Narayan's house: ନାରା ବା ଜଳ ନାରାୟଣଙ୍କର ଘର
"ଆପୋ ନାରା ଇତି ପ୍ରୋକ୍ତା ଆପୋ ବୈ ନରସୁନବଃ।ତା ଯଦସ୍ୟାୟନଂ ପୂର୍ବ ତେନ ନାରାୟଣାଃ ସ୍ମୃତଃ ାାମନୁସ୍ମୃତି, ୧/୧୦Advertisment ଭଗବାନ ବିଷ୍ଣୁଙ୍କର ଗୋଟିଏ ନାଆଁ ନାରାୟଣ। "ବିଷ୍ଣୁ ସହସ୍ରନାମ" ସ୍ତୋତ୍ରର ୨୬ତମ ଶ୍ଳୋକରେ ଥିବା ୧୧ଟି ନାଆଁ ମଧ୍ୟରୁ ଏ ନାଆଁ ଗୋଟିଏ।
ଅନ୍ୟ ଦଶଟି ନାଆଁ ହେଉଛି–ସୁପ୍ରସାଦଃ, ପ୍ରସନାତ୍ମା, ବିଶ୍ବଧୃକ୍, ବିଶ୍ବଭୁକ୍, ବିଭୁଃ, ସତ୍କର୍ତ୍ତା, ସତ୍କୃତଃ, ସାଧୁଃ, ଜହ୍ନୁଃ ଓ ନରଃ।
ତାଙ୍କର ନାରାୟଣ ନାମର ଅନେକ ବ୍ୟାଖ୍ୟା ଶାସ୍ତ୍ର, ଗ୍ରନ୍ଥମାନଙ୍କରେ ରହିଛି।
ତେବେ ସବୁଠୁ ସରଳ ବ୍ୟାଖ୍ୟା ହେଉଛି–"ନାରା" ବା ଜଳ "ଅୟନ" ବା ସ୍ଥାନ ଯାହାଙ୍କର– ସେ ନାରାୟଣ।
GDP: ଇରାନରେ ଦରଦାମ୍ ସ୍ଥିତି ସଙ୍ଗିନ, ମୁଦ୍ରାସ୍ଫୀତି ୮୮.୬%କୁ ବୃଦ୍ଧି ମହର୍ଷି ବ୍ୟାସଦେବ ସ୍ବୟଂ ଏହି ନାମର କିଛି ବ୍ୟାଖ୍ୟା ବା ଉନ୍ମୋଚନ କରିଥିଲେ।
ତାହା ହେଉଛି–ମନୁଷ୍ୟ ପାଇଁ ବା ନର ପାଇଁ ନାରାୟଣ ହିଁ ଏକମାତ୍ର ଆଶ୍ରୟଦାତା। "ନର" ଶବ୍ଦର ଅର୍ଥ ହେଉଛି–ଅହଂସର୍ବସ୍ବ ବ୍ୟକ୍ତିବିଶେଷ ବା ଜୀବ।
ଏମାନଙ୍କର ସମାହାର ବା ସମୂହ ହେଉଛି–"ନାର"।
ଯିଏ ନର ଓ ନାରମାନଙ୍କର ପ୍ରାଣଦାତା, ସେ ନାରାୟଣ।
Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ ଓ ହାତୀବେଶ ସମୟ ଏହାର ଆଉ େଗାଟିଏ ଅର୍ଥ ଏହିପରି–"ନର"ର ଅର୍ଥ ଈଶ୍ବର।
ଈଶ୍ବରଙ୍କଠାରୁ ଯେଉଁସବୁ ତତ୍ତ୍ବ ଉତ୍ପନ୍ନ ହୋଇଛନ୍ତି ସେ ସବୁ ହେଉଛନ୍ତି "ନାର"।
ସେ ସବୁର ଅର୍ଥାତ୍ "ନାରା"ର ଯିଏ ନିୟନ୍ତ୍ରକ, ପରିଚାଳକ ଓ ପରିପାଳକ, ସେହି ଉତ୍ସ ହେଉଛନ୍ତି ନାରାୟଣ। "ନାରା" ବା "ନାରାଃ"ର ଅର୍ଥ ଜଳ।
ପୁରାଣରେ ଏହାକୁ ପ୍ରଳୟକାଳର ଜଳ େବାଲି କୁହାଯାଇଛି।
ସେହି ତାତ୍ତ୍ବିକ ଜଳ ମଧ୍ୟରେ ସମସ୍ତ ନାମ ଓ ରୂପର ବିଲୟ ଘଟିଥାଏ।
ଏକମାତ୍ର ପରମେଶ୍ବର ହିଁ ସେହି ପ୍ରଳୟ ଜଳରେ, ବାଳକ ରୂପରେ, ଅକ୍ଷୟବଟ ବା କଳ୍ପବଟର ପତ୍ର ଉପରେ ଭାସମାନ ରହିଥାଆନ୍ତି।
ତାହାଙ୍କର ନାମ ବାଳମୁକୁନ୍ଦ।
ମହର୍ଷି ମନୁ, ତାଙ୍କ ରଚିତ "ମନୁସ୍ମୃତି"ରେ ଏହାର ବ୍ୟାଖ୍ୟା କରିଛନ୍ତି।
ଉପରେ ଉଦ୍ଧୃତ ଏହି ବ୍ୟାଖ୍ୟାରେ ସେ କହିଛନ୍ତି–ଜଳକୁ ନାର କୁହାଯାଏ।
କାରଣ ଜଳ ନର ବା ପରମାତ୍ମାଙ୍କଠାରୁ ଉତ୍ପତ୍ତି ହୋଇଛି।
ସୃଷ୍ଟିର ଆଦିକାଳରେ ଏହି ପରମାତ୍ମା ଜଳରେ ଅୟନ ବା ଅବସ୍ଥାନ କରିଥାଆନ୍ତି।
ଏଣୁ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଯେଉଁ ପ୍ରତ୍ୟକ୍ଷ ଜଳସ୍ନାନ କରିଥାଆନ୍ତି, ତାହା ତାଙ୍କର ସେହି ଲୀଳାର ଏକ ଅଂଶ ମାତ୍ର।ପ୍ରସ୍ତୁତି: ଅସିତ ମହାନ୍ତି"