MoU: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

Aug 28, 2026 - 20:47
MoU: କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

"ଭୁବନେଶ୍ୱର: ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ଶୁକ୍ରବାର ଦିନ ସ୍ୱାକ୍ଷର କରିଛନ୍ତି।

ଡିଜିଟାଲ୍ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଏବଂ ପୋଷଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଡାକ ବିଭାଗ (ଓଡ଼ିଶା ସର୍କଲ), ଇକ୍ରିସାଟ୍ ଏବଂ ଏମ୍ ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ସହିତ ବୁଝାମଣା ପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି।

ଏଥିରେ ଯୋଗ ଦେଇଥିବା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଏହି ୬ଟି ଐତିହାସିକ ବୁଝାମଣା ପତ୍ର ରାଜ୍ୟ କୃଷି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ।Advertisment ଏମଓୟୁ ସ୍ବାକ୍ଷରିତ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଗ୍ରାମୀଣ ଡାକ ସେବକଙ୍କ ଜରିଆରେ ଆଗ୍ରିଷ୍ଟାକ୍‌ ପଞ୍ଜୀକରଣ ଏବଂ ଇକ୍ରିସାଟ୍ ଓ ଏମଏସଏସଆରଏଫ୍ ଭଳି ସଂସ୍ଥା ସହ ମିଶି ଚାଷୀଙ୍କୁ ସଶକ୍ତ କରାଯାଉଛି।

ଏହା ଦ୍ୱାରା ଡାଲି ଓ ତୈଳବୀଜ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେବା ସହ ସରକାରୀ ଯୋଜନାଗୁଡ଼ିକ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିପାରିବ।

ଡାକ ବିଭାଗ ସହ ହୋଇଥିବା ଚୁକ୍ତି ଦ୍ୱାରା ଗ୍ରାମୀଣ ଡାକ ସେବକମାନେ ଗାଁ ଗାଁରେ ପହଞ୍ଚି ଚାଷୀଙ୍କ ପଞ୍ଜିକରଣ, କୃଷକ ଆଇଡି ତିଆରି, ସିଏମ୍ କିଷାନ, ପିଏମ୍ କିଷାନ ଇକେୱାଇସି ଏବଂ ଆଧାର ସଂଯୋଗୀକରଣ ଭଳି ସେବା ଯୋଗାଇଦେବେ।

ଇକ୍ରିସାଟ୍ ସହ ହୋଇଥିବା ୪ଟି ବୁଝାମଣା ମାଧ୍ୟମରେ ଡାଲି, ବୁଟ, ମଟର, ହରଡ଼, ଚିନାବାଦାମ ଓ ରାଶି ଭଳି ଫସଲର ଉନ୍ନତ ଓ ଜଳବାୟୁ ସହନଶୀଳ ବିହନ ପ୍ରସ୍ତୁତ କରାଯିବ।

ଏହା ଦ୍ୱାରା ଚାଷୀମାନେ ଭଲ ବିହନ ପାଇବା ସହ ସେମାନଙ୍କ ଉତ୍ପାଦନ ବୃଦ୍ଧି ପାଇବ।

Snake Bite: ସାପ କାମୁଡ଼ାରେ ଚାଷୀ ଆହତ ସେହିପରି ଏମଏସଏସଆରଏଫ୍ ସହ ବୁଝାମଣା ମାଧ୍ୟମରେ ନୟାଗଡ଼ ଜିଲ୍ଲାର ୩,୦୦୦ କ୍ଷୁଦ୍ର ଚାଷୀଙ୍କ ପାଇଁ ପୋଷଣ ପାଇଁ କୃଷି ପ୍ରକଳ୍ପ ଆରମ୍ଭ ହେବ।

ଏଥିରେ ପୋଷକତତ୍ତ୍ୱ ଯୁକ୍ତ ଫସଲ, ପରିବା ଚାଷ, କୁକୁଡ଼ା ପାଳନ ଓ ମାଛ ଚାଷକୁ ପ୍ରୋତ୍ସାହନ ଦିଆଯିବ।

ଯାହା ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ପରିବାରର ସ୍ୱାସ୍ଥ୍ୟରେ ସୁଧାର ଆସିବ।

ଏହି ପଦକ୍ଷେପଗୁଡ଼ିକ ଡିଜିଟାଲ୍ ସେବା, ଉତ୍ପାଦନ ବୃଦ୍ଧି ଏବଂ ପୋଷଣ ସୁରକ୍ଷାକୁ ସୁଦୃଢ଼ କରିବ।

ଏହି କାର୍ଯ୍ୟକ୍ରମର ଅସଲ ସଫଳତା ଚାଷୀମାନଙ୍କର ପ୍ରତ୍ୟକ୍ଷ ଉନ୍ନତି ଦ୍ୱାରା ହିଁ ପ୍ରମାଣିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ କୃଷି ସଚିବ ସଚିନ୍ ରାମଚନ୍ଦ୍ର ଜାଧବ, ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ନିର୍ମଳଜୀତ ସିଂହ, କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନଙ୍କ ଉପସ୍ଥିତି ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)