Mumbai Fire: ମୁମ୍ବାଇର ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ: ୨ ବର୍ଷର ଶିଶୁ ସହ ୨ ମୃତ, ୬ ଆହତ
"ମୁମ୍ବାଇ: ମୁମ୍ବାଇ ଭିଲେ ପାର୍ଲେ (ପଶ୍ଚିମ) ଅଞ୍ଚଳରେ ଥିବା ଏକ ୧୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ୧୧ତମ ମହଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ଅଢ଼େଇ ବର୍ଷର ଅବୋଧ ଶିଶୁ ଓ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।
ପ୍ରାୟ ୪,୦୦୦ ବର୍ଗ ଫୁଟ୍ ଅଞ୍ଚଳରେ ବ୍ୟାପିଥିବା ଏହି ନିଆଁରେ ବୈଦ୍ୟୁତିକ ସରଞ୍ଜାମ, ଏସି, ଆସବାବପତ୍ର, ଫଲ୍ସ ସିଲିଂ ଏବଂ ରୋଷେଇ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।Advertisment ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ମୁମ୍ବାଇ ଅଗ୍ନିଶମ ବାହିନୀକୁ ରାତି ପ୍ରାୟ ୧୦:୦୨ ରେ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିଥିଲା।
ପ୍ରଥମେ ଏହାକୁ ଲେଭଲ-୧ ଏବଂ ପରେ ନିଆଁର ଭୟାବହତାକୁ ଦେଖି ୧୦:୧୬ ରେ ଲେଭଲ-୨ ଅଗ୍ନିକାଣ୍ଡ ଭାବେ ଘୋଷଣା କରାଯାଇଥିଲା।
ଅଗ୍ନିଶମ ବାହିନୀ କର୍ମଚାରୀମାନେ ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ରାତି ୧ଟା ବେଳକୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ।
ଦୁର୍ଘଟଣାରେ ଆହତ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ କୁପର ହସ୍ପିଟାଲ ଏବଂ ୬ ଜଣଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ନାନାବତୀ ହସ୍ପିଟାଲରେ ଅଢ଼େଇ ବର୍ଷର ଶିଶୁ ଅବୀର ଏବଂ ୨୩ ବର୍ଷୀୟା ଅଙ୍କିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଅନ୍ୟ ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ବେଳେ ବାକି ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ।
ତେବେ ନିଆଁ ଲାଗିବାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Gautam Adani Case: "ପ୍ରଧାନମନ୍ତ୍ରୀ ଦେଶର ସ୍ୱାର୍ଥକୁ ବଳି ପକାଇଛନ୍ତି": ଗୌତମ ଅଦାନୀଙ୍କ ମାମଲା ରଦ୍ଦକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
