Ayodhya Diwali: ସରଯୂ ତଟରେ ଭବ୍ୟ ଆୟୋଜନ; ମନ୍ତ୍ରୋଚ୍ଚାରଣରେ ମୁଖରିତ ହେଲା ଅଯୋଧ୍ୟା
ଅଯୋଧ୍ୟା: ଦୀପର ଆଲୋକରେ ଝଲସୁଥିଲା ସରଯୂର ଜଳରାଶି।
ଘଣ୍ଟିର ଗୁଞ୍ଜରଣ, ଶଙ୍ଖଧ୍ୱନି ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ସମଗ୍ର ପରିବେଶ।
ଧୂପର ସୁଗନ୍ଧ ଓ ଭକ୍ତି ସଙ୍ଗୀତ ମଧ୍ୟରେ ପ୍ରଜ୍ୱଳିତ ଆଳତିର ଶିଖା ଯେତେବେଳେ ସରଯୂର ଲହରୀରେ ପ୍ରତିଫଳିତ ହେଉଥିଲା, ସେତେବେଳେ ସୃଷ୍ଟି ହେଉଥିଲା ଏକ ଅପୂର୍ବ ଆଧ୍ୟାତ୍ମିକ ଦୃଶ୍ୟ।
ମନେ ହେଉଥିଲା, ଯେପରି ପ୍ରତ୍ୟେକ ଲହରୀରେ ଝଲସି ଉଠୁଛି ଆସ୍ଥା ଓ ଭକ୍ତିର ଆଲୋକ।
ଦୀପୋତ୍ସବ ଅବସରରେ ରାମନଗରୀ ଅଯୋଧ୍ୟାରେ ଏଭଳି ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଯାଇଛି ମା' ସରଯୂଙ୍କ ଭବ୍ୟ ମହାଆଳତି।
Advertisment ମହନ୍ତ ଶଶିକାନ୍ତ ଦାସ ମହାରାଜଙ୍କ ନେତୃତ୍ୱରେ ପାରମ୍ପରିକ ବିଧିବିଧାନ ଅନୁସାରେ ଆଳତି ସମ୍ପନ୍ନ ହୋଇଛି।
ଭକ୍ତି ସଙ୍ଗୀତ ଓ ଆଳତିର ଲୟବଦ୍ଧ ପରିବେଷଣରେ ସମଗ୍ର ସରଯୂ ତଟ ଆଧ୍ୟାତ୍ମିକ ଭାବନାରେ ଭରିଉଠିଥିଲା।
ଶ୍ରଦ୍ଧାଳୁଙ୍କ ଜୟଧ୍ୱନି ଓ ଦୀପର ଆଲୋକ ମଧ୍ୟରେ ଅଯୋଧ୍ୟାର ପରିବେଶ ରାମମୟ ହୋଇଉଠିଥିଲା।
ମୁଖ୍ୟମନ୍ତ୍ରୀ-ଉପରାଷ୍ଟ୍ରପତି ଆଳତିରେ ସାମିଲ ଏହି ପବିତ୍ର ଅବସରରେ ଉପରାଷ୍ଟ୍ରପତି ସି.ପି.
ରାଧାକୃଷ୍ଣନ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଆଳତିରେ ସାମିଲ ହୋଇଥିଲେ।
ନବନିର୍ମିତ ନିତ୍ୟ ସରଯୂ ମହାଆଳତି ସ୍ଥଳରେ ମୁଖ୍ୟମନ୍ତ୍ରୀ ଆଳତି କରିବା ସହ ମା'ଙ୍କ ଆରାଧନା କରିଥିଲେ।
ଦୀପୋତ୍ସବର ଏହି ଆୟୋଜନ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଅଯୋଧ୍ୟାର ସନାତନ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ଲୋକଆସ୍ଥାର ଏକ ଜୀବନ୍ତ ପ୍ରତିଫଳନ ଥିଲା।
ଆଳତି ସମାପ୍ତ ହେବା ପରେ ମଧ୍ୟ ସରଯୂ ତଟରେ ଦୀପର ଝଲକ ଓ ଭକ୍ତିର ଉଲ୍ଲାସ ଜାରି ରହିଛି।
Diwali Celebration: ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
