Nabajaubana darshana: ଆଜି ନବଯୌବନ ଦର୍ଶନ: ଏଥର କମ୍ ସମୟ ଦର୍ଶନ, ଚତୁର୍ଦ୍ଦଶୀ କ୍ଷୟ ଯୋଗୁଁ ନୀତି ବହୁଳ
"ପୁରୀ: ସୁସ୍ଥ ହୋଇସାରିଛନ୍ତି ମହାପ୍ରଭୁ।
ନବଯୌବନ ରୂପରେ ଝଟକିବେ କୋଟି କୈବଲ୍ୟନାଥ।
ଅଣସରରେ ମହାପ୍ରଭୁଙ୍କୁ ଦେଖିନଥିବା ଭକ୍ତମାନେ ନବଯୌବନ ରୂପ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି।
୧୫ ଦିନର ଅଣସର ଶେଷ କରି ମଙ୍ଗଳବାର ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବିଗ୍ରହ।
ଏଥର ଚତୁର୍ଦ୍ଦଶୀ କ୍ଷୟ ଯୋଗୁଁ ଦୁଇଦିନର କାମ ଗୋଟେ ଦିନରେ ସମ୍ପନ୍ନ ହେବାକୁ ଥିବାରୁ ଦର୍ଶନ ଅବଧି ହ୍ରାସ ପାଇବ।
ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ମାତ୍ର ୨ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିଲେ ହେଁ ଏତିକି ସୁଯୋଗ ମଧ୍ୟ ମିଳିବ ନାହିଁ ବୋଲି ପରୋକ୍ଷରେ ସୂଚନା ଦେଇସାରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ସେବକ।Advertisment Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ ସମ୍ଭବତଃ ଅପରାହ୍ଣ ୨ଟା ପରେ ନବଯୌବନ ଦର୍ଶନର ସୁଯୋଗ ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.
ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ତେବେ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି।
ସମ୍ଭବତଃ ଅଧିକ ସଂଖ୍ୟକ ଭକ୍ତ ଦର୍ଶନ କରିବା ସମ୍ଭବ ହେବ ନାହିଁ।
କେତେ ସମୟ ଦର୍ଶନ କରିବାର ସୁଯୋଗ ମିଳିବ, ସେନେଇ ସିଂହଦ୍ବାରଠାରେ ଡାକବାଜିରେ ଭକ୍ତଙ୍କୁ ସୂଚନା ଦିଆଯିବ।
ସମସ୍ତ ଭକ୍ତ ଏଥିପାଇଁ ସହଯୋଗ କରିବାକୁ ଡ.
ପାଢ଼ୀ ନିବେଦନ କରିଛନ୍ତି।
ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ୮ବର୍ଷରେ ଥରେ ଚତୁର୍ଦ୍ଦଶୀ କ୍ଷୟ ପଡ଼େ।
୨୦୧୯ ପରେ ଏଥର ମଧ୍ୟ ଚତୁର୍ଦ୍ଦଶୀ କ୍ଷୟ ଯୋଗୁଁ ନୀତି ବହୁଳ ରହୁଛି।
ଦିନ ରାତି ନୀତି ଚାଲିବ।
ମହାପ୍ରଭୁ ସୁସ୍ଥ ହୋଇଥିଲେ ହେଁ ଶ୍ରୀଅଙ୍ଗ ଓଦା ରହିଛି।
ଏଥିପାଇଁ ଖଡ଼ି ପ୍ରସାଦ ରାତିରେ ବିଜେ ହେବ।
ବନକଲାଗି କରାଯିବ।
ପୁଣି ଆସନ୍ତାକାଲି ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ରହିଛି।
ଏ ସବୁ ଦୃଷ୍ଟିରୁ ନବଯୌବନ ଦର୍ଶନ ଅବଧି କମ୍ ରହିବ ବୋଲି କହିଛନ୍ତି।
Horoscope 2026 July 14: ଜାଣନ୍ତୁ ଆଜିର ରାଶିଫଳ ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ଅନୁଷ୍ଠିତ ହେବ।
ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ପ୍ରକାଶିତ ନୀତି ନିର୍ଘଣ୍ଟ ମୁତାବକ, ଆସନ୍ତାକାଲି ସକାଳ ୯ଟାରେ ଝୁଣ ବାହାରିବା ପରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ ହେବ।
ପରେ ବନକଲାଗି, ଚକା ଅପସର ହୋଇ ଦିନ ୧୨ଟା ୧୫ରେ ମଙ୍ଗଳ ଆଳତି, ମଇଲମ, ଅବକାଶ ହେବ।
ଦିନ ୧ଟା ୧୫ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ।
ସାଢ଼େ ଗୋଟେରେ ତାଟି ଫିଟିବ।
ଭିତର କାଠ ନିକଟରୁ ୨ଟା ପରେ ପରିମାଣିକ ଦର୍ଶନ ଏବଂ ସାଢ଼େ ୨ଟା ପରଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।
ଦର୍ଶନ ସରିବା ପରେ ଧୁଆଧୋଇ ହୋଇ ଚୂନ ପଡ଼ିବ, ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରିବେ।
ସନ୍ଧ୍ୟା ୬ଟା ବେଳକୁ ନେତ୍ରୋତ୍ସବ ବନ୍ଦାପନା ହେବ।
ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା ହୋଇ ରାତି ୯ଟାରୁ ୧୦ଟା ମଧ୍ୟରେ କେବଳ କୋଠଭୋଗ ସକାଳ ଧୂପ କରାଯିବ।
ପରେ ଭୋଗମଣ୍ଡପ, ମଇଲମ, ମଧ୍ୟାହ୍ନ ଧୂପ, ଦକ୍ଷିଣୀଘର ଭୋଗ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ହେବା ପରେ ଭୋର ୪ଟା ବେଳକୁ ଦତ୍ତ ମହାପାତ୍ର ସେବକ ବନକଲାଗି ପାଇଁ ପ୍ରବେଶ କରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।