Nagpur NEET: ଭିନ୍ନ ମୋଡ଼ ନେଲା ନାଗପୁର ନିଟ୍ ଆଶାୟୀ ଛାତ୍ରଙ୍କ ମାମଲା
"ନାଗପୁର: ନିଟ୍ ପୁନଃପରୀକ୍ଷା ରବିବାର (୨୧ ଜୁନ୍)ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପରୀକ୍ଷା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଇଛି।
ନାଗପୁରର ଜଣେ ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଆବୁଧାବିରେ ହେବାକୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ)କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।
ତେବେ ଏନ୍ଟିଏ କହିଛି ଯେ, ପରୀକ୍ଷାର୍ଥୀ ନିଜେ ପରୀକ୍ଷା କେନ୍ଦ୍ର ଭାବେ ଆବୁ ଧାବିକୁ ପ୍ରଥମ ଓ ଦୁବାଇକୁ ଦ୍ୱିତୀୟ ବିକଳ୍ପ ରଖିଥିଲେ।
ଏନ୍ଟିଏ ଅଧିକାରୀ କହିଛନ୍ତି ଯେ, ମେ ୨୧ ତାରିଖରେ ଏନ୍ଟିଏ ପୋର୍ଟାଲରେ ପରିବର୍ତ୍ତନ ସେହି ଆଇପି ଠିକଣା ବ୍ୟବହାର କରି କରାଯାଇଥିଲା ଯାହା ମେ ୩ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ବ୍ୟବହାର କରାଯାଇଥିଲା।
ପରୀକ୍ଷାର୍ଥୀ ମେ ୨୪ ତାରିଖରେ ରିଫଣ୍ଡ ପାଇଁ ତାଙ୍କର ବ୍ୟାଙ୍କ ବିବରଣୀ ଅପଡେଟ୍ କରିଥିଲେ, ଜୁନ୍ ୧୦ ତାରିଖରେ ସହର ସୂଚନା ସ୍ଲିପ୍ ଆକ୍ସେସ୍ କରିଥିଲେ ଓ ଜୁନ୍ ୧୬ ତାରିଖରେ ସମାନ ଆଇପି ଠିକଣା ବ୍ୟବହାର କରି ତାଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ।Advertisment ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ବଡ଼ ଆତଙ୍କୀ ଆକ୍ରମଣ ବୋମା ବିସ୍ଫୋରଣରେ ୭ ମୃତ ତେବେ ଅବଦୁଲ୍ଲା ମହମ୍ମଦ ତାଲିବ ନାମକ ଉକ୍ତ ଛାତ୍ର ଅଫିସିଆଲ୍ ୱେବସାଇଟ୍ରୁ ନିଟ୍ ପୁନଃ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ଡାଉନଲୋଡ୍ କରିବା ପରେ ଏହି ତ୍ରୁଟି ଦେଖିବାକୁ ପାଇଥିଲେ।
ଭାରତ ପରିବର୍ତ୍ତେ ତାଙ୍କ ଆଡମିଟ୍ କାର୍ଡରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ଆବୁଧାବିରେ ଅବସ୍ଥିତ ଏକ ପରୀକ୍ଷା କେନ୍ଦ୍ର ଉଲ୍ଲେଖ ଥିବା ନେଇ ବିବାଦ ଦେଖାଯାଇଥିଲା।
ଅନଲାଇନରେ ପ୍ରସାରିତ ଆଡମିଟ୍ କାର୍ଡର ଏକ ସ୍କ୍ରିନସଟ୍ରୁ ପରୀକ୍ଷା କେନ୍ଦ୍ରଟି ଆବୁଧାବିର ଏକ ଭାରତୀୟ ସ୍କୁଲ ବୋଲି ଜଣାପଡ଼ିଥିଲା।
ପରବର୍ତ୍ତୀ ସମୟରେ ଏହି ମାମଲା ଏନ୍ଟିଏ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା।
ଏହି ଘଟଣା ଏନ୍ଟିଏ ନଜରକୁ ଅଣାଯିବା ପରେ ଏହା ବୈଷୟିକ ତ୍ରୁଟି ବୋଲି କୁହାଯାଇଥିଲା।
ଏଜେନ୍ସି ପକ୍ଷରୁ ଉକ୍ତ ଛାତ୍ରଙ୍କ ପରିବାରକୁ ତ୍ରୁଟି ସୁଧାରିବା ସହିତ ଉପଯୁକ୍ତ କେନ୍ଦ୍ରରେ ପରୀକ୍ଷା ବ୍ୟବସ୍ଥା କରାଯିବା ନେଇ ଆଶ୍ବାସନା ଦିଆଯାଇଥିଲା।ଛାତ୍ରଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ଯେ, ଅବଦୁଲ୍ଲା ନାଗପୁର, ୱର୍ଦ୍ଧା ଓ ଭଣ୍ଡାରାରେ ପରୀକ୍ଷା କେନ୍ଦ୍ର ପାଇଁ ତାଙ୍କ ପସନ୍ଦ ଦେଇଥିଲେ।
କିନ୍ତୁ ତାଙ୍କ ଆଡମିଟ୍ କାର୍ଡ଼ରେ ୟୁଏଇର ଆବୁଧାବି ସେଣ୍ଟର ରହିଥିଲା।
ଅବଦୁଲ୍ଲାଙ୍କ ବାପା ଡ.
ମହମ୍ମଦ ତାଲିବ ଏନ୍ଡିଟିଭିକୁ କହିଥିଲେ ଯେ, ଆମେ ଏହି ଆଡମିଟ୍ ଦେଖି ଚକିତ ହୋଇଯାଇଥିଲୁ।
ମୋ ପୁଅ ଆଡମିଟ୍ କାର୍ଡ଼ ଦେଖି କାନ୍ଦି ପକାଇଥିଲା।
ତା ପାଖରେ ପାସପୋର୍ଟ ବି ନାହିଁ।
ଏହି ପ୍ରସଙ୍ଗରେ ଏନ୍ଟିଏ ଏନ୍ଡିଟିଭିକୁ କହିଥିଲା ଯେ, ଆମେମାନେ ତ୍ରୁଟି ସଂଶୋଧନ କରି ଛାତ୍ରଙ୍କୁ ନାଗପୁରରେ ଏକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଆଡମିଟ୍ କାର୍ଡ଼ କିଛି ଘଣ୍ଟା ମଧ୍ୟରେ ପ୍ରଦାନ କରିବୁ।
ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଏନ୍ଟିଏକୁ ତୀବ୍ର ସମାଲୋଚନା କରି ଛାତ୍ରଙ୍କ ଭବିଷ୍ୟତ ସହିତ ନଖେଳିବା ପାଇଁ କହିଥିଲେ।
ଏବେ ଏନ୍ଟିଏର ସଦ୍ୟତମ ସ୍ପଷ୍ଟୀକରଣ ବିବାଦକୁ ନୂଆ ମୋଡ଼ ଦେଇଛି।
"