Moringa : ସଜନା ପତ୍ର ପରଟା : ଘରେ କିପରି ପ୍ରସ୍ତୁତ କରିବେ
"ଭୁବନେଶ୍ୱର: ସଜନା ପତ୍ର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।
ଏଥିରେ ପ୍ରଚୁର ପରିମାଣରେ ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଫାଇବର ଥାଏ, ଯାହା ଶରୀରକୁ ଭିତରୁ ମଜବୁତ କରିବାରେ ଏବଂ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
କିନ୍ତୁ କିଛି ଲୋକଙ୍କୁ ସଜନା ପତ୍ରର ସ୍ୱାଦ ପସନ୍ଦ ନଥିବାରୁ ଲୋକେ ଏହାକୁ ଖାଇବାକୁ ଚାହାନ୍ତି ନାହିଁ।
ଯଦି ଏହାକୁ ପରଟାରେ ମିଶାଇ ପ୍ରସ୍ତୁତ କରାଯାଏ, ତେବେ ଏହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।Advertisment ଆହୁରି ପଢନ୍ତୁ :Potatoes: କଟା ଆଳୁ କଳା ପଡ଼ିଯାଉଛି କି?
୨୪ ଘଣ୍ଟା ଯାଏଁ ସେଗୁଡ଼ିକୁ ତାଜା ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ ଆବଶ୍ୟକ ସାମଗ୍ରୀ ଅଟା: ୨ କପ, ସଜନା ପତ୍ର ୧ କପ, କଟା ପିଆଜ: ୧ଟି, କଟା କଞ୍ଚା ଲଙ୍କା: ୨ଟି, ଛେଚା ଅଦା, ଜୁଆଣି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଦହି, ଲୁଣ, ଘିଅ କିମ୍ବା ତେଲ ଆହୁରି ପଢନ୍ତୁ :Cricket: ଦିନିକିଆ କ୍ରିକେଟ୍ ଉପରେ ମତ ରଖିଲେ ପୂର୍ବତନ ଭାରତୀୟ କ୍ରିକେଟର; କ"ଣ କହିଲେ ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀପ୍ରଥମେ ସଜନା ପତ୍ରଗୁଡ଼ିକୁ ଡାଙ୍ଗରୁ ଅଲଗା କରି ଭଲଭାବେ ଧୋଇ ନିଅନ୍ତୁ।
ଏହାପରେ ଏହାକୁ କାଟି ନିଅନ୍ତୁ।
ଏହାପରେ ଗୋଟିଏ ବଡ଼ ପାତ୍ରରେ ଅଟା, କଟା ସଜନା ପତ୍ର, ପିଆଜ, କଞ୍ଚା ଲଙ୍କା, ଅଦା, ଜୁଆଣି, ହଳଦୀ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଦହି ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଭଲଭାବେ ମିଶାନ୍ତୁ।
ଏହାପରେ ଅଳ୍ପ ଅଳ୍ପ ପାଣି ଦେଇ ନରମ କରି ଚକଟି ନିଅନ୍ତୁ ଏବଂ ଓଦା କପଡ଼ାରେ ୧୫-୨୦ ମିନିଟ୍ ଘୋଡ଼ାଇ ରଖନ୍ତୁ।
ଆହୁରି ପଢନ୍ତୁ :Solid Waste Management ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଅଟାରୁ ଛୋଟ ଛୋଟ ଗୋଳା ବନାଇ ଶୁଖିଲା ଅଟା ସାହାଯ୍ୟରେ ଗୋଲ ପରଟା ବେଲି ନିଅନ୍ତୁ।
ତାୱା ଗରମ କରି ଧୀମା ଆଞ୍ଚରେ ପରଟାର ଦୁଇ ପାଖ ହାଲୁକା ସେକିବା ପରେ ଘିଅ କିମ୍ବା ତେଲ ଲଗାଇ ଭାଜନ୍ତୁ।
ଏହି ଗରମ ଗରମ ସଜନା ପତ୍ର ପରଟାକୁ ଦହି, ଚଟଣି କିମ୍ବା ଆଚାର ସହ ଖାଇପାରିବେ।
ସ୍ୱାଦ ବଢ଼ାଇବା ପାଇଁ ଅଟାରେ ୧ ଚାମଚ ବେସନ କିମ୍ବା ଛେଚା ପନୀର ମିଶାଇ ପାରିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
