MPPSC ADPO Recruitment: ଆଇନ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର
"ଭୋପାଳ: ମଧ୍ୟପ୍ରଦେଶରେ ସରକାରୀ ଚାକିରି ପାଇଁ ଇଚ୍ଛୁକ ଥିବା ଆଇନ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର।
ମଧ୍ୟପ୍ରଦେଶ ଲୋକସେବା ଆୟୋଗ (ଏମପିପିଏସସି) ସହକାରୀ ଜିଲ୍ଲା ପ୍ରସିକ୍ୟୁସନ୍ ଅଧିକାରୀ (ଏଡିପିଓ) ନିଯୁକ୍ତି -୨୦୨୬ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟାକୁ ପୁଣି ଥରେ ଆରମ୍ଭ କରିଛି।
ପୂର୍ବରୁ କୌଣସି କାରଣରୁ ଆବେଦନ କରିପାରି ନଥିବା ପ୍ରାର୍ଥୀମାନଙ୍କୁ ଏବେ ଆଉ ଏକ ସୁଯୋଗ ଦିଆଯାଇଛି।
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଜୁଲାଇ ୨୪ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ।Advertisment ସୂଚନାଅନୁଯାୟୀ, ଆବେଦନ ପ୍ରକ୍ରିୟା ଜୁଲାଇ ୧୦ରୁ ପୁଣିଥରେ ଆରମ୍ଭ ହୋଇଯାଇଛି।
ପ୍ରାର୍ଥୀମାନେ ଆୟୋଗର ସରକାରୀ ୱେବସାଇଟକୁ ଯାଇ ପରିଦର୍ଶନ ସେମାନଙ୍କର ଆବେଦନ ଫର୍ମ ପୂରଣ କରିପାରିବେ।
ଶେଷ ତାରିଖ ପରେ ଆବେଦନ ଗ୍ରହଣ କରାଯିବ ନାହିଁ।
ତେଣୁ ପ୍ରାର୍ଥୀମାନଙ୍କୁ ସମୟ ମଧ୍ୟରେ ସେମାନଙ୍କର ଆବେଦନ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି।
ଥଲପତି କ୍ରେଜ...
ରିଲିଜ ଆଗରୁ ୧୦୦୦ ଟିକେଟ ବୁକ୍ କିଏ ଆବେଦନ କରିପାରିବେ?
ଯେଉଁ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ଆଇନରେ ଡିଗ୍ରି ହାସଲ କରିଥିବେ ସେମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ।
ଏଥିସହ ପ୍ରାର୍ଥୀମାନଙ୍କୁ ଆୟୋଗ ଦ୍ୱାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ମଧ୍ୟ ପୂରଣ କରିବାକୁ ପଡିବ।
ସେହିପରି ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ଅତି କମରେ ୨୧ ବର୍ଷ ହୋଇଥିବା ଆବଶ୍ୟକ।
ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ର ଲାଭ ପାଇ ପାରିବେ।
ସହାୟକ ଜିଲ୍ଲା ପ୍ରସିକ୍ୟୁସନ୍ ଅଧିକାରୀ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଦରମା ସ୍କେଲ ଅନୁଯାୟୀ ୯,୩୦୦ ରୁ ୩୪,୮୦୦ ପର୍ଯ୍ୟନ୍ତ ମାସିକ ଦରମା ପାଇବେ।
ଏଥିସହିତ ଅନ୍ୟାନ୍ୟ ସରକାରୀ ଭତ୍ତା ମଧ୍ୟ ପ୍ରଦାନ କରାଯିବ।
ପ୍ରାର୍ଥୀମାନଙ୍କୁ ସେମାନଙ୍କ ବର୍ଗ ଉପରେ ଆଧାର କରି ପରୀକ୍ଷା ଫି ଦେବାକୁ ପଡିବ।
ମଧ୍ୟପ୍ରଦେଶର ଏସସି, ଏସଟି, ଓବିସି ଏବଂ ଇଡବ୍ଲୁଏସ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୫୦ଟଙ୍କା ରଖାଯାଇଛି।
ରାଜ୍ୟ ବାହାର ପ୍ରାର୍ଥୀମାନଙ୍କୁ ୫୦୦ଟଙ୍କା ଆବେଦନ ଫି ଦେବାକୁ ପଡିବ।
ଅନଲାଇନରେ ହେବ ଆବେଦନ ପ୍ରଥମେ ପ୍ରାର୍ଥୀମାନେ ଏମପିପିଏସସି ୱେବସାଇଟକୁ ଯାଇ ହୋମପେଜରେ ଉପଲବ୍ଧ ଥିବା ଅନଲାଇନ୍ ଆବେଦନ/ ରେଜିଷ୍ଟ୍ରେସନ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁ।ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ପ୍ରବେଶ କରି ପଞ୍ଜୀକରଣ ସମାପ୍ତ କରନ୍ତୁ।
ଆବେଦନ ଫର୍ମରେ ଆପଣଙ୍କର ଶିକ୍ଷାଗତ ଏବଂ ବ୍ୟକ୍ତିଗତ ସୂଚନା ପୂରଣ କରନ୍ତୁ।
ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ଅପଲୋଡ୍ କରି ଆବେଦନ ଫି ଜମା କରନ୍ତୁ।
ଫର୍ମ ଦାଖଲ କରିବା ପରେ ଆପଣଙ୍କର ରେକର୍ଡ ପାଇଁ ଏକ ଫ୍ରିଣ୍ଟ ଆଉଟ କପି ନିଜ ପାଖରେ ସାଇତି ରଖନ୍ତୁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।