Mumbai Rain: ବର୍ଷା ତାଣ୍ଡବ: ମୁମ୍ବାଇରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ, ଆରେଞ୍ଜ ଆଲର୍ଟ ଜାରି

Jul 07, 2026 - 09:41
Mumbai Rain: ବର୍ଷା ତାଣ୍ଡବ: ମୁମ୍ବାଇରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ, ଆରେଞ୍ଜ ଆଲର୍ଟ ଜାରି

"ମୁମ୍ବାଇ: ମୁମ୍ବାଇରେ ଦିନତମାମ ପ୍ରବଳ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିବା ପରେ ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ପବନ ବହିବା ଏବଂ ବର୍ଷାର ପରିମାଣ ସାମାନ୍ୟ କମିଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସହର ପାଇଁ ''ଅରେଞ୍ଜ ଆଲର୍ଟ'' ଜାରି କରାଯିବା ସହ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଆଗକୁ ଆହୁରି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କ୍ରମାଗତ ବର୍ଷା ଯୋଗୁଁ ମୁମ୍ବାଇ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଗଛ ଉପୁଡ଼ି ପଡ଼ିବା ଏବଂ କାନ୍ଥ ଓ ବିଜ୍ଞାପନ ବୋର୍ଡ ଭାଙ୍ଗିବା ଭଳି ଏକାଧିକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ଅରେଞ୍ଜ ଆଲର୍ଟ ପ୍ରତିକୂଳ ପାଣିପାଗର ସୂଚନା ଦେଉଛି, ଯାହାଦ୍ୱାରା ପରିବହନ ସେବା ବାଧାପ୍ରାପ୍ତ ହେବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହେବାର ଆଶଙ୍କା ରହିଛି।Advertisment ଭୂସ୍ଖଳନରେ ୩ ମୃତ୍ୟୁ, ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର ଅନ୍ୟପଟେ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ମିସିଂ ଲିଙ୍କ ବାଇପାସର ଟନେଲ-୨ ନିକଟରେ ଭୂସ୍ଖଳନ ଯୋଗୁଁ ଦୀର୍ଘ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ବନ୍ଦ ରହିବା ପରେ ସୋମବାର ବିଳମ୍ବିତ ରାତି ସୁଦ୍ଧା ମୁମ୍ବାଇ ଅଭିମୁଖେ ଯାଉଥିବା ରାସ୍ତା ପୁଣି କାର୍ଯ୍ୟକ୍ଷମ ହୋଇଛି।

ମହାରାଷ୍ଟ୍ର ସ୍ତରୀୟ ସଡ଼କ ବିକାଶ ନିଗମ (ଏମଏସଆରଡିସି) ଅନୁଯାୟୀ, ସୁରକ୍ଷା ଯାଞ୍ଚ ଶେଷ ହେବା ପରେ ହିଁ ଏହି ରୁଟକୁ ପୁନର୍ବାର ଖୋଲାଯାଇଛି।

ଏହି ପ୍ରବଳ ବର୍ଷା ମହାରାଷ୍ଟ୍ରର କେତେକ ଅଞ୍ଚଳରେ ମାରାତ୍ମକ ସାବ୍ୟସ୍ତ ହୋଇଛି, ଯେଉଁଥିରେ ପୁଣେ ଜିଲ୍ଲାରେ ବର୍ଷା ଜନିତ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ସମେତ ମୋଟ ୪ ଜଣ ପ୍ରାଣ ହରାଇଛନ୍ତି।

ମାଭାଲ ତହସିଲର ପାଟନ ଗାଁରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି କାନ୍ଥ ଭୁଶୁଡ଼ିବା ଯୋଗୁଁ ପ୍ରାଣ ହରାଇଛନ୍ତି।

ଏହାବ୍ୟତୀତ ଅନ୍ୟ ଦୁଇଟି ପୃଥକ ଘଟଣାରେ ଦୁଇ ଜଣ ବ୍ୟକ୍ତି ପାଣି ସ୍ରୋତରେ ଭାସି ଯାଇଛନ୍ତି।

ଜିଲ୍ଲା ସାରା ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ବନ୍ୟା ପରିସ୍ଥିତି ଏବଂ ଏକାଧିକ ସ୍ଥାନରେ ଭୂସ୍ଖଳନ ସୃଷ୍ଟି ହୋଇଥିବାରୁ, ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

Bangladesh Protest: ଏନସିପି ରାଲିରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ଶେଖ ହସିନାଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ଅଘଟଣ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।