Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା
"ଭଦ୍ରକ/ଆରଡି: ଘରୁ ଡାକି ନେଇ ଚନ୍ଦ୍ରକାନ୍ତଙ୍କୁ ହତ୍ୟା ଅଭିଯୋଗ ମାମଲାରେ ପୁଲିସ ଶନିବାର ସକାଳେ ନାବାଳିକା ଝିଅର ବାପା, ମା, ସାନବାପା ଓ ସାନବାପାର ପୁଅକୁ ଥାନାକୁ ଆଣି ଜୋରଦାର ଜେରା କରିଥିଲା।
ପରେ ଅପରାହ୍ନରେ ନାବାଳିକାକୁ ଥାନାକୁ ଆଣି ସମସ୍ତଙ୍କ ସହ ମୁଁହମୁଁହି ଜେରା କରିଥିଲା।
Advertisment ତେବେ ଏହି ଜେରା ସମୟରେ ବହୁ ତଥ୍ୟ ପୁଲିସ ହାସଲ କରିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି।
ଅଭିଯୋଗକାରୀଙ୍କ ଲିଖିତ ଅଭିଯୋଗରେ ଯାହା ନ ଥିଲା ସେମାନଙ୍କ ସମେତ ଆଉ ଦୁଇରୁ ତିନି ଜଣଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରିଥିଲା।
ଏମିତିକି ମୃତ ଚନ୍ଦ୍ରକାନ୍ତଙ୍କ ଭାଇ ଓ ଦୁଇ ଭଉଣୀଙ୍କୁ ମଧ୍ୟ ଥାନାକୁ ଡାକି ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରାଯାଇଥିଲା।
ତାହାସହ ମୃତ ଚନ୍ଦ୍ରକାନ୍ତର ମୋବାଇଲକୁ ଜବତ କରି ସେଥିରେ ଥିବା କଲ ରେକର୍ଡ, ଚାଟିଙ୍ଗକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ିଛି।
ଶୁକ୍ରବାର ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁରଙ୍କ ନେଇ ତଦନ୍ତ କରିଥିଲା ଧୂଷୁରୀ ପୁଲିସ।
Assam-terror: ଆସାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ବିସ୍ଫୋରକ ସହ ଦୁଇ ସକ୍ରିୟ ସଦସ୍ୟ ଗିରଫ ଗତ ୧୭ ତାରିଖ ଅପରାହ୍ନରେ ଗାଁ ପାଖ ଜଣେ ବ୍ୟକ୍ତିଙ୍କ ବାଡିରୁ ଉଦ୍ଧାର କରିଥିଲେ ପରିବାର ଲୋକେ।
ପରେ ଚନ୍ଦ୍ରକାନ୍ତଙ୍କ ମୋବାଇଲରୁ ଯାହା ପ୍ରମାଣ ପାଇଲେ ଏହା ଏକ ଯୋଜାନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା।
ମୃତ ଯୁବକର ବେକର ବିଭିନ୍ନ ସ୍ଥାନରେ ଗାତ ଭଳି ଚିହ୍ନ ଥିବା ବେଳେ ଚନ୍ଦ୍ରକାନ୍ତଙ୍କୁ ନିଜ ଘରକୁ ଡାକି ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଭାଇ ଅଭିଯୋଗ କରିଥିଲେ।
"