mud wall collapsed ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ଗର୍ଭବତୀ ମହିଳା ଗୁରୁତର
"ବଣାଇଁଗଡ଼: ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ଗ୍ରାମ ପଞ୍ଚାୟତର ଝାରବେଡା ଗ୍ରାମର ଖଜରିଆ ସାହିରେ ସୋମବାର ସନ୍ଧ୍ୟାରେ ବର୍ଷାରେ କାନ୍ଥ ଭୁଶୁଡ଼ି ଜଣେ ସାତ ମାସର ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଛନ୍ତି।Advertisment ସୂଚନା ଅନୁଯାୟୀ, ଝାରବେଡା ଗ୍ରାମର ରାଜୁ ବେହେରାଙ୍କ ସ୍ତ୍ରୀ ପପି ବେହେରା (୨୬) ସନ୍ଧ୍ୟା ସମୟରେ ତାଙ୍କ ପୁରୁଣା ମାଟି ଘରେ ରୋଷେଇ କରୁଥିଲେ।
ଏହି ସମୟରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା।
ଏହି ବର୍ଷାରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା।
କାନ୍ଥ ତଳେ ଚାପି ହୋଇ ପପି ଗୁରୁତର ଆହତ ହୋଇଥିଲେ।
ଘଟଣା ସମୟରେ ସେ ତାଙ୍କ ଇନ୍ଦିରା ଆବାସ ଘରେ ରହୁଥିଲେ ମଧ୍ୟ ରୋଷେଇ କାମ ପାଇଁ ପୁରୁଣା ମାଟି ଘରକୁ ଯାଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ।
ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି।
ପପି ବେହେରା ସାତ ମାସର ଗର୍ଭବତୀ ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।
"