Modi–Trump Meeting: ମୋଦୀ-ଟ୍ରମ୍ପ ସାକ୍ଷାତକାର: ଭାରତ-ଆମେରିକା ସମ୍ପର୍କକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନ ମତ

Jun 27, 2026 - 14:11
Modi–Trump Meeting: ମୋଦୀ-ଟ୍ରମ୍ପ ସାକ୍ଷାତକାର: ଭାରତ-ଆମେରିକା ସମ୍ପର୍କକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ଭିନ୍ନ ମତ

"ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଙ୍କଶୁଳ୍କ ନୀତି ଓ ଆକ୍ରମଣାତ୍ମକ ବୟାନବାଜି ଯୋଗୁଁ ବିଗତ କିଛି ମାସ ହେବ ଭାରତ ଓ ଆମେରିକାମଧ୍ୟରେ ତିକ୍ତତା ଦେଖାଦେଇଛି।

ନିକଟରେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ପ୍ରାୟ ୧୬ ମାସ ପରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ଦୁଇ ଦେଶର ସମ୍ପର୍କରେ ସୁଧାର ଆଣିବ ବୋଲି ଆଶା କରାଯାଉଥିବା ବେଳେ, ପ୍ରସିଦ୍ଧ ଭାରତୀୟ-ଆମେରିକୀୟ ସାମ୍ବାଦିକ ତଥା ପ୍ରଖ୍ୟାତ ବିଶ୍ଳେଷକ ଫରିଦ ଜାକାରିଆ ଏହାକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜାକାରିଆ ଦାବି କରିଛନ୍ତି ଯେ, ଏହି ବୈଠକ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।Advertisment ଭାରତ ପାଇଁ ଏକ ବଡ଼ କୂଟନୈତିକ ଆହ୍ୱାନ ସୃଷ୍ଟି କରିପାରେ ଫରିଦ ଜାକାରିଆଙ୍କ କହିବା ଅନୁଯାୟୀ, ପୂର୍ବରୁ ଭାରତକ୍ୱାଡ୍ ସଂଗଠନରେ ସାମିଲ ହେବାକୁ ନେଇ ଦ୍ୱିଧାଗ୍ରସ୍ତ ଥିବା ବେଳେ ଏବେ ଆମେରିକା ମଧ୍ୟ ସମାନ ସ୍ଥିତିରେ ରହିଛି।

ଆମେରିକା ତୁଳନାରେ ଭାରତକୁ ଆମେରିକାର ସହାୟତା ଅଧିକ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଟ୍ରମ୍ପଙ୍କ ମାନସିକତା ବିଷୟରେ ଚର୍ଚ୍ଚା କରି ସେ କହିଛନ୍ତି ଯେ, ଟ୍ରମ୍ପ ଚାଟୁକାରିତା ପସନ୍ଦ କରନ୍ତି ଏବଂ ପାକିସ୍ତାନୀ ନେତୃତ୍ୱ ଏହାର ସୁଯୋଗ ନେଇଛନ୍ତି।

ମୋଦୀଙ୍କ ପ୍ରତି ଟ୍ରମ୍ପଙ୍କ ପୂର୍ବ ଆକର୍ଷଣ ଏବେ ହ୍ରାସ ପାଇଛି ଏବଂ ସେ ସ୍ପଷ୍ଟ ଭାବେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିରଙ୍କ ସପକ୍ଷରେ ଥିବା ପରି ମନେହେଉଛି, ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ଆହ୍ୱାନ ସୃଷ୍ଟି କରିପାରେ।

ତେବେ ଜାକାରିଆଙ୍କ ଏହି ନୈରାଶ୍ୟଜନକ ବିଶ୍ଳେଷଣ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭାରତର ପୂର୍ବତନ ବୈଦେଶିକ ସଚିବ ତଥା ବରିଷ୍ଠ କୂଟନୀତିଜ୍ଞ କନୱାଲ ସିବଲ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଆମେରିକାକୁ ଅଧିକ ଆବଶ୍ୟକ କରିବା କେବଳ ଭାରତ ନୁହେଁ, ବରଂ ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶ ପାଇଁ ପ୍ରଯୁଜ୍ୟ ଏବଂ ଏଥିରେ କିଛି ନୂଆ କଥା ନାହିଁ।

ଟ୍ରମ୍ପ ନିଜର ଶୁଳ୍କ ନୀତି ଓ ନିଷ୍ପତ୍ତି ମାଧ୍ୟମରେ ୟୁରୋପ ସମେତ ବିଶ୍ୱର ପ୍ରାୟ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କୁ ଅପମାନିତ ଓ କ୍ରୋଧିତ କରିଛନ୍ତି।

ସେ ପ୍ରାୟ ୬୦ଟି ଆନ୍ତର୍ଜାତୀୟ ସଂଗଠନ ଛାଡ଼ିବା ସହ ଜାତିସଂଘ ଭଳି ସଂସ୍ଥାକୁ କ୍ଷତି ପହଞ୍ଚାଇ ବିଭିନ୍ନ ଦେଶ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଛନ୍ତି।

ତେଣୁ ଟ୍ରମ୍ପଙ୍କର ଏଭଳି ଆଚରଣକୁ ଏକ ସାଧାରଣ ନୀତି ନଭାବି ଏକ ବ୍ୟତିକ୍ରମ ଭାବେ ଦେଖିବା ଉଚିତ ବୋଲି ସିବଲ ଯୁକ୍ତି ବାଢ଼ିଛନ୍ତି।

ବିଶେଷଜ୍ଞମାନେ ବର୍ତ୍ତମାନ ଏହି ଦୁଇ ନେତାଙ୍କ ବୈଠକର ଦୂରଗାମୀ ପ୍ରଭାବକୁ ଅନୁଧ୍ୟାନ କରୁଛନ୍ତି। https://sambad.in/india-and-beyond/pm-modi-to-meet-jonathan-the-worlds-oldest-tortoise-in-seychelles-visit-12111324 "