Murder: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା, ମୃତ୍ୟୁ ପରେ ନଦୀରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ
"ନୟାଗଡ଼: ଯୁବକ ନିଖୋଜ।
ପିଟିପିଟି ହତ୍ୟା ପରେ ଶବକୁ ନଦୀରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ।
ନୟାଗଡ଼ ସଦରଥାନା ଡାଳିଆମଡା ଗାଁରୁ ଆସିଛି ଏଭଳି ଅଭିଯୋଗ।
Advertisment ନଳକୂପ ଚାବିରେ ମରଣାନ୍ତକ ଆକ୍ରମଣ ଡାଳିଆମଡା ଗାଁର ଚିରଞ୍ଜିବୀ ସାହୁଙ୍କ ପୁଅ ଅଭିମନ୍ୟୁ ଗତକାଲି ଗାଁର ଏକ ଦୋକାନକୁ ଔଷଧ କିଣିବାକୁ ଯାଇଥିଲେ।
ପୂର୍ବ ଶତ୍ରୁତା କାରଣରୁ ଦୋକାନ ସାମ୍ନାରୁ ଗାଁର ଅନ୍ୟ କିଛି ବ୍ୟକ୍ତି ତାଙ୍କ ହାତ ଗୋଡ଼ ବାନ୍ଧି ଉଠାଇ ନେଇଥିଲେ।
ଗାଁ କ୍ଲବ ଘରକୁ ନେଇ ସେଠାରେ ତାଙ୍କୁ ନଳକୂପ ଚାବିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା।
ଯୁବକଙ୍କୁ ମୃତ୍ୟୁ ପରେ ଶବକୁ ନିକଟସ୍ଥ ନଦୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି।
Snake Bite: ବିଷାକ୍ତ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ସଦରଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କ୍ବାର୍ଡ ଜରିଆରେ ତଦନ୍ତ ଆରମ୍ଭ କରିଛି।
କ୍ଲବ ଘରୁ ନଳକୂପ ପାଇପ୍ ଜବତ କରାଯାଇଛି।
କ୍ଲବ ଘର କାନ୍ଥରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି।
ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ନିଖୋଜ ଯୁବକଙ୍କ ଶବ ମିଳିପାରିନାହିଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।