Murder: କାନପୁରରେ ଯୁବକଙ୍କୁ ନିର୍ମମ ହତ୍ୟା: କାର୍‌ରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାରିଲେ ଓ ଗାଡ଼ି ଚଢ଼ାଇ ଦେଲେ

Oct 22, 2026 - 14:58
Murder: କାନପୁରରେ ଯୁବକଙ୍କୁ ନିର୍ମମ ହତ୍ୟା: କାର୍‌ରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାରିଲେ ଓ ଗାଡ଼ି ଚଢ଼ାଇ ଦେଲେ

"କାନପୁର: ପୂର୍ବ ଶତ୍ରୁତା ଯୋଗୁ କାନପୁରର ହନୁମନ୍ତ ବିହାର ଅଞ୍ଚଳରେ ଜଣେ ୩୭ ବର୍ଷୀୟ ଯୁବକଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି।

ଅଭିଯୋଗ ହୋଇଛି ଯେ, ଦଶହରା ମେଳା ଦେଖିକି ଘରକୁ ଫେରୁଥିବା ବୀରୁ ସିଂହ ଭଦୌରିଆଙ୍କୁ ପ୍ରଥମେ ଏକ କାର ଧକ୍କା ଦେଇଥିଲା, ତା"ପରେ ତାଙ୍କୁ ମାଡ଼ ମାରି କାରରୁ ଓହଳାଇ ଦିଆଯାଇଥିଲା ଓ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାରି ନିଆଯାଇଥିଲା।Advertisment ପରେ ରାଜେନ୍ଦ୍ର ନଗରର ଅଶ୍ୱନୀ ଟ୍ରେଡିଂ କମ୍ପାନି ନିକଟରେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଫିଙ୍ଗି ଦିଆଯାଇଥିଲା।

ଅଭିଯୁକ୍ତମାନେ ଯୁବକଙ୍କ ଉପରେ କାର୍‌ ମଧ୍ୟ ଚଢ଼ାଇ ଦେଇ ଫେରାର୍‌ ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାର ଅନେକ ସିସିଟିଭି ଫୁଟେଜ ସାମ୍‌ନାକୁ ଆସିଛି।

ପୁଲିସ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣରେ ଅବହେଳା ଅଭିଯୋଗ ବୁଧବାର ମୃତଦେହ ଘରେ ପହଞ୍ଚିବା ପରେ ପରିବାର ଲୋକ ପୁଲିସ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୀରୁ ସିଂହ ଏକ କମ୍ପାନିରେ ସେଲ୍ସମ୍ୟାନ ଭାବେ କାମ କରୁଥିଲେ।

ତାଙ୍କ ପତ୍ନୀ, ଦୁଇ ଝିଅ, ଗୋଟିଏ ପୁଅ, ବାପା ଓ ବଡ଼ଭାଇ ଅଛନ୍ତି।

ବୀରୁଙ୍କର ଗତ କିଛି ଦିନ ତଳେ ଖାଡ଼େପୁର ନୂଆ ବସ୍ତି ନିବାସୀ ରାଜବୀର ଓ ମେୱାଲାଲଙ୍କ ସହିତ ବିବାଦ ହୋଇଥିଲା।

ମଙ୍ଗଳବାର ରାତିରେ ବୀରୁ ସିଂହ ମେଳା ଦେଖିବାକୁ ଆସୁଥିବା ସମୟରେ ମେୱାଲାଲ ନିଜ ଗାଡ଼ି ନେଇ ସେଠାରେ ପହଞ୍ଚି ଥିଲେ।

କାର୍‌ରେ ରାଜବୀର ସମେତ ଅନ୍ୟ ତିନି ଜଣ ଲୋକ ଥିଲେ।

ସେମାନେ ବୀରୁଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବୀରୁ ସେମାନଙ୍କଠାରୁ ଖସି ଚାଲିଯିବାକୁ ଚେଷ୍ଟା କରିବାରୁ ସେମାନେ ତାଙ୍କୁ କାର୍‌ରେ ଧକ୍କା ଦେଇଥିଲେ।

ପରେ ତାଙ୍କ ହାତକୁ ଗାଡ଼ିର ୱିଣ୍ଡୋରେ ଚାପି ରଖି କାର୍‌କୁ ଦ୍ରୁତବେଗରେ ଚଲାଇଥିଲେ ଓ ବୀରୁ ସିଂହଙ୍କୁ ରାସ୍ତାରେ ଘୋଷାଡ଼ି ଥିଲେ।

Strait Of Hormuz: ପାରସ୍ୟ ଉପସାଗରରେ ଗୋଟିଏ ରାତିରେ ୭ ଜାହାଜ ଉପରେ ଆକ୍ରମଣ: ଆଇଆରଜିସି ନୌସେନା ଦେଲା ସୂଚନା ଚବିଶରୁ ଅଧିକ ସିସିଟିଭି କ୍ୟାମେରାରେ ଏହି ହୃଦୟ ବିଦାରକ ଦୃଶ୍ୟ କଏଦ ହୋଇଛି ବୋଲି ପରିବାର ଲୋକ କହିଛନ୍ତି।

ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ସମସ୍ତ ପ୍ରମାଣ ଥିବା ସତ୍ତ୍ବେ ପୁଲିସ କୌଣସି ତତ୍ପରତା ଦେଖାଉ ନାହିଁ।

ହତ୍ୟା ମାମଲା ରୁଜୁ ନକରି ପୁଲିସ ଏହାକୁ ଦୁର୍ଘଟଣା ଦର୍ଶାଇ ଏତଲା ରୁଜୁ କରିଥିବା କୁହାଯାଇଛି।

ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବାକୁ ପରିବାର ଲୋକ ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)