ଦେଢ଼ ବର୍ଷର ଶିଶୁକୁ ମାରିଥିଲା, ୪୦ ଦିନ ପରେ ମିଳିଲା ଫାଶୀଦଣ୍ଡ
"ମଣିଷ ନା ରାକ୍ଷସ?
ଯିଏ ନିଜର ପ୍ରତିଶୋଧ ପରାୟଣ ମନୋଭାବ ପାଇଁ ଜଣେ ଦେଢ଼ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରିଥିଲା।
ଭଲକରି ଦୁନିଆ ଦେଖିବା ଆଗରୁ ତାକୁ ସବୁଦିନ ପାଇଁ ଶୁଆଇ ଦେଇଥିଲା।
ସିମେଣ୍ଟ ଚଟାଣ ଉପରେ କଚ଼ାଡି ଅତି ନିର୍ମମ ଭାବରେ ହତ୍ୟା କରିଥିଲା।
ଏହାର ଭିଡ଼ିଓ ଯିଏ ଦେଖିଥିଲା ସେ ସ୍ତବ୍ଧ ହୋଇଯାଇଥିଲା।
ଜଣେ ମାର କୋଳ ଏଭଳି ଖାଲି ହୋଇଯିବା ଦେଖି ସମସ୍ତେ ପ୍ରଶ୍ନ କରିଥିଲେ ସତରେ କଣ ଜଣେ ମଣିଷ ଏତେ ନିର୍ଦ୍ଦୟ ହୋଇପାରେ?
ତେବେ ଘଟଣାର ମାତ୍ର ୪୦ ଦିନ ମଧ୍ୟରେ ଫିରୋଜାବାଦ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି ।
ଶିଶୁଟିର ହତ୍ୟାକାରୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।