Narendra Modi: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ

Jul 04, 2026 - 20:47
Narendra Modi: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ

ମେଲବୋର୍ଣ୍ଣ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୯ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦୀମେଲବୋର୍ଣ୍ଣରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଥିବାବେଳେ ଏହାପୂର୍ବରୁ ଅନ୍‌ଲାଇନ ମୋଦୀଙ୍କୁ ହତ୍ୟା ଧମକ ଦିଆଯିବାକୁ ନେଇ ଅଷ୍ଟ୍ରେଲିଆର ଫେଡେରାଲ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ପୁଲିସ ସାମାଜିକ ଗଣମାଧ୍ୟମରୁ ଧମକ ସମ୍ପର୍କିତ ଏକ ଆଇପି ଠିକଣା ପାଇଛି। 

ମୋଦୀଙ୍କ ‘ମେଲବୋର୍ଣ୍ଣ ମିଟ୍ସ ମୋଦୀ’ କାର୍ଯ୍ୟକ୍ରମର ଫେସବୁକ ମାଧ୍ୟମରେ ପ୍ରଚାର କରାଯାଉଥିବା ବେଳେ ପୋଷ୍ଟରେ ତଳେ ଏହି ଧମକପୂର୍ଣ୍ଣ ପୋଷ୍ଟ ରହିଛି। ମେଲବୋର୍ଣ୍ଣର ମାର୍ଭଲ ଷ୍ଟାଡିୟମରେ ମୋଦୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଅବୁ ମୁସ୍ତାଫା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ପୋଷ୍ଟ କରାଯାଇ କାର୍ଯ୍ୟକ୍ରମ ସମୟରେ ଷ୍ଟାଡିୟମର ଛାତ ବନ୍ଦ ରଖିବାକୁ କୁହାଯାଇଛି, ନଚେତ୍‌ ମୋଦୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କୁହାଯାଇଛି। 

New Office: ମକର ସଂକ୍ରାନ୍ତିରେ ନୂଆ ଅଫିସ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦୀ !

‘ଅଷ୍ଟ୍ରେଲିଆ ଟୁଡେ’ ପକ୍ଷରୁ କୁହାଯାଇଛି ଯେ, ତୁରନ୍ତ ଏହି ଧମକପୂର୍ଣ୍ଣ ପୋଷ୍ଟ ମିଳିବା ପରେ ଅଷ୍ଟ୍ରେଲିଆ ଫେଡେରାଲ ପୁଲିସକୁ ଅବଗତ କରାଯାଇଥିଲା। ତେବେ ଅ‌ଷ୍ଟ୍ରେଲିଆ ପୁଲିସ ପକ୍ଷରୁ ତଦନ୍ତ ସମ୍ପର୍କରେ ବିଶେଷ ସୂଚନା ଦିଆଯାଇ ନାହିଁ କିମ୍ବା କୌଣସି ଗିରଫଦାରୀ କରାଯାଇନାହିଁ।