀବ ମିଶ୍ର, ସୁନୀଲ ମହାରଣା, ବବୁଲ ଶର୍ମା, ସ୍ବାଧୀନ ନାୟକ, ଶୁଭସ୍ମିତା ବିଶି, କମଳ ଲୋଚନ ପଣ୍ଡା, ପୁର୍ଣ୍ଣଚନ୍ଦ୍ର ନାଏକ, ସୁମିତ ତ୍ରିପାଠୀ, ସରୋଜ ମିଶ୍ର, ସଞ୍ଜିତ ନାଏକ, ପ୍ରମୋଦ ନାୟକ, ଆଶିଷ ନାୟକ, ବିନାୟକ ରାମ, ଅନିଲ ପାଣିଗ୍ରାହୀ, ହେମବତୀ ସିଂହ, ଅରୁଣ ଦାସ, ହୃଷୀକେଶ ପାଲ୍, ଦେବ ମିରିଗ, ସୁନୀଲ ପାଣିଗ୍ରାହୀ, ଯୋଗେଶ୍ବର ମେହେର, ସଚିନ ଛତର, ସଂଗ୍ରାମପ୍ରିୟ ରାଉତ, ହେମନ୍ତ ସନା, ଲୋକନାଥ ବଗର୍ତ୍ତି, ଦେବନ୍ଦ୍ର ମେହେର, ଆଶିଷ ମିଶ୍ର, ରଘୁରାଜ ଗଡ଼ୁଆ, ରାଜା ବଡ଼ପଣ୍ଡା, ଅମନ ସାହାଣୀ, ସରୋଜ ସିଂହ ରାଜପୁତ, ଆନନ୍ଦ ମିଶ୍ର, ପ୍ରବୀଣା ମିଶ୍ର, ପ୍ରଣତୀ ମିଶ୍ର, ତନ୍ମୟ ରଞ୍ଜନ ପାଣିଗ୍ରାହୀ, ସ୍ବାଗତ ପାଢ଼ୀ, ଆଶିଷ ଅଗ୍ରାଓ୍ବାଲ, ଭରତ ଗୌରବ ଦାଶ, ସୌମ୍ୟକାନ୍ତ ସାହୁ, ରଘୁବୀର ଶାହା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।