MoU with SBI: ଏସ୍ବିଆଇ ସହ ଓଡ଼ିଶା ପୁଲିସର ଏମ୍ଓୟୁ ସ୍ୱାକ୍ଷର: ଉପକୃତ ହେବେ ୪ହଜାର ଓଏସ୍ଏସ୍ଏଫ୍ ଯବାନ
"ଭୁବନେଶ୍ୱର: ଓଏସ୍ଏସ୍ଏଫ୍ ଯବାନଙ୍କୁ ଅତିରିକ୍ତ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୁଲିସର ଅପରେସନ୍ସ ୱିଙ୍ଗ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏମ୍ଓୟୁ ଫଳରେ ଓଏସ୍ଏସ୍ଏଫ୍ ଯବାନ ଏସ୍ବିଆଇର କର୍ପୋରେଟ୍ ସାଲାରି ପ୍ୟାକେଜ୍ରେ ୫୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ପାଇବେ।
ଖାଲି ଏତିକି ନୁହେଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏୟାର୍ ଆମ୍ବୁଲାନ୍ସ ଖର୍ଚ୍ଚ, ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଏବଂ ପ୍ଲାଷ୍ଟିକ୍ ସର୍ଜରି ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିିଳିବ।
Advertisment Annual function: "ବରିଷ୍ଠ ନାଗରିକ ସମାଜର ଅମୂଲ୍ୟ ସମ୍ପଦ" ମିଳିବ ୫୦ଲକ୍ଷର ଦୁର୍ଘଟଣା ବୀମା, ୧୦ଲକ୍ଷର ଏୟାର ଆମ୍ବୁଲାନ୍ସ ଖର୍ଚ୍ଚଉପକୃତ ହେବେ ୪ହଜାର ଓଏସ୍ଏସ୍ଏଫ୍ ଯବାନ Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍ ଏହାସହ ପରିବାର ସଦସ୍ୟଙ୍କ ପାଇଁ "ରିସ୍ତେ ଆକାଉଣ୍ଟ", ବ୍ୟକ୍ତିଗତ ଋଣ ଏବଂ ବାର୍ଷିକ ୧,୯୯୯ ଟଙ୍କା ପ୍ରିମିୟମ୍ରେ ୫ ଲକ୍ଷ ଟଙ୍କାର ଇଚ୍ଛାଧୀନ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ମଧ୍ୟ ମିଳିବ।
ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡିଜିପି(ଏଏନ୍ଓ) ସଞ୍ଜୀବ ପଣ୍ଡା କହିଥିଲେ, ରାଜ୍ୟର ୪ଟି ଓଏସ୍ଏସ୍ଏଫ୍ ବାଟାଲିୟନ୍ କାର୍ଯ୍ୟରତ ପ୍ରାୟ ୪ହଜାର ଯବାନ ଏହି ଅତିରିକ୍ତ ସୁବିଧା ପାଇବେ, ଯାହା ସେମାନଙ୍କ ମନୋବଳକୁ ଦୃଢ଼ କରିବ।
ଓଡ଼ିଶା ପୁଲିସ ପକ୍ଷରୁ ଆଇଜିପି (ଅପରେସନ) ଦୀପକ କୁମାର ଏବଂ ଏସ୍ବିଆଇ ପକ୍ଷରୁ ଡିଜିଏମ୍ ଆଶିଷ କୁମାର ମିଶ୍ର ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ।
କାର୍ଯ୍ୟକ୍ରମରେ ଏସ୍ଓଜି କମାଣ୍ଡାଣ୍ଟ ଲୋଚନ ପଶାୟତ, ଓଏସ୍ଏସ୍ଏଫ୍ର ଭାରପ୍ରାପ୍ତ କମାଣ୍ଡାଣ୍ଟ ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଓଏସ୍ଏସ୍ଏଫ୍ ଓ ଏସ୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆର ସତର୍କତା ସଚେତନତା କାର୍ଯ୍ୟକ୍ରମ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
