Murder: ପଶ୍ଚିମବଙ୍ଗରେ ବିଜେପି ସମର୍ଥକଙ୍କୁ ଗୁଳିକରି ହତ୍ୟା: ସଂଘର୍ଷରେ ୬ ଆହତ

Oct 22, 2026 - 13:24
Murder: ପଶ୍ଚିମବଙ୍ଗରେ ବିଜେପି ସମର୍ଥକଙ୍କୁ ଗୁଳିକରି ହତ୍ୟା: ସଂଘର୍ଷରେ ୬ ଆହତ

"କୋଲକାତା:  ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଜଣେ ୩୫-ବର୍ଷୀୟ ବିଜେପି ସମର୍ଥକଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ସମୀର ଦାସ ନାମକ ସମର୍ଥକଙ୍କୁ ଇଲିଂଶ ବଜାର ଅନ୍ତର୍ଗତ ରାମକେଲି ଅଞ୍ଚଳରେ ପ୍ରଥମେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ଓ ପରେ ତାଙ୍କ ଉପରକୁ ଦୁଇଥର ଗୁଳି କରାଯାଇଥିଲା।Advertisment ସ୍ଥାନୀୟ ଲୋକମାନେ କହିଛନ୍ତି, ଘୋଷଙ୍କୁ ପ୍ରତିଦ୍ବନ୍ଦ୍ବୀ ରାଜ‌ନୈତିକ ଗୋଷ୍ଠୀର ସମର୍ଥକମାନେ ହତ୍ୟା କରିଛନ୍ତି।

ହତ୍ୟାକାଣ୍ଡ ପରେ ସେହି ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା, ଯେଉଁଥିରେ ୬ ଜଣ ଲୋକ ଆହତ ହୋଇଥିଲେ।

ଆହତମାନଙ୍କୁ ମାଲଦା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।

ତେବେ ସ୍ଥିତି ନିୟନ୍ତ୍ରଣରେ ରଖିବାକୁ ବ୍ୟାପକ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି।

Attack: ଅଭିଯୁକ୍ତଙ୍କ ସନ୍ଧାନରେ ଆସିଥିବା ପୁଲିସ ଦଳ ଉପରେ ଆକ୍ରମଣ: ୪ ପୁଲିସ ଆହତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)