Rabi Paddy Procurement Deadline Extended: ବଢିଲା ରବି ଧାନ ସଂଗ୍ରହ ଅବଧି, ସବୁ ଧାନ ଉଠିଯିବ କହିଲେ ଯୋଗାଣ ମନ୍ତ୍ରୀ
ବଢିଲା ରବି ଧାନ ସଂଗ୍ରହ ଅବଧି। ୩ ତାରିଖ ଯାଏ ଅବଧି ବୃଦ୍ଧି କଲେ ସରକାର। ୫ ଜିଲ୍ଲାରେ ଧାନ ପଡି ରହିଥିବାରୁ ଯୋଗାଣ ବିଭାଗ ନେଇଛି ଏହି ନିଷ୍ପତ୍ତି। ସମସ୍ତଙ୍କ ଧାନ ଉଠିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯିବ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୩ ଲକ୍ଷ ୩୬ ହଜାର ୫୨ କୃଷକଙ୍କ ଠାରୁ ୧୮ଲକ୍ଷ ୭୯ହଜାର ୯୧୯ ମେଟ୍ରିକ ଟନ ଧାନ କିଣା ହୋଇଛି। ନୂଆପଡା, ବାଲେଶ୍ବର ଏବଂ ଅନ୍ୟ ଜିଲ୍ଲା ଗୁଡିକରେ ଧାନ ପଡ଼ିଛି। ୩ ଦିନ ମଧ୍ୟରେ ସବୁ ଧାନ ଉଠିଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ରବି ଧାନ ସଂଗ୍ରହ ୩ ଯାଏଁ ବଢ଼ିଲା
ବଢିଲା ରବି ଧାନ ସଂଗ୍ରହ ଅବଧି
୩ ତାରିଖ ଯାଏ ଅବଧି ବୃଦ୍ଧି କଲେ ସରକାର
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା
‘୨୦ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର’
‘ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି’
୫ ଜିଲ୍ଲାରେ ଧାନ ପଡ଼ି ରହିଥିବାରୁ ଅବଧି ବୃଦ୍ଧି କଲେ ସରକାର