Murder case: ମହିଳାଙ୍କୁ ହତ୍ୟା ମାମଲା, ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ

Aug 12, 2026 - 20:32
Murder case: ମହିଳାଙ୍କୁ ହତ୍ୟା ମାମଲା, ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ

"ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଛତାମ ଗାଁରେ ୨୪.୧୧.୨୦୧୯ରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ସୁନ୍ଦରଗଡ଼ ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟ ଅଭିଯୁକ୍ତ ମାଲାକି ବୁଡ଼ (୫୮) କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ତାକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି ଜରିମାନା ଅନାଦାୟେ କାରାବାସ ଅଧିକ ୬ ମାସ ବୃଦ୍ଧି ହେବ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।

ମାମଲାର ବିବରଣୀ ଅନୁସାରେ, ମାଲାକି ବୁଡ଼ ୧୧.୧୧.୨୦୧୯ରେ ବ୍ୟାଙ୍କ କାଗଜପତ୍ର ଧରି ରାଜଗାଙ୍ଗପୁର କାନରା ବ୍ୟାଙ୍କକୁ ଯାଇଥିଲା ।Advertisment Keralam: କେରଳରେ ପୁଲିସକୁ ଧମକ ପରେ ୫୫ ଅପରାଧୀ ଗିରଫ ବ୍ୟାଙ୍କକୁ ତାଙ୍କ ଗାଁର ହିଲାରୁସ କେର୍କେଟା ଓ ତାଙ୍କ ପତ୍ନୀ ଫୁଲିତମାନି ମଧ୍ୟ ଯାଇଥିଲେ।

ସେଠାରେ ମାଲାକିର କାଗଜପତ୍ର ହଜିଗଲା।

ତାକୁ ଫୁଲିତମାନି ଲୁଚାଇ ନେଇ ଯାଇଥିବା ସ‌ନ୍ଦେହ କରି ରାଗ ରଖିଥିଲା ମାଲାକି।

୨୩ ତାରିଖ ସକାଳ ୧୧ଟାରେ ଫୁଲିତମାନି ତାଙ୍କ ଜମିରେ ଏକା ଧାନ କାଟୁଥିବା ବେଳେ ମାଲାକି ତାକୁ ପଥରରେ ଛେଚି ହତ୍ୟା କରିଥିଲା ।

ଏ ନେଇ ୨୫.୧୧.୨୦୧୯ରେ ପରିବାର ଲୋକଙ୍କ ଏତଲାକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମାଲାକିକୁ ୨୮.୧୧.୨୦୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ମାମଲାର ଶୁଣାଣି ଚାଲିଥିବା ବେଳେ ସମସ୍ତ ସାକ୍ଷ୍ୟ ପ୍ରମାଣ, ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ଅଗଷ୍ଟ ୧୨ରେ ଦଣ୍ଡାଦେଶ କରିଛନ୍ତି।

ମାମଲାକୁ ଏପିପି ଆର୍‌.ପି.

ବେକ ପରିଚାଳନା କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media