MS Dhoni: ଆଇପିଏଲ୍‌ରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନି

Nov 17, 2026 - 15:38
MS Dhoni: ଆଇପିଏଲ୍‌ରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂହ ଧୋନି

ଚେନ୍ନାଇ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ ରୁ ଅବସର ଘୋଷଣା କରିଛନ୍ତି।

ଏହା ସହିତ ସେ ୨୦୨୭ ଋତୁରୁ ଚେନ୍ନାଇ ସୁପର କିଙ୍ଗ୍ସ ( ସିଏସକେ )ର ମେଣ୍ଟର ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବେ।

ଏ ନେଇ ଫ୍ରାଞ୍ଚାଇଜି ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି।

ମାହିଙ୍କ ଅବସର ସହ ଉଭୟ ସିଏସକେ ଓ ଆଇପିଏଲ୍‌ରେ ଏକ ଯୁଗର ଅବସାନ ହୋଇଛି।

Advertisment ଖେଳାଳି ରିଲିଜ୍‌ ତାଲିକା ନେଇ ଆଲୋଚନା ସିଏସକେର ମାଲିକ ଏନ୍‌.

ଶ୍ରୀନିବାସନ ଧୋନିଙ୍କ ଗୁରୁତ୍ୱ ସମ୍ପର୍କରେ ମତ ରଖି କହିଛନ୍ତି ଯେ, ଧୋନି ସବୁବେଳେ ଚେନ୍ନାଇ ସୁପର କିଙ୍ଗ୍ସର ପରିଚୟ ଓ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବେ।

ସେହପରି ଶ୍ରୀନିବାସନଙ୍କ ଝିଅ ତଥା ସିଏସକେ ମୁଖ୍ୟ ରୂପା ଗୁରୁନାଥ କହିଛନ୍ତି ଯେ ଆଗାମୀ ଋତୁରେ ଖେଳିବା ନେଇ ଧୋନି ନିଶ୍ଚିତ ନଥିବା କିଛି ମାସ ପୂର୍ବରୁ ତାଙ୍କୁ କହିଥିଲେ।

ଗତ ଶନିବାର ଦଳର ଖେଳାଳି ରିଲିଜ୍‌ ତାଲିକା ନେଇ ଆଲୋଚନା ବେଳେ ଧୋନି ଶାନ୍ତ ଭାବେ ନିଜ ନାମ ମଧ୍ୟ ତାଲିକାରେ ଯୋଡ଼ିବାକୁ କହିଥିଲେ।

ଏହା ଶୁଣି ସେ ଚକିତ ଓ ଭାବପ୍ରବଣ ହୋଇପଡ଼ିଥିଲେ ବୋଲି ରୂପା କହିଛନ୍ତି।

ଶୀର୍ଷ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଜର୍ମାନୀ ସେ ଆହୁରି କହିଛନ୍ତି, “ଧୋନି ଯଦି ଦଳକୁ ନିଜର ୨୦୦ ପ୍ରତିଶତ ଦେଇପାରିବେ ନାହିଁ, ତେବେ ଖେଳିବାକୁ ଚାହାନ୍ତି ନାହିଁ।

ଦଳର ପ୍ରଦର୍ଶନରେ ବାଧା ସୃଷ୍ଟି ନକରିବା ଏବଂ ନିଜର ଶ୍ରେଷ୍ଠ ଅବଦାନ ଦେବା ହିଁ ତାଙ୍କର ପ୍ରାଥମିକତା ରହିଥାଏ।

ଆମେ ଏପରି ଦିନ ପାଇଁ ପ୍ରସ୍ତୁତ ନଥିଲୁ।

ଆମେ ବିଶ୍ବାସ କରିପାରୁ ନାହୁଁ ଯେ ତାଙ୍କୁ ଆଉ ହଳଦିଆ ଜର୍ସିରେ ଦେଖିବାକୁ ମିଳିବ ନାହିଁ।''

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)