Mumbai:ଏଲ୍ ନିନୋ ସତ୍ତ୍ବେ କେମିତି ମୁମ୍ବାଇରେ ମାସକର ବର୍ଷା ୭ ଦିନରେ ବର୍ଷିଲା
"ମୁମ୍ବାଇ: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମୁମ୍ବାଇରେ ବିଳମ୍ବରେ ପହଞ୍ଚି ଥିଲେ ମଧ୍ୟ ଗତ ସପ୍ତାହ ହେଲା ଏତେ ଜୋରଦାର ବର୍ଷିଥିଲା ଯେ ମାସକର ରେକର୍ଡ଼ ଭାଙ୍ଗି ଦେଇଥିଲା।
୨୦୦୦ ମସିହା ପରଠାରୁ ମୁମ୍ବାଇରେ ଜୁନ୍ ଶେଷ ଭାଗରୁ ଜୁଲାଇ ୮ ତାରିଖ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା।
ଜୁଲାଇ ୬ ସୁଦ୍ଧା ମୋଟ ବର୍ଷାର ପରିମାଣ ପ୍ରାୟ ୧,୨୪୦ ମିମି ରେକର୍ଡ ହୋଇଥିଲା।
ଜୁଲାଇ ପ୍ରଥମ ସପ୍ତାହରେ ହୋଇଥିବା ବର୍ଷା ସମଗ୍ର ମୁମ୍ବାଇ ମହାନଗରକୁ ପାଣିରେ ବୁଡ଼ାଇ ଦେଇଥିଲା।
ତେବେ ଏଲ୍ ନିନୋ ବର୍ଷରେ ମୁମ୍ବାଇରେ କିପରି ଏତେ ବର୍ଷା ହେଲା?କୋଲାବା ଅବଜରଭେଟୋରୀଠାରେ ସାଧାରଣତଃ ଜୁଲାଇ ମାସରେ ମାସିକ ହାରାହାରି ୭୬୮.୫ ମିମି ୭୯୧ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଚଳିତ ବର୍ଷ ୧ ଜୁଲାଇରୁ ୭ ଜୁଲାଇ ମଧ୍ୟରେ ୭୯୧ ମିମି ବର୍ଷା ରେକର୍ଡ଼ କରିଛି।
ସେହିପରି ସାନ୍ତାକ୍ରୁଜ ଅବଜରଭେଟୋରୀଠାରେ ଜୁଲାଇ ମାସରେ ୯୧୯.୯ ମିମି ବର୍ଷା ରେକର୍ଡ଼ କରାଯାଉଥିବାବେଳେ ଜୁଲାଇ ପ୍ରଥମ ସପ୍ତାହରେ ୮୭୯ ମିମି ବର୍ଷା ରେକର୍ଡ଼ ହୋଇଛି।
ଦକ୍ଷିଣ ମୁମ୍ବାଇ ପାଇଁ ଚଳିତ ଜୁଲାଇ ଗତ ୫୦ ବର୍ଷ ଭିତରେ ସବୁଠୁ ଅଧିକ ବର୍ଷା ଆଣିଥିଲା।
ଜୁଲାଇ ୨ ତାରିଖରୁ ଜୁଲାଇ ୬ ତାରିଖ ମଧ୍ୟରେ ପ୍ରାୟତଃ ୩୫୦ ମିମି ବର୍ଷା ହେଉଥିବାବେଳେ ଚଳିତ ବର୍ଷ ଏହାର ଦୁଇଗୁଣରୁ ଅଧିକ ୭୫୦ ମିମି ବର୍ଷା ହୋଇଛି।Advertisment ଆହୁରି ପଢନ୍ତୁ :GreenLand: ବିକ୍ରି ପାଇଁ ନୁହେଁ ଗ୍ରିନଲାଣ୍ଡ: ନାଟୋ ସମ୍ମିଳନୀରେ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲେ ଡେନମାର୍କ ପ୍ରଧାନମନ୍ତ୍ରୀ କେବଳ ଜୁଲାଇ ୫ ତାରିଖରେ ୨୨୫ ମିମିରୁ ଅଧିକ ବର୍ଷାରେକର୍ଡ ହୋଇଛି।
ସାନ୍ତାକ୍ରୁଜ୍ ଅବଜରଭେଟୋରୀ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୨୬୮ ମିମି ବର୍ଷା ରେକର୍ଡ କରିଛି, ଯାହା ଗତ ୧୫ ବର୍ଷ ମଧ୍ୟରେ ଜୁଲାଇ ମାସରେ ଗୋଟିଏ ଦିନକ ଭିତରେ ଦ୍ୱିତୀୟ ସର୍ବାଧିକ ବର୍ଷା।ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଜଳବାୟୁ ବୈଜ୍ଞାନିକ ବିଭିନ୍ନ କାରଣରୁ ଏଲ୍ ନିନୋ ସମୟରେ ବର୍ଷା ଅଧିକ ହେଉଥିବା କହିଛନ୍ତି।
ବିଶେଷ କରି ଆରବ ସାଗର ଦ୍ରୁତ ଭାବେ ଉଷ୍ଣ ହେବା, ଏକକାଳୀନ କାର୍ଯ୍ୟ କରୁଥିବା ଦ୍ୱୈତ-ସମୁଦ୍ର ପ୍ରଣାଳୀ ଓ ଗ୍ଲୋବାଲ ୱାର୍ମିଂ ଯୋଗୁ ପାଣିପାଗ ଢାଞ୍ଚାରେ ପରିବର୍ତ୍ତନ ଏହିସବୁର କାରଣ ବୋଲି କହିଛନ୍ତି।
ଆହୁରି ପଢନ୍ତୁ :CHSE: ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍, ରେଭେନ୍ସା ପ୍ରଥମ ପସନ୍ଦ ଚଳିତ ବର୍ଷ ଆରବ ସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ରେକର୍ଡ ଭାବେ ଅଧିକ ଉଚ୍ଚ ରହିଛି।
ଉଷ୍ମ ଜଳ ଏକ ବିଶାଳ ଶକ୍ତି ଭଣ୍ଡାର ଭାବରେ କାର୍ଯ୍ୟ କରି ବାଷ୍ପୀଭବନ ବୃଦ୍ଧି କରିବା ଓ ବାୟୁମଣ୍ଡଳକୁ ନିରନ୍ତର ଆର୍ଦ୍ରତା ଯୋଗାଣ କରିବା ଦ୍ବାରା ଉପକୂଳ ମହାରାଷ୍ଟ୍ରରେ ମେଘଖଣ୍ଡ ପୁନଃ ସଙ୍ଗଠିତ ହେଉଛି।
ଆହୁରି ପଢନ୍ତୁ :Ai:ବ୍ଲର୍ଗସ୍ ଏଆଇ"ର ୨.୨ ନିୟୁତ ଡଲାର ସଂଗ୍ରହ ଏହାବାଦ୍ ବଙ୍ଗୋପସାଗର ଉପରେ ସକ୍ରିୟ ଲଘୁଚାପ ପ୍ରଣାଳୀ ଗତିପଥ ପରିବର୍ତ୍ତନ କରି ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରିବର୍ତ୍ତେ କେନ୍ଦ୍ରୀୟ ଭାରତ ଦେଇ ପଶ୍ଚିମ ଦିଗକୁ ଗତି କରୁଛି।
ଉଭୟ ଆରବ ସାଗର ଓ ବଙ୍ଗୋପସାଗର ମୌସୁମୀ ବାୟୁକୁ ମୁଖ୍ୟତଃ ପ୍ରଚୁର ଆର୍ଦ୍ରତା ଯୋଗାଇଥିଲା, ସେହି ଆର୍ଦ୍ରତା ପଶ୍ଚିମ ଭାରତରେ ଏକତ୍ରିତ ହୋଇଥିଲା।
ସେହିପରି ପଶ୍ଚିମ ଘାଟ ପର୍ବତମାଳାରେ ଏହି ଆର୍ଦ୍ରତା ରହିଥିବା ବାୟୁ ଉପରକୁ ଉଠିଯିବା ଫଳରେ ମୁମ୍ବାଇ ଉପରେ ଅଧିକ ମେଘ ସୃଷ୍ଟି ହୋଇଥିଲା।
ଉଷ୍ମ ଜଳବାୟୁ ଅଧୀନରେ ଏଲ୍ ନିନୋ ଋତୁରେ ମୋଟ ବର୍ଷା ଦିନ ସଂଖ୍ୟାକୁ ହ୍ରାସ କରିପାରେ।
ସେହିପରି ପ୍ରତି ୧ ଡିଗ୍ରି ସେଲସିୟସ୍ ତାପମାତ୍ରା ବୃଦ୍ଧି ପାଇଁ ବାୟୁମଣ୍ଡଳ ପ୍ରାୟ ୭% ଅଧିକ ଆର୍ଦ୍ରତା ଧରି ରଖିପାରେ।
ଫଳସ୍ୱରୂପ କମ୍ ସମୟ ଭିତରେ ବାଦଲ ଫଟା ବର୍ଷା ବୃଦ୍ଧି ପାଉଛି।
ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏଲ୍ ନିନୋକୁ ଆଉ ଜଳବାୟୁ ପରିବର୍ତ୍ତନଠାରୁ ପୃଥକ ଭାବରେ ଅଧ୍ୟୟନ କରାଯାଇପାରିବ ନାହିଁ, କାରଣ ଉଭୟଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା କ୍ରମଶଃ ଅପ୍ରତ୍ୟାଶିତ ଓ ବିପଦପୂର୍ଣ୍ଣଭାବେ କମ୍ ସମୟ ଭିତରେ ଅଧିକ ବର୍ଷା କରି ସହରାଞ୍ଚଳରେ ବନ୍ୟା ସୃଷ୍ଟି କରୁଛି।
ଆହୁରି ପଢନ୍ତୁ :Suresh Pujari: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଗୁରୁତ୍ବାରୋପ ଆଇଏମ୍ଡିର ପୂର୍ବତନ ମହାନିର୍ଦ୍ଦେଶକ କେଜେ ରମେଶ କହିଛନ୍ତି, ଏଲ୍ ନିନୋ ବର୍ଷରେ ବର୍ଷା ହ୍ରାସ ପାଇଥାଏ।
କିନ୍ତୁ ଗ୍ଲୋବାଲ ୱାର୍ମିଂ ଯୋଗୁ ମୌସୁମୀ ବାୟୁର ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଉଛି।
ଏବେ ଏଲ ନିନୋ ହେଉକି ନହେଉ ବର୍ଷା କମ୍ ସମୟ ଭିତରେ ଅଧିକ ତୀବ୍ର ହେଉଛି।
ମେରିଲ୍ୟାଣ୍ଡ ବିଶ୍ବବିଦ୍ୟାଳୟ ପ୍ରଫେସର ଓ ଆଇଆଇଟି ବମ୍ବେର ପୂର୍ବତନ ପ୍ରଫେସର ଡ.
ରଘୁ ମୁର୍ତୁଗୁଡ୍ଡେ କହିଛନ୍ତି, ଏପରି ତୀବ୍ର ବର୍ଷା ପାଇଁ ମୌସୁମୀ ବାୟୁ ପ୍ରଣାଳୀ ଦାୟୀ।
ଏଲ୍ ନିନୋକୁ ଆଉ ଜଳବାୟୁ ପରିବର୍ତ୍ତନଠାରୁ ପୃଥକ ଭାବରେ ଅଧ୍ୟୟନ କରାଯାଇପାରିବ ନାହିଁ, କାରଣ ଉଭୟ ଏକାଠି ମୌସୁମୀକୁ ପ୍ରଭାବିତ କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।