Mother Mangala: ସ୍ବପ୍ନରେ ଆସି ମା’ ମଙ୍ଗଳା ଶାଢ଼ି ବାବଦ ସଙ୍କେତ ଦେଲେ: ଦୁଇ ମହିଳା ଦେଲେ ଦାରୁ ସମ୍ପର୍କିତ ସୂଚନା

୭-୮ଦିନ ବିତିଯିବା ପରେ ଲକ୍ଷ୍ମଣ ଦାସମହପାତ୍ର ଓ ହଳଧର ଦାସ ମହପାତ୍ର ମା’ଙ୍କ ମନ୍ଦିର ଯାଇ ଅଧିଆ ପଡ଼ିଲେ ଓ ଧ୍ୟାନରେ ବସିଲେ। ମା’ଙ୍କୁ କ୍ଷମା ମାଗି ଦେଉଳି ମଠକୁ ଫେରିଆସିଲେ। ସେଦିନ ରାତିରେ ବରିଷ୍ଠ ଦଇତାପତି ଭୂବନମୋହନ ଦାସ ମହାପାତ୍ର ସ୍ବପ୍ନ ଦେଖିଲେ। ଜଣେ ସ୍ତ୍ରୀ ଲୋକ ସ୍ବପ୍ନରେ ଆସି ସେ ପିନ୍ଧିଥିବା ରଙ୍ଗର ଶାଢ଼ିଟିଏ ଆଣି ମାଜଣା କରିବାକୁ ନିର୍ଦ୍ଦେଶ ଦେଲେ। ହଠାତ ତାଙ୍କ ନିଦ ଭାଙ୍ଗିଗଲା। ସେ ଏକଥା ସାଥୀ ସେବକଙ୍କୁ ଜଣାଇଲେ। ସକାଳ ହେଉଣୁ ବଜାର ଯାଇ ଶାଢ଼ି ଖୋଜିଲେ। କିଛି ଦୋକାନ ବୁଲିବା ପରେ ଏକ ଦୋକାନରେ ସେଇ ନିର୍ଦ୍ଦିଷ୍ଟ ରଙ୍ଗର ଖଣ୍ଡେ ମାତ୍ର ପାଟ ଶାଢ଼ି ଦେଖି ୪୨ଟଙ୍କା ବିନିମୟରେ ଆଣିଲେ। ପୁଣି ମହାପ୍ରଭୁଙ୍କ ମାଳ ମହାପ୍ରସାଦ ପୁରୀରୁ ଯାଇ ଶାଢ଼ି ଲାଗି କରି ମାଜଣା କରାଗଲା। ପରେ ୩-୪ କିମି ଦୂରକୁ ଯାଇ ନିମ୍ବ ଗଛଟିଏ ଦେଖିଲେ, କିନ୍ତୁ ସେଥିରେ ଭୂତ ରହୁଛି ବୋଲି ସ୍ଥାନୀୟ ଲୋକ କହିବାରୁ ଫେରିଆସିଲେ। ମା’ଙ୍କ ମନ୍ଦିରରେ ଦୁଇଜଣ ଦଇତାପତି ବସିଥିବା ବେଳେ ୩-୪ ଜଣ ମହିଳା ଛୋଟ ପିଲାଙ୍କୁ ଧରି ମା’ଙ୍କ ଦର୍ଶନ ପାଇଁ ପହଞ୍ଚିଲେ।
Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ
ସେବକମାନେ ଦାରୁ ଅନ୍ବେଷଣରେ ଆସିଛନ୍ତି ବୋଲି ଜାଣିବା ପରେ ଜଣେ ସ୍ତ୍ରୀ ଲୋକ କହିଲେ, ଆମ ବାପଘର ଗାଁ’ ଧୁମାଳ ନୂଆହାଟରେ ନିମ୍ବ ଗଛ ଅଛି, ପୂଜା କରାଯାଉଛି। ସେବକମାନେ ଧୁମାଳ ବାହାରିଲେ। ସେଠାରେ ନିମ୍ବଗଛ ପାଖରେ ପହଞ୍ଚି ଚାରିପଟେ ଉଇ ହୁଙ୍କା ଦେଖିଲେ। ସେଠାରେ ହରିଜନ ବସ୍ତିରେ ପ୍ରାୟ ୮୦ ପରିବାର ରହୁଥିଲେ। ସ୍ଥାନୀୟ ଲୋକେ କହିଲେ, ଏଠାରେ ପୂର୍ବରୁ ଭାଗବତ ଟୁଙ୍ଗି ଥିଲା। ପ୍ରତିଦିନ ଜଣେ ବ୍ରାହ୍ମଣ ଆସି ଭାଗବତ ପାଠ କରୁଥିଲେ। ସେଠୁ ନିମ୍ବ ଚାରା ବାହାରିଥିଲା। ତେଣୁ ଗାଁ ଲୋକ ପୂଜା କରୁଛନ୍ତି। ଦାରୁ ପାଇଁ ଗଛଟି ଉପଯୁକ୍ତ ଥିଲା। କିନ୍ତୁ ସ୍ଥାନୀୟ ବାସିନ୍ଦା କହିଲେ, ଦାରୁ ନେବା ପାଇଁ ହେଲେ ଏଠାରେ ମନ୍ଦିର ତୋଳିବାକୁ ପଡ଼ିବ। ନହେଲେ ଦାରୁ ଦେବୁ ନାହିଁ। ତେଣୁ ସେଠୁ ନିରାଶ ହେବାକୁ ପଡ଼ିଲା। ସେତେବେଳେ ଆଉ ଜଣେ ମହିଳା ଦୁର୍ଗେଶ୍ବର ଗାଁ’ରେ ଏକ ନିମ୍ବ ଗଛ ଥିବା କଥା କହିଥିଲେ। ତେଣୁ ଦଇତାପତିମାନେ ଦୁର୍ଗେଶ୍ବର ଗାଁ’କୁ ଯାଇ ସେଠାରେ ସୁଦର୍ଶନଙ୍କ ପାଇଁ ଦାରୁ ଚିହ୍ନଟ କଲେ। ପୂଜାର୍ଚ୍ଚନା କରାଗଲା। ସେଇ ସମୟରେ ସେବକଙ୍କ ଶିବିରରେ ଜଣଙ୍କୁ ପ୍ରବଳ ଜ୍ବର ହେଲା। ରମେଶ ଭାଇନା ନାମକ ଜଣେ ବ୍ରାହ୍ମଣ ନଡ଼ିଆଟିଏ ମଗାଇ ଭାଙ୍ଗିବା ପରେ ସେବକ ଜଣକ ସୁସ୍ଥ ହେଲେ। ପାତାଳ ନୃସିଂହ ମନ୍ତ୍ରରେ ଯଜ୍ଞ କରି ନିର୍ଜଳା ଉପବାସ ରହି ଦାରୁ କଟା ସମ୍ପନ୍ନ ହେଲା। ଦାରୁ ଶଗଡ଼ିରେ ଦାରୁ ପଠାଗଲା।