father saves son ବୁଡ଼ିଯାଉଥିବା ପୁଅକୁ ଉଦ୍ଧାର କରି ଭାସିଗଲେ ବାପା
"ଜଗତସିଂହପୁର: ଜଗତସିଂପୁର ଜିଲ୍ଲା ପାରାଦ୍ବୀପରେ ଏକ ଦୁଃଖଦ ଘଟଣା ଘଟିଛି।
ଶ୍ରାବଣ ସୋମବାର ନିମନ୍ତେ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ।
ସେଠାରେ ହଠାତ୍ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି।
ଖବର ଲେଖାଯିବା ବେଳକୁ ବାପାଙ୍କ ପତ୍ତା ମିଳିନଥିବା ଜଣାଯାଇଛି।
Advertisment ସୂଚନାନୁସାରେ, ନିଖୋଜ ବ୍ୟକ୍ତି ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ।
ଗୁରୁତର ପୁଅକୁ ଉଦ୍ଧାର କରାଯାଇ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଭୂତୁମୁଣ୍ଡାଇ ପୋଲ ନିକଟ ମହାନଦୀ ଘାଟରେ ଏହି ଘଟଣା ଘଟିଛି।
ଘଟଣାସ୍ଥଳରେ ପାରାଦ୍ୱୀପ ଲକ୍ ଥାନା ପୋଲିସ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ କରାଯାଇଛି।
ତେବେ ରାତ୍ରୀ ହୋଇଯାଇଥିବାରୁ ଖୋଜିବାରେ ସମସ୍ୟା ଉପୁଜିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।