Mumbai: ଅଦାନୀ କି ଅମ୍ବାନୀ ନୁହେଁ ମୁମ୍ବାଇରେ ଏହି ପରିବାର ପାଖରେ ଅଛି ସବୁଠାରୁ ଅଧିକ ଜମି

Aug 31, 2026 - 18:03
Mumbai: ଅଦାନୀ କି ଅମ୍ବାନୀ ନୁହେଁ ମୁମ୍ବାଇରେ ଏହି ପରିବାର ପାଖରେ ଅଛି ସବୁଠାରୁ ଅଧିକ ଜମି

"ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇରେ ଅନେକ କୋଟିପତି ରୁହନ୍ତି | ଏଠାରେ ରହୁଥିବା କୋଟିପତିଙ୍କର ବିଳାସମୟ ଜୀବନ କାହାଣୀ ଆପଣ ଅନେକ ସମୟରେ ପଢୁଥିବେ | କିନ୍ତୁ ଆପଣ ଜାଣିଛନ୍ତି କି, ମୁମ୍ବାଇରେ ଏମିତି ଏକ ପରିବାର ରୁହନ୍ତି ଯାହାଙ୍କ ପାଖରେ ସବୁଠାରୁ ଅଧିକ ଜମି ଅଛି | ଆଉ ଏହି ଜମିର ବଜାର ମୂଲ୍ୟ ଆଜିକାର ସମୟରେ ୪ ଲକ୍ଷ କୋଟିରୁ ଅଧିକ ହେବ | ହଁ, ଆପଣ ଭାବୁଥିବେ ଆମେ ମୁକେଶ ଅମ୍ବାନୀ କିମ୍ବା ଗୌତମ ଅଦାନୀଙ୍କ ବାବଦରେ କହୁଛୁ | ନା, ଆଦୌ ସେମିତି ନୁହେଁ | ମୁମ୍ବାଇର ସବୁଠାରୁ ବଡ଼ ଜମି ମାଲିକ ହେଉଛି ପାର୍ସୀ ଗୋଦ୍ରେଜ୍ ପରିବାର।

ଅମ୍ବାନୀ, ଅଦାନୀ, ଟାଟା କିମ୍ବା ବିର୍ଲାଙ୍କ ପାଖରେ ନୁହେଁ, ବରଂ ଗୋଦ୍ରେଜ୍ ପରିବାର ପାଖରେ ମୁମ୍ବାଇର ସବୁଠାରୁ ଅଧିକ ଜମି ରହିଛି।Advertisment ଆହୁରି ପଢନ୍ତୁ :Rahul Gandhi : ଶୁଦ୍ଧିକରଣ ବିବାଦକୁ ନେଇ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ବର୍ଷିଲା କଂଗ୍ରେସ ମୁମ୍ବାଇର ମୋଟ କ୍ଷେତ୍ରଫଳ ପ୍ରାୟ ୧ ଲକ୍ଷ ଏକର।

ଏଥିମଧ୍ୟରୁ ପ୍ରାୟ ୩୪,୦୦୦ ଏକର ଜମି ରହିବା ଓ ନିର୍ମାଣ କାର୍ଯ୍ୟ ପାଇଁ ଉପଯୁକ୍ତ।

ଏହି ରହିବା ଉପଯୁକ୍ତ ଜମିର ପ୍ରାୟ ୧୦ ପ୍ରତିଶତ ଅର୍ଥାତ୍ ୩,୪୦୦ ଏକର ଜମି ଏକାକୀ ଗୋଦ୍ରେଜ୍ ପରିବାର ଅଧୀନରେ ରହିଛି।

ମିଳିଥିବା ସୂଚନା ମୁତାବକ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଗୋଦ୍ରେଜ୍ ଗ୍ରୁପର ପ୍ରତିଷ୍ଠାତା ପିରୋଜଶା ବୁର୍ଜୋରଜୀ ଗୋଦ୍ରେଜ୍ ସେତେବେଳର ବ୍ରିଟିଶ ସରକାରଙ୍କଠାରୁ ବମ୍ବେ (ବର୍ତ୍ତମାନର ମୁମ୍ବାଇ) ରେ ୩,୦୦୦ ଏକର ଜମି ମାତ୍ର ୩୦ ଲକ୍ଷ ଟଙ୍କାରେ କିଣିଥିଲେ।

ପରବର୍ତ୍ତୀ ସମୟରେ ସେ ଆଉ ୪୦୦ ଏକର ଜମି ଯୋଡ଼ିଥିଲେ, ଯାହାଫଳରେ ସେମାନଙ୍କର ମୋଟ ଜମି ୩,୪୦୦ ଏକରକୁ ବୃଦ୍ଧି ପାଇଥିଲା।

ଆହୁରି ପଢନ୍ତୁ :Firecracker Factory Explosion: ବାଣ କାରଖାନାରେ ବିସ୍ଫୋରଣ: ୭ ମୃତ ଏହି ୩,୪୦୦ ଏକର ମଧ୍ୟରୁ ପ୍ରାୟ ୧,୮୦୦ ଏକର ଜମିରେ ସମୁଦ୍ରକୂଳିଆ ଜଙ୍ଗଲ ରହିଛି, ଯାହା ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ସଂରକ୍ଷିତ।

ମୁମ୍ବାଇର ଭିକ୍ରୋଲି ଅଞ୍ଚଳରେ ଥିବା ସେମାନଙ୍କର ୧,୦୦୦ ଏକର ବିକାଶଯୋଗ୍ୟ ଜମିର ବର୍ତ୍ତମାନର ଆନୁମାନିକ ବଜାର ମୂଲ୍ୟ ୪.୩୫ ଲକ୍ଷ କୋଟି ଟଙ୍କାରୁ ଅଧିକ।

ଗୋଦ୍ରେଜ୍ ପରିବାରର ରିଅଲ୍ ଏଷ୍ଟେଟ୍ ବ୍ୟବସାୟ କେବଳ ମୁମ୍ବାଇ ମଧ୍ୟରେ ସୀମିତ ନୁହେଁ।

ଦିଲ୍ଲୀ-ଏନସିଆର, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ହାଇଦ୍ରାବାଦ ଭଳି ଦେଶର ଅନ୍ୟାନ୍ୟ ପ୍ରମୁଖ ମହାନଗରଗୁଡ଼ିକରେ ମଧ୍ୟ 'ଗୋଦ୍ରେଜ୍ ପ୍ରପର୍ଟିଜ୍'ର ବୃହତ୍ ଆବାସିକ/ବ୍ୟାବସାୟିକ ପ୍ରକଳ୍ପ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)