Mundra: ଚାକିରି ଖୋଜୁଛନ୍ତି ମୁନ୍ଦ୍ରା
"ବେଲ୍ଫାଷ୍ଟ: ଆୟର୍ଲାଣ୍ଡଠାରୁ ବିଶ୍ବ ବିଜେତା ଭାରତୀୟଦଳର ଲଜ୍ଜାଜନକ ଶୃଙ୍ଖଳା ପରାଜୟ ପରେ ଜଣେ ଖେଳାଳି ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି।
ସେ ହେଉଛନ୍ତି ଜଣେ "ଭାରତୀୟ" ଖେଳାଳିଜୟ ମୁନ୍ଦ୍ରା।
ପ୍ରଥମ ଟ୍ବେଣ୍ଟି-୨୦ରେ ୨ ଓ୍ବିକେଟ୍ ନେଇଥିବା ମୁନ୍ଦ୍ରା ଦ୍ବିତୀୟ ମ୍ୟାଚ୍ରେ ଭାରତର ଦୁଇ ଓପନର ସଂଜୁ ସାମସନ୍ ଓ ଅଭିଷେକ ଶର୍ମାଙ୍କୁ ଶୂନରେ ଆଉଟ କରିିଥିଲେ ଓ ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ମାତ୍ର ୧୦ ରନ୍ରେ ପାଭିଲିୟନ୍ ଫେରାଇଥିଲେ।
ଆରମ୍ଭରୁ ସେ ଯେଉଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ସେଥିରୁ ଉଠିପାରିନଥିଲା।
ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳିଘୋଷିତ ହୋଇଛନ୍ତି।Advertisment ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି ମୁନ୍ଦ୍ରା ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିଲେ ବି ସେ ଜଣେ ଭାରତୀୟ ପାସ୍ପୋର୍ଟଧାରୀ ଓ ଏବେ ବି ଭାରତର ନାଗରିକ ଅଛନ୍ତି।
ସେ ରାଜସ୍ଥାନର ବାସିନ୍ଦା ଓ ୨୦୨୧ରେ ଆୟର୍ଲାଣ୍ଡ ଯାଇଥିଲେ ଓ ବର୍ଷକପରେ ସେଠାରେ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।
ଡିଗ୍ରୀ ପରେ ସେ ଇଣ୍ଟେଲ କମ୍ପାନିରେ ଜଣେ ଇଂଜିନିୟରଭାବେ କାମ କରୁଥିଲେ।
ତେବେ ୨୦୨୫ରେ ସେ ଇଣ୍ଟେଲ୍ ଛାଡ଼ିଦେଇଥିଲେ।
ଏବେ ନିଜର ଲିଙ୍କଡ୍ଇନ୍ ପ୍ରୋଫାଇଲ୍ରେ ସେ ଚାକିରି ଖୋଜୁଥିବା ଲେଖିଛନ୍ତି।
ତେବେ କ୍ରିକେଟ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଗକୁ ଆଇପିଏଲ୍ ସମେତ ଅନ୍ୟ ଲିଗ୍ କ୍ରିକେଟ୍ରେ ତାଙ୍କର ଚାହିଦା ବଢିବାର ସମ୍ଭାବନା ରହିଛି। https://sambad.in/india-and-beyond/arunachal-tribe-exposes-alleged-chinese-encroachment-our-land-has-been-occupied-for-six-years-12115911 "