Murder case: ପଥରରେ ଛେଚି ଶଳାକୁ ହତ୍ୟା; ଭିଣୋଇ ଗିରଫ
ଭୁବନେଶ୍ବର: ସହିଦନଗର ଥାନା ଭିଏସ୍ଏସ୍ନଗରସ୍ଥିତ ତାରିଣୀ ବସ୍ତିରେ ପାରିବାରିକ ବିବାଦରୁ ପଠାଣି ସାହୁଙ୍କୁ ପଥରରେ ଛେଚି ତାଙ୍କ ଭିଣୋଇ ସୁରେଶ କୁମାର ସିଂହ ହତ୍ୟା କରିଛି।
ପଠାଣିଙ୍କ ପୁଅ ବିଟୁଲୁ ସାହୁଙ୍କ ଅଭିଯୋଗକ୍ରମେ ସହିଦନଗର ଥାନା ପୁଲିସ ଅଭିଯୁକ୍ତ ସୁରେଶକୁ ଗିରଫ କରିଛି।
ଘଟଣାସ୍ଥଳରୁ ହତ୍ୟା ପାଇଁ ବ୍ୟବହୃତ ପଥର ଜବତ କରାଯାଇଛି।
Advertisment କିବ୍ର ଶକ୍ତି କେନ୍ଦ୍ର ଉପରେ ରୁଷ୍ର ଭୀଷଣ ଆକ୍ରମଣ; ୧୭୨ଟି ଡ୍ରୋନ୍, ୩୬ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସୁରେଶର ମୂଳଘର ନେପାଳରେ।
ସେ ପ୍ରାୟ ୪୦ବର୍ଷ ପୂର୍ବେ ଭିଏସ୍ଏସ୍ନଗରସ୍ଥିତ ତାରିଣୀ ବସ୍ତିରେ ରହି ରଙ୍ଗ କାମ କରୁଥିଲେ।
ଖୋର୍ଦ୍ଧା ଟାଙ୍ଗୀର ପଠାଣି ସାହୁଙ୍କ ଉଭଣୀଙ୍କୁ ସୁରେଶ ବିବାହ କରିଥିଲେ।
କିଛି ମାସ ପୂର୍ବେ ସୁରେଶ ତାଙ୍କ ପତ୍ନୀଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହ କରିଥିଲେ।
ଏହାର କିଛିଦିନ ପରେ ତାଙ୍କ ପତ୍ନୀ ପଡ଼ୋଶୀଙ୍କ ସହ ଫେରାର୍ ହୋଇଯାଇଥିଲେ।
ପରେ ପଡ଼ୋଶୀ ସୁରେଶଙ୍କ ପତ୍ନୀଙ୍କୁ ଛାଡ଼ି ଦେଇଥିଲେ।
ମାତ୍ର ସୁରେଶ ସେତେବେଳେ ପତ୍ନୀଙ୍କୁ ସାଙ୍ଗରେ ରଖିବେ ନାହିଁ ବୋଲି କହିଥିଲେ।
ତେଣୁ ତାଙ୍କ ପତ୍ନୀ ସୁନ୍ଦରପଦାସ୍ଥିତ ସାନଭଉଣୀ ଘରେ ରହୁଥିଲେ।
ଏହି କଥାକୁ ନେଇ ପଠାଣି ଅନେକ ଥର ସୁରେଶଙ୍କୁ ବୁଝାଇଥିଲେ ଏବଂ ପୂର୍ବ ରାଗ ଭୁଲି ତାଙ୍କ ଭଉଣୀକୁ ପାଖରେ ରଖିବାକୁ କହୁଥିଲେ।
ମାତ୍ର ସୁରେଶ ତାଙ୍କ କଥାରେ ରାଜି ହୋଇନଥିଲେ।
Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ ଏହାକୁ କେନ୍ଦ୍ର କରି ଗତକାଲି ରାତିରେ ସୁରେଶଙ୍କ ଘରକୁ ପଠାଣି ଯାଇଥିଲେ।
ସେଠାରେ ଉଭୟ ସାଙ୍ଗ ହୋଇ ମଦ ପିିଇଥିଲେ।
ମଦ ପିଇବା ପରେ ପଠାଣି ପୁଣି ତାଙ୍କ ଭଉଣୀ କଥା ଉଠାଇଥିଲେ।
ପରେ ଉଭଣୀଙ୍କୁ ପାଖରେ ରଖିବା ନ ରଖିବାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ ପାଖରେ ଥିବା ଏକ ପଥରରେ ଛେଚି ପଠାଣିଙ୍କୁ ହତ୍ୟା କରିଥିଲେ।
ପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଘୋଷାରି ନେଇ ଟ୍ରେନ୍ ଲାଇନ୍ ନିକଟକୁ ଯାଇଥିଲେ।
ମାତ୍ର ନିଶା ଛାଡ଼ିବା ପରେ ସେ ତାଙ୍କ ଶବ ନିକଟରେ ବସି ରହିଥିଲେ।
ସକାଳ ହେବାରୁ ବସ୍ତି ବାସିନ୍ଦା ପଠାଣିଙ୍କ ହତ୍ୟାକାଣ୍ଡ ବାବଦରେ ଜାଣି ସହିଦନଗର ଥାନା ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁରେଶଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
