Mrinal's Definition of Beauty: ମୃଣାଳଙ୍କ ସୌନ୍ଦର୍ଯ୍ୟର ପରିଭାଷା

Nov 20, 2026 - 05:46
Mrinal's Definition of Beauty: ମୃଣାଳଙ୍କ ସୌନ୍ଦର୍ଯ୍ୟର ପରିଭାଷା

ଚେହେରାର ରଙ୍ଗ ବଦଳାଇବାକୁ କ୍ରିମ୍‌ ଲଗାଇବା, ଶରୀରର ଆକୃତି ପରିବର୍ତ୍ତନ କରିବାକୁ ପ୍ଲାଷ୍ଟିକ୍‌ ସର୍ଜରିର ସହାୟତା ନେବା ଆଦି ଆଜି ଏକ ସାଧାରଣ କଥା ପାଲଟିଯାଇଥିବା ବେଳେ ଏ ପ୍ରସଙ୍ଗରେ ଭିନ୍ନ ବାର୍ତ୍ତା ଦେଇଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର।

ଯେପରି ଅଛନ୍ତି, ନିଜକୁ ସେପରି ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଏପରି କରିବା ଦ୍ୱାରା ଜୀବନ ଅଧିକ ସହଜ ହୋଇଯାଏ ବୋଲି ମୃଣାଳ ବିଶ୍ୱାସ କରନ୍ତି।

Advertisment Entertenment: ଆଠଟି ଟେକ୍‌ରେ ଓକେ ହୋଇଥିଲା 'ଗୋରୀଲୋ ଗୋରୀ..' ନିଜ ଅନୁଭୂତି ବଖାଣି ମୃଣାଳ କହନ୍ତି, “ଗୋଟିଏ ସମୟରେ ମୋତେ ମୋ ଶରୀରର ଆକୃତିକୁ ନେଇ ଅନେକ ଅଭିଯୋଗ ଥିଲା।

ମୁଁ ନିଜ ଭିତରେ ହିଁ ଖୁଣ ଖୋଜୁଥିଲି।

ମାତ୍ର, ଯେତେବେଳେ ମୁଁ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଗଲି, ମୋ ଭିତରୁ ସେହି ନକାରାତ୍ମକ ଭାବନା ଦୂରେଇଗଲା।” ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ଓ ବିଭିନ୍ନ ଲୋକଙ୍କ ସହ ମିଶିବା ପରେ ସବୁ ବର୍ଗର ଲୋକଙ୍କ ଭିତରେ କିଛି ନା କିଛି ବିଶେଷତ୍ୱ ରହିଥିବା ଅନୁଭବ କଲେ ମୃଣାଳ।

ପୃଥିବୀର ବିଭିନ୍ନ ଲୋକଙ୍କୁ ଜାଣିବା ପରେ ପ୍ରତ୍ୟେକ ମଣିଷ ନିଜ ନିଜ ଢଙ୍ଗରେ ସୁନ୍ଦର ବୋଲି ସେ ହୃଦୟଙ୍ଗମ କରିପାରିଛନ୍ତି।

ତେଣୁ ସୌନ୍ଦର୍ଯ୍ୟକୁ କୌଣସି ଗୋଟିଏ ମାପକାଠିରେ ମାପିବା ଠିକ୍‌ ନୁହେଁ ବୋଲି ତାଙ୍କ ମତ।

Films: ଏହି ସପ୍ତାହରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଏସବୁ ଫିଲ୍ମ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମୃଣାଳ ଠାକୁର ନିଜ ଶରୀରକୁ ନେଇ ଥିବା ଦୃଷ୍ଟିଭଙ୍ଗୀରେ କିପରି ପରିବର୍ତ୍ତନ ଆସିଛି ଏବଂ ଆତ୍ମସ୍ୱୀକୃତି କାହିଁକି ଗୁରୁତ୍ୱପୂର୍ଣ୍ଣ, ସେ ସମ୍ପର୍କରେ ମତ ରଖିଛନ୍ତି।

ସେ ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ନିଜକୁ ଗ୍ରହଣ କରିବା, ସୁସ୍ଥ ରଖିବା ଓ ନିଜ ଶରୀରରେ ସହଜ ଅନୁଭବ କରିବାକୁ ଅଧିକ ଗୁରୁତ୍ବ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)