Monsoon Fury Batters Northeast: କଲବଲ କରୁଛି ବନ୍ୟା, ଭୂସ୍ଖଳନ; ଭାସିଲା ଘରଦ୍ୱାର, ଗଲାଣି ୩ ଜୀବନ
ଉତ୍ତର-ପୂର୍ବ ଭାରତରେ ମୌସୁମୀ ବର୍ଷା ଏବେ ବିପର୍ଯ୍ୟୟର ରୂପ ନେଇଛି। ଉଭୟ ରାଜ୍ୟରେ ବର୍ଷା ବିତ୍ପାତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅରୁଣାଚଳ ପ୍ରଦେଶରେ ଫ୍ଲାସ୍ ଫ୍ଲଡ୍ ଓ ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବାବେଳେ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନରେ ଭୂସ୍ଖଳନ ଓ ଫ୍ଲାସ୍ ଫ୍ଲଡ୍ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି।
ବହୁ ରାସ୍ତା ଓ ସେତୁ କ୍ଷତିଗ୍ରସ୍ତ ହୋଇଛି। ସେପଟେ ଆସାମର ୬ଟି ଜିଲ୍ଲା ବନ୍ୟା କବଳରେ। ରାଜ୍ୟରେ ରେଳ ଓ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଗାଁ ଜଳମଗ୍ନ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଭାରତରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଭୂସ୍ଖଳନ ଓ ହଠାତ୍ ବନ୍ୟାର ଆଶଙ୍କା ଜାରି କରିଛି।
୨୯ ଓ ୩୦ ଜୁନ୍ ରେ ଆସାମ-ମେଘାଳୟରେ ଏବଂ ୨୯ ଜୁନ୍ ରେ ଅରୁଣାଚଳ ପ୍ରଦେଶରେ ଅତି ପ୍ରବଳ ବର୍ଷାର ସତର୍କବାଣୀ ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରି ଅରୁଣାଚଳ ପ୍ରଦେଶକୁ ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇବାର ଆଶ୍ୱାସନ ଦେଇଛନ୍ତି।