Murder case: ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା: ତଣ୍ଟି ଚିପି ମାରିଥିବା ୨ସାଙ୍ଗଙ୍କୁ ଆଜୀବନ

Oct 06, 2026 - 11:16
Murder case: ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା: ତଣ୍ଟି ଚିପି ମାରିଥିବା ୨ସାଙ୍ଗଙ୍କୁ ଆଜୀବନ

"ଭୁବନେଶ୍ୱର: ୨୦୨୪ ଜାନୁଆରି ୧୧ ତାରିଖରେ ବାରଙ୍ଗ ଚୁଡ଼ଙ୍ଗଗଡ଼ ଜଙ୍ଗଲରେ ଘଟିଥିବା ଏକ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି।

ଖୋର୍ଦ୍ଧା ସେସନ୍‌ସ ଜଜ୍‌ ବିରଞ୍ଚି ନାରାୟଣ ମହାନ୍ତି ମାମଲାର ଶୁଣାଣି ଶେଷକରି ସୁଶାନ୍ତ ଟୁଡ଼ୁଙ୍କ ତଣ୍ଟି ଚିପି ହତ୍ୟା କରିଥିବା ୨ ସାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି।

ଆସାମୀଦ୍ବୟ ହେଲେ ସ୍ଥାନୀୟ ଦାଢ଼ାପାଟଣା ଆଦିବାସୀସାହିର ମୋହନ ମାରାଣ୍ଡି ଓ ରାଜେନ୍ଦ୍ର ହାଁସଦା।

ଆଜୀବନ ସଜା ସହିତ ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି ଏବଂ ଜରିମାନା ଅନାଦାୟ କ୍ଷେତ୍ରରେ ସେମାନଙ୍କୁ ଅଧିକ ୬ମାସ ଲେଖାଏଁ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

୧୫ଜଣ ସାକ୍ଷୀ ଓ ୩୦ଟି ପ୍ରଯୁଜ୍ୟ ଦସ୍ତାବିଜ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ସରକାରଙ୍କ ପକ୍ଷରୁ ଆଇନଜୀବୀ ସିପ୍ରାଞ୍ଜଳି ସ୍ବାଇଁ ଏହି ମାମଲା ପରିଚାଳନା କରୁଥିଲେ।

Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ଘଟଣାଦିନ ସକାଳ ପ୍ରାୟ ୮ଟା ବେଳେ ଦାଢ଼ାପାଟଣା ଆଦିବାସୀସାହିର ସୁଶାନ୍ତ ଟୁଡୁ, ତାଙ୍କର ୨ ସାଙ୍ଗ ରାଜେନ୍ଦ୍ର ଓ ମୋହନଙ୍କୁ ନିଜ ସ୍କୁଟିରେ ବସାଇ ଚୁଡଙ୍ଗଗଡ଼ ଜଙ୍ଗଲ ଭିତରେ ଥିବା ଜଣେ ଦେଶୀ ମଦ ବେପାରୀ ପାଖକୁ ଯାଇଥିଲେ।

ସେଠାରେ ଅପରାହ୍ଣ ସାଢ଼େ ୧ଟା ପର୍ଯ୍ୟନ୍ତ ୩ସାଙ୍ଗ ବସି ମଦ ପିଇଥିଲେ।

ଘରକୁ ଫେରିବା ବାଟରେ ପାଞ୍ଚମାଣିଆ ଜଙ୍ଗଲରେ ସ୍କୁଟିରୁ ପେଟ୍ରୋଲ ସରିଗଲା।

ତେଣୁ ସ୍କୁଟିକୁ ଠେଲିଠେଲି ନେବାକୁ ହେବ ବୋଲି ସୁଶାନ୍ତ କହିଥିଲେ।

Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା ମାତ୍ର ନିଶାରେ ଚୂର୍‌ ହୋଇଥିବା ରାଜେନ୍ଦ୍ର ସ୍କୁଟି ଠେଲିବ ନାହିଁ ବୋଲି କହିଥିଲା।

ମଦ ପିଇବାକୁ ଜଙ୍ଗଲ ଭିତରକୁ ଆସିବା ପୂର୍ବରୁ ସ୍କୁଟିରେ କାହିଁକି ଆବଶ୍ୟକ ପରିମାଣର ପେଟ୍ରୋଲ ପକାଇ ନଥିଲା ବୋଲି କହି ମୋହନ ମଧ୍ୟ ସୁଶାନ୍ତଙ୍କୁ ଗାଳି କରିଥିଲା।

ଏହାକୁ ନେଇ ଉଭୟ ରାଜେନ୍ଦ୍ର ଓ ମୋହନ ରାଗରେ ସୁଶାନ୍ତଙ୍କୁ ଗାଳିମନ୍ଦ କରିଥିଲେ।

ଫଳରେ ସେମାନଙ୍କ ଭିତରେ ବଚସା ହୋଇଥିଲା।

ମହୁଲି ନିଶାରେ ଚୂର୍‌ ହୋଇଥିବା ମୋହନ ଓ ରାଜେନ୍ଦ୍ରଙ୍କ ମୁଣ୍ଡ ବିଗିଡ଼ି ଯାଇଥିଲା।

ସୁଶାନ୍ତ ସ୍କୁଟି ଠେଲୁଥିବା ବେଳେ ରାଜେନ୍ଦ୍ର ପଛରୁ ତାଙ୍କ ବେକରେ ଗାମୁଛା ଗୁଡ଼ାଇ ଭିଡ଼ି ଧରିଥିଲା।

ସୁଶାନ୍ତ ତଳେ ପଡ଼ି ଛଟପଟ ହେଉଥିଲେ ହେଁ ରାଜେନ୍ଦ୍ର ଗାମୁଛାକୁ ସେମିତି ଟାଣିଧରିଥିଲା।

ଘଟଣାସ୍ଥଳରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଯିବା ପରେ ସେମାନେ ମୃତଦେହକୁ ଏକ ବୁଦାମୂଳେ ଡାଳପତ୍ର ଘୋଡ଼ାଇ ଲୁଚାଇଦେଲେ ଏବଂ ସେଠାରୁ କିଛି ଦୂରରେ ମୋବାଇଲ ଓ ସ୍କୁଟିକୁ ଫୋପାଡ଼ି ପଳାଇଆସିଥିଲେ।

ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ହେବା ପରେ ପୁଲସ ତଦନ୍ତ କରି ପରଦିନ ପାଞ୍ଚମାଣିଆ ଜଙ୍ଗଲ ଭିତରୁ ସୁଶାନ୍ତଙ୍କ ମୃତଦେହ, ସ୍କୁଟି ଓ ମୋବାଇଲ ଜବତ କରିଥିଲା।

Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)