Mood of the Nation survey: ଆଜି ନିର୍ବାଚନ ହେଲେ ଏନ୍‌ଡିଏକୁ ୩୨୬ ଆସନ

Aug 27, 2026 - 22:13
Mood of the Nation survey: ଆଜି ନିର୍ବାଚନ ହେଲେ ଏନ୍‌ଡିଏକୁ ୩୨୬ ଆସନ

"ନୂଆଦିଲ୍ଲୀ: ଦେଶରେ ଆଜି ଲୋକସଭା ନିର୍ବାଚନ ହେଲେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୩୨୬ ଆସନ ଜିତି ପୁଣି ଶାସନ ଗାଦିକୁ ଫେରିବ ବୋଲି ଇଣ୍ଡିଆ ଟୁଡେ-ସିଭୋଟର ପକ୍ଷରୁ କରାଯାଇଥିବା ସର୍ବଶେଷ "ମୁଡ୍ ଅଫ୍ ଦି ନେସନ୍" (ଏମ୍‌ଓଟିଏନ୍‌) ସର୍ଭେରୁ ଜଣାପଡ଼ିଛି।

Advertisment ତେବେ ଗତ ଜାନୁଆରୀ ମାସର ସର୍ଭେ ତୁଳନାରେ ଏନ୍‌ଡିଏର ୨୬ଟି ଆସନ ହ୍ରାସ ପାଇଛି।

ଦଳଗତ ଭାବେ ବିଜେପି ଏକାକୀ ୨୬୧ ଆସନ ପାଇବା ନେଇ ଆକଳନ କରାଯାଇଥିବା ବେଳେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା କାରଣରୁ ଦଳ ପ୍ରତି ଜେନ୍‌-ଜି ବର୍ଗର ଅସନ୍ତୋଷ ବୃଦ୍ଧି ପାଇଛି।

ଏହି ସମସ୍ୟା ଯୋଗୁ ଜୁଲାଇ ମାସରେ ଦିଲ୍ଲୀର ଯନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ତୀବ୍ର ହେବାରୁ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

Editorial Column By PM Narendra Modi: ଆସନ୍ତୁ, ନାରୀଙ୍କୁ ସଶକ୍ତ କରିବା!: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପାଦକୀୟରେ ଆଜି...

ଅପରପକ୍ଷରେ ରାହୁଲ ଗାନ୍ଧୀଙ୍କ ନୂତନ ରଣନୀତି ଯୋଗୁଁ କଂଗ୍ରେସ ଫାଇଦାରେ ରହିବା ସହ ଗତ ସର୍ଭେର ୮୦ ଆସନ ତୁଳନାରେ ଏଥର ୧୦୬ ଆସନ ହାସଲ କରିବାର ସମ୍ଭାବନା ରହିଛି।

ତେବେ ବିରୋଧୀ "ଇଣ୍ଡି"ମେଣ୍ଟ ୧୮୫ ଆସନରେ ସୀମିତ ରହିବ ଯାହା ୨୦୨୪ ନିର୍ବାଚନର ୨୩୪ ଆସନ ତୁଳନାରେ ଯଥେଷ୍ଟ କମ୍ ଅଟେ।

ଏହି ସର୍ଭେ ଜୁଲାଇ ୧ରୁ ଅଗଷ୍ଟ ୨୫ ମଧ୍ୟରେ ୨୫,୧୮୪ ଜଣଙ୍କ ପ୍ରତ୍ୟକ୍ଷ ମତାମତ ଏବଂ ବିଗତ ୬ ମାସର ୯୧,୭୯୫ଙ୍କ ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)