Murder: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଅଟକ

Aug 30, 2026 - 14:26
Murder: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଅଟକ

"ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।

ଟଙ୍କା ନ ଦେବାରୁ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।Advertisment ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି​ ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ବାପା ଆଣିଥିବା କିଛି ଟଙ୍କାକୁ ତାଙ୍କ ପୁଅ ସୁମନ୍ତ ଦେହୁରୀ ମାଗିଥିଲା।

କିନ୍ତୁ ବାପା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା।

ଗତକାଲି ରାତିରେ ଏହି କଥାକୁ ନେଇ ଉତ୍‌କ୍ଷିପ୍ତ ହୋଇ ପୁଅ ସୁମନ୍ତ ଏକ ଠେଙ୍ଗାରେ ବାପାଙ୍କୁ ନିର୍ମମ ଭାବେ ପିଟିଥିଲା, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ​ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ଅଟକ ରଖିଛି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

ଶବକୁ ବୋହିବା ପାଇଁ କେହି ନ ମିଳିବାରୁ ବୋହିଲା ପୁଲିସ।

କାଦୁଅ ରାସ୍ତାରେ ଏକ କିଲୋମିଟର ବୋହିଲା ପୁଲିସ୍।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)